
SC Will Hear HighProfile Case: ଛୁଟିରେ କେଉଁ ମାମଲାର ଶୁଣାଣୀ କରିବେ ସୁପ୍ରିମକୋର୍ଟ
ଦଶହରା ଛୁଟିଦିନରେ ବି ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ବସିବେ। ଆଉ ଦୁଇଟି ହାଇପ୍ରୋଫାଇଲ ମାମଲାର ଶୁଣାଣୀ କରିବେ। ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଦୁଇଟି ହାଇପ୍ରୋଫାଇଲ ମାମଲାରେ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣୀ ହେବାକୁ ଯାଉଛି। ଗୋଟିଏ ହେଲା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ପିଟିସନ ତ ଆଉ ଗୋଟିଏ ହେଉଛି ଓ୍ୱାଇଏସଆରସିପି ସୁପ୍ରିମୋ ତଥା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ପିଟିସନ।
Latest in Law
Freelance Journalists:ସମସ୍ତେ ସାମ୍ବାଦିକ ହେଲେ ସମସ୍ୟା: CJI ସୂର୍ଯ୍ୟକାନ୍ତ
ପ୍ରତିବାଦସ୍ଥଳରେ କ୍ୟାମେରା ଓ ମାଇକ୍ ଧରି ପହଞ୍ଚୁଥିବା ସମସ୍ତେ କ’ଣ ସାମ୍ବାଦିକ? ଫ୍ରିଲାନ୍ସ ସାମ୍ବାଦିକ ଏବଂ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ଅଧିକାର ସୁରକ୍ଷା ଦାବି ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଏବେ ଏହି ପ୍ରଶ୍ନକୁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆଣିଛି। ପୁଲିସର ଗାଇଡ୍ଲାଇନ୍ଠାରୁ ଆରମ୍ଭ କରି ରିଲ୍ ନିର୍ମାତାଙ୍କ ଭୂମିକା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଏବେ ଚର୍ଚ୍ଚାରେ।
Fundamental Rights:ଇଣ୍ଟରନେଟ୍ ବ୍ୟବହାର ପିଲାଙ୍କ ମୌଳିକ ଅଧିକାର: ସୁପ୍ରିମକୋର୍ଟ
"ଇଣ୍ଟରନେଟ୍ ବ୍ୟବହାର କରିବାର ଅଧିକାର ପିଲାମାନଙ୍କ ପାଇଁ ମଧ୍ୟ ଏକ ମୌଳିକ ଅଧିକାର ଅଟେ, କେବଳ ବୟସ ଆଧାରରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇପାରିବ ନାହିଁ": ସୁପ୍ରିମକୋର୍ଟ | ଇଣ୍ଟରନେଟ୍ ବ୍ୟବହାର ଉପରେ ବୟସ ଆଧାରିତ ସମ୍ପୂର୍ଣ୍ଣ କଟକଣାକୁ ନେଇ ସୁପ୍ରିମକୋର୍ଟଙ୍କ ଏହି ମତ ଡିଜିଟାଲ୍ ଅଧିକାର ଓ ଶିଶୁ ସୁରକ୍ଷାର ଚର୍ଚ୍ଚାକୁ ନୂଆ ଦିଗ ଦେଇଛି।
Twisha Sharma Case:ଟ୍ୱିଷା ମୃତ୍ୟୁ ମାମଲା: ୨୬ରେ ଗିରିବାଳାଙ୍କ ଜାମିନ ଶୁଣାଣି
ଭୋପାଳର ଟ୍ୱିଷା ଶର୍ମାଙ୍କ ମୃତ୍ୟୁ ମାମଲାରେ ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କ ଜାମିନ ଆବେଦନକୁ ନେଇ ଆଇନଗତ ଲଢ଼େଇ ଜୋରଦାର ହୋଇଛି। ଏହି ସମୟରେ ତାଙ୍କ ବାପା ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

CJI On Conduct:ରାହୁଲଙ୍କ ଆଚରଣକୁ ନେଇ ଉଠିଲା ଅଙ୍ଗୁଳି- ସୁପ୍ରିମକୋର୍ଟରେ ଏସଆଇଆର
ଆବେଦନକାରୀ ୧୩ ଜଣଙ୍କ ଭିତରୁ ଜଣଙ୍କ ଆଚରଣ ନେଇ କଡ଼ା ଆପତ୍ତି ଜାହିର କରିଛନ୍ତି। ଅକ୍ଟୋବର ୧୨ରେ ଏସଆଇଆର ଅନିୟମିତତା ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଏ ବାହାରିଥିଲା ରାଲି। ଏହି ପରିପ୍ରେକ୍ଷୀରେ ସିଜେଆଇ କହିଛନ୍ତି, କେହି ବି ନ୍ୟାୟପାଳିକା ଉପରେ ଚାପ ପକାଇପାରିବେନି। ଡରେଇ ଧମକାଇପାରିବେନି। ବରିଷ୍ଠ ଓକିଲ ଗୌରବ ଭାଟିଆ ଅଦାଲତରେ ରାଜନୀତିକ ଶୋଭାଯାତ୍ରା ଓ ଏହାର ଘଟଣାକ୍ରମକୁ ନେଇ ଆପତ୍ତି ଜାହିର କରିଥିଲେ। ସିଜେଆଇ ଏହାକୁ ନେଇ କହିଥିଲେ ଯେ, ଅଦାଲତ ଏଭଳି ଘଟଣା ବାବଦରେ ଅଜଣା ନୁହଁନ୍ତି।
Blue Drum Murder Case:ନୀଳ ଡ୍ରମ୍ ହତ୍ୟାକାଣ୍ଡ: ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ
ଉତ୍ତରପ୍ରଦେଶର ମେରଠର ବହୁଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡରେ ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଅଦାଲତ। ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରି ତାଙ୍କ ଶବକୁ ଡ୍ରମ୍ରେ ଲୁଚାଇବା ଘଟଣାରେ ପତ୍ନୀ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ଏହି ମାମଲାରେ ଅଦାଲତଙ୍କ କଠୋର ରାୟ ଆସିଛି।
Anil Ambani Sons LOC Case:ଦିଲ୍ଲୀ ହାଇକୋର୍ଟରେ ଅନିଲ ଅମ୍ବାନୀଙ୍କ ଦୁଇ ପୁଅଙ୍କ LOC ମାମଲା
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଦୁଇ ପୁଅଙ୍କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଲୁକ୍ଆଉଟ୍ ସର୍କୁଲାର (LOC) ପ୍ରସଙ୍ଗ ଚର୍ଚ୍ଚାରେ। ଜଣଙ୍କୁ ଚାରି ସପ୍ତାହରେ ସୂଚନା ଦେବାକୁ ନିର୍ଦ୍ଦେଶ ମିଳିଥିବାବେଳେ, ଅନ୍ୟ ଜଣଙ୍କ ମାମଲାରେ ଆସନ୍ତା ଶୁଣାଣି ଗୁରୁତ୍ୱପୂର୍ଣ୍ଣ ହେବ।

SC On Rajbir Ghuman: ଭଗୱନ୍ତ ମାନ୍ଙ୍କ OSDଙ୍କୁ ସୁପ୍ରିମ ଆଶ୍ୱସ୍ତି
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ସ୍ୱତନ୍ତ୍ର କାର୍ଯ୍ୟାଳୟ ଅଧିକାରୀ (OSD) ରାଜବୀର ଘୁମାନଙ୍କ ସହ ଜଡ଼ିତ ଦୁର୍ନୀତି ମାମଲାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ CBI କୁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି, କୋର୍ଟ CBI ତଦନ୍ତ ଉପରେ କୌଣସି ରୋକ୍ ଲଗାଇ ନାହାନ୍ତି | ଏହାର ସିଧାସଳଖ ଅର୍ଥ ହେଉଛି ଯେ FIR ବଳବତ୍ତର ରହିବ ଏବଂ ତଦନ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିବ।
Surajpur Double Murder: ମା’-ଝିଅ ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଫାଶୀ, ଜଣଙ୍କୁ ଜେଲ୍
ଛତିଶଗଡ଼ର ସୁରଜପୁର ଜିଲ୍ଲାରେ ଜଣେ ହେଡ୍ କନଷ୍ଟେବଳଙ୍କ ପତ୍ନୀ ଓ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ମାମଲାରେ ତିନି ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ଚତୁର୍ଥ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ପୂର୍ବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।

Odisha DGP Appointment:ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ମାମଲା- ଆସିବ ରାୟ
ଓଡ଼ିଶା ସରକାର ପ୍ରଥମେ UPSCକୁ ତିନିଜଣ ଯୋଗ୍ୟ କ୍ୟାଡର୍ IPS ଅଧିକାରୀଙ୍କ ତାଲିକା ପଠାଇଥିଲେ। ପରେ ସରକାର ଅତିରିକ୍ତ DGP ପାହ୍ୟାର ଦୁଇ ଅଧିକାରୀଙ୍କୁ DGP ପାହ୍ୟାକୁ ପଦୋନ୍ନତି ଦେଇ ଚୟନ ପାଇଁ ଅଧିକ ବଡ଼ ପୁଲ୍ ସୃଷ୍ଟି କରିଥିଲେ। ପରେ UPSCକୁ ୮ ଜଣଙ୍କ ନାମ ପଠାଯାଇଥିବା ନେଇ ବିବାଦ ହୋଇଥିଲା। ବରିଷ୍ଠ ଆଇପିଏସ ସୁଶାନ୍ତ କୁମାର ନାଥଙ୍କ ନାଁକୁ ନେଇ ଉଠିଥିଲା ପ୍ରଶ୍ନ।
CBI Submitted False Information:ଦିଲ୍ଲୀ ହାଇକୋର୍ଟରେ CBI ଦେଇଥିଲା ମିଛ ତଥ୍ୟ
ଠିକ ଭୁଲ ତଥ୍ୟର ତଦନ୍ତ କରୁଥିବା ସଂସ୍ଥା CBI,ହେଲେ ଏବେ ନିଜେ ଅଦାଲତରେ ଜମା କରିଥିବା ଭୁଲ ତଥ୍ୟକୁ ନେଇ ପ୍ରଶ୍ନ ଘେରରେ | ଦିଲ୍ଲୀ ହାଇକୋର୍ଟରେ ଖୁଲାସା ହେବାପରେ ସ୍ଥିତି ଗମ୍ଭୀର | ୬ ଜଣ CBI ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା କରିବାକୁ କୋର୍ଟ ନିର୍ଦ୍ଦେଶ |

SIR Controversy : SIRକୁ ନେଇ ବଡ଼ ବିବାଦ, ଜଷ୍ଟିସ ଭୂୟାଁଙ୍କୁ ସମାଲୋଚନା କଲେ ପୂର୍ବତନ ସିଜେଆଇ
SIR ବିବାଦକୁ ନେଇ ପୂର୍ବତନ CJI ବିଆର ଗଭାଇଙ୍କ ନ୍ୟାୟିକ ମର୍ଯ୍ୟାଦା ସମ୍ବନ୍ଧୀୟ ମତ ଓ ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଉଜ୍ଜଳ ଭୂୟାଁଙ୍କ ଭୋଟ ଅଧିକାର ସମ୍ବନ୍ଧୀୟ ମନ୍ତବ୍ୟକୁ ନେଇ ଆଇନ ଓ ରାଜନୈତିକ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି |

CEC Gyanesh:ସୁପ୍ରିମକୋର୍ଟର ଖାରଜ ହେଲା ସିଇସି ଜ୍ଞାନେଶଙ୍କ ନିଲମ୍ୱନ ଦାବି
କୋର୍ଟ କହିଲେ, ଆଶା କରାଯାଉଛି, ସାମ୍ୱିଧାନିକ ସଂସ୍ଥା ଆଇନ ମୁତାବକ କାମ କରିବେ। ନ୍ୟୁଜ ରିପୋର୍ଟ ଆଧାରରେ କୌଣସି ସାମ୍ୱିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ କୌଣସି ଆଦେଶ ବା ନିଲମ୍ୱନ ଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବୁନି। ଏହା ସହ କୋର୍ଟ ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ, ସମ୍ୱିଧାନ ଅନୁସାରେ ନିର୍ବାଚନ ଆୟୋଗଙ୍କ ଫୈସଲା ଯଥାସମ୍ଭବ ସର୍ବସମ୍ମତି ବା ବହୁମତରେ ହେବା କଥା।

Supreme Court : ଚାଲାଣ ବକେୟା ଥିଲେ ଗାଡ଼ି ଜବତ! ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ପେଣ୍ଡିଂ ଇ-ଚାଲାଣ ଥିବା ଯାନବାହନ ଜବତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ, ଚାଲାଣ ପରିଶୋଧ ନକଲେ ଅନଲାଇନ୍ ଯାନ ସେବା, ମାଲିକାନା ହସ୍ତାନ୍ତର ଓ ଫିଟନେସ୍ ସାର୍ଟିଫିକେଟ୍ ଭଳି ସୁବିଧା ବନ୍ଦ ହୋଇପାରେ |
Domestic Violence Case:ପୁଅର ଭୁଲ୍ ପାଇଁ ବାପା ଦାୟୀ ନୁହନ୍ତି:ଦିଲ୍ଲୀ ହାଇକୋର୍ଟ
ଘରୋଇ ହିଂସା ଆଇନ ଅଧୀନରେ ଦାୟର ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଜଣେ ସବାଳକ ପୁଅର ଆଚରଣ ଉପରେ ପିତାଙ୍କର କୌଣସି ଆଇନଗତ ନିୟନ୍ତ୍ରଣ ନଥାଏ, ତେଣୁ ଏଥିପାଇଁ ବାପାଙ୍କୁ କାଠଗଡ଼ାକୁ ଟଣାଯାଇପାରିବନି।
