
ସୁରକ୍ଷା ପ୍ରତ୍ୟାହାର ମାମଲା- ଭଜିଙ୍କୁ ଅଦାଲତି ଝଟକା
ଆମ୍ ଆଦମୀ ପାର୍ଟି ଛାଡ଼ିଦେବାରୁ ଅଚାନକ ସୁରକ୍ଷା ହଟାଯାଇନି। ବରଂ ସୁରକ୍ଷା ସମୀକ୍ଷା ସମିତିର ଏହା ପୂର୍ବ ନିର୍ଣ୍ଣୟ ଥିଲା। ସେଥିଲାଗି ଭଜିଙ୍କୁ ପୁଣି ସୁରକ୍ଷା ଦେବାର ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଏହା ସହ କୋର୍ଟ କହିଛନ୍ତି, ଘର ବାହାରେ ପ୍ରଦର୍ଶନ ହେବା ବା ଗଦ୍ଦାର ଲେଖିଦେଲେ କାହାର ଜୀବନ ପ୍ରତି ବିପଦ ଅଛି ବୋଲି ଏହା ପ୍ରମାଣିତ କରେନା। ବିଶେଷ କରି ପ୍ରଦର୍ଶନ ଯେତେବେଳେ ହିଂସ୍ରିକ ନଥାଏ।
Latest in Law

ଅଙ୍କିତ ଶର୍ମା ହତ୍ୟାକାଣ୍ଡ ମାମଲା-ଆଜି ସଜ୍ଜା ଶୁଣାଇବେ ଅଦାଲତ
ତାହିରଙ୍କ ଘରୁ ହିଁ ଦଙ୍ଗା ହିଂସାର ସବୁ ଅପରେସନ ହୋଇଥିଲା ବୋଲି ପୁଲିସ କହିଥିଲା। ଜୁନ୍ ୨୦୨୦। ଦିଲ୍ଲୀ ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ଉଲ୍ଲେଖ ଥିଲା କି, ଅଙ୍କିତଙ୍କୁ ଭିଡ଼ ହିଂସା ଧରିଥିଲା। ନିର୍ମମ ଭାବେ ମାରିକି ତାଙ୍କ ଶବକୁ ଡ୍ରେନରେ ଫୋପାଡ଼ି ଦେଇଥିଲା।

ଅମ୍ୱାନୀଙ୍କୁ ଗିରଫ କରିବାକୁ ଆଦେଶ ଦେଇପାରିବୁନି
ଅନୀଲ ଧିରୁଭାଇ ଅମ୍ୱାନୀ ଗ୍ରୁପ (ADAG) ଲୋନ ଫ୍ରଡ୍ ମାମଲାରେ ଏଜେନ୍ସିଙ୍କ ଦ୍ୱାରା କେବଳ ତଳସ୍ତରର ଅଧିକାରୀଙ୍କ ଗିରଫ ଉପରେ ସୁପ୍ରିମକୋର୍ଟ କହିଛନ୍ତି, କାହାର ଗିରଫଦାରି ଆଦେଶ ଅଦାଲତ ଦେବା ଉଚିତ ହେବନି।

ସୁପ୍ରିମକୋର୍ଟ ବିଚାରପତିଙ୍କୁ ନ୍ୟାୟିକ ସେବକ କହି ଓକିଲଙ୍କ ହଙ୍ଗାମା
ମୁଁ ଆପଣଙ୍କୁ ଲକ୍ଷ୍ନୌର ବିକାଶନଗର ଏସପିଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବାକୁ ନିର୍ଦେଶ ଦେବାକୁ ଆଦେଶ ଦେଉଛି। ଏହି ଟିପ୍ପଣୀର ଜବାବରେ ଜଷ୍ଟିସ ବିଶ୍ୱନାଥନ ପଚାରିଥିଲେ, କଅଣ ଆପଣ ଆମକୁ ଆଦେଶ ଦେଉଛନ୍ତି। ଆଉ ଉତ୍ତରରେ ଓକିଲ କହିଥିଲେ, ମୁଁ ସଂପ୍ରଭୂ ଅଟେ।

ଶାନ୍ତିଭଙ୍ଗ କଲେ ଘରୁ ବେଦଖଲ ହେବେ ପୁଅ-ବୋହୂ!
ଯଦି ପୁଅ ବୋହୂ ଶାନ୍ତିଭଙ୍ଗ କରିବା ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନିଅନ୍ତି ବା ଆଚରଣ ଦେଖାଇବେ। ତାହେଲେ ସେମାନଙ୍କୁ ଘରୁ ବେଦଖଲ କରାଯିବ। ଭୁବନେଶ୍ୱର ଡିସିପି ଓ ଖଣ୍ଡଗିରି ଥାନାକୁ ଏ ସନ୍ଦର୍ଭରେ ନିର୍ଦେଶ ଦେଇଛନ୍ତି ଅଦାଲତ।ପୁଅ ବୋହୂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାର ଆରୋପ ଲଦି ପ୍ରେମଲତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

କୁମ୍ଭମେଳାର ଭାଇରାଲ ଗାର୍ଲଙ୍କ ସ୍ୱାମୀଙ୍କୁ ଅଦାଲତି ଝଟକା
ଏହାପୂର୍ବରୁ କେରଳ ହାଇକୋର୍ଟ ଫରମାନ ଖାନଙ୍କୁ ଏକ ମାସର ଟ୍ରାଞ୍ଜିଟ ଅଗ୍ରୀମ ଜାମିନ ଦେଇ ମଧ୍ୟପ୍ରଦେଶର ସମ୍ପୃକ୍ତ ଅଦାଲତରେ ନିୟମିତ ଅଗ୍ରୀମ ଜାମିନ ପାଇଁ ଆବେଦନ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ ମଧ୍ୟପ୍ରଦେଶର ପୋକ୍ସୋ ବିଶେଷ ଅଦାଲତ ତାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରିବା ପରେ ସେ ପୁଣି କେରଳ ହାଇକୋର୍ଟରେ ସୁରକ୍ଷା ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲେ।
ପରକୀୟାପ୍ରୀତିର ଆଘାତ- ମୁକୁଳିବାକୁ ୩ମାସ ଯଥେଷ୍ଟ କି
ପରିସ୍ଥିତି ସହ ସମନ୍ୱୟ ରଖୁନଥିବାରୁ ଏହାକୁ କୋର୍ଟ ସନ୍ଦେହର ଦୃଷ୍ଟିରେ ଦେଖିଥିଲେ। ତେବେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ, ଏହା କୌଣସି ସାଧାରଣ ଆଇନଗତ ନିୟମ ନୁହେଁ। କାହାରି ପରକୀୟା ସମ୍ପର୍କ ଜନିତ ମାନସିକ ଆଘାତରୁ ସୁସ୍ଥ ହେବାକୁ କେତେ ସମୟ ଲାଗିବ, ତାହା ପ୍ରତ୍ୟେକ ମାମଲାର ପରିସ୍ଥିତି, ପ୍ରମାଣ ଏବଂ ପକ୍ଷଦ୍ୱୟଙ୍କ ଆଚରଣ ଉପରେ ନିର୍ଭର କରେ।

ଭାଣିଜୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ମାମୁଁଙ୍କୁ ଫାଶୀ
ଭାଣିଜୀ ହତ୍ୟାକାଣ୍ଡ ଘଟଣା। ମାମୁଁ ଶିପିରିଆନ୍ ଦିଗାଲଙ୍କୁ ଫାଶୀ ଦଣ୍ଡ। ବ୍ରହ୍ମପୁରର ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ଆସିଲା ରାୟ। ପୂର୍ବରୁ ନିଜ ପତ୍ନୀଙ୍କୁ ମଧ୍ୟ କରିଥିଲେ ହତ୍ୟା।

ଆରଏସଏସ ବିରୋଧୀ ମନ୍ତବ୍ୟ - ଖଡ଼ଗେଙ୍କୁ କୋର୍ଟ ସମନ
ସେ ଆରଏସଏସ୍କୁ ନିଷିଦ୍ଧ ବା ବ୍ୟାନ୍ କରିବାକୁ ସେ ଦାବି କରୁନାହାନ୍ତି। ବରଂ ସଂଗଠନଟି ଆଇନର ପରିସର ମଧ୍ୟରେ ରହି ସ୍ୱଚ୍ଛ ଭାବେ କାର୍ଯ୍ୟ କରୁ ବୋଲି ଚାହୁଁଛନ୍ତି। ସେ କହିଥିଲେ, "ଗୃହମନ୍ତ୍ରୀ ଭାବେ କୌଣସି ସଂଗଠନକୁ ଆଇନ ବାହାରେ କାର୍ଯ୍ୟ କରିବାକୁ ସେ ଦେବେନି।

ମୁଁ ତୁମ ଭଳି ହଜାରେ ସ୍ୱାମୀ ପାଇବି କହିବାରୁ ପତ୍ନୀଙ୍କୁ ହତ୍ୟା- ସ୍ୱାମୀଙ୍କ ଦଣ୍ତ ବଦଳାଇଲେ ଅଦାଲତ
ସ୍ତ୍ରୀ କଥିତ ଭାବେ କହିଥିଲେ, "ମୁଁ ତୁମ ପରି ୧୦୦୦ ସ୍ୱାମୀ ପାଇପାରିବି।" ଏହି କଥା ଶୁଣି ସ୍ୱାମୀ ଉତ୍ତେଜିତ ହୋଇ ଏକ ପଥର ଉଠାଇ ସ୍ତ୍ରୀଙ୍କ ଉପରକୁ ଫିଙ୍ଗିଥିଲେ। ସେତେବେଳେ ସ୍ତ୍ରୀ ୭ ମାସର ଗର୍ଭବତୀ ଥିଲେ। ଗୁରୁତର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଜଷ୍ଟିସ୍ ବିବେକ ଅଗ୍ରୱାଲ ଓ ଜଷ୍ଟିସ୍ ଅବନୀନ୍ଦ୍ର କୁମାର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସ୍ତ୍ରୀଙ୍କ ଏହି ଟିପ୍ପଣୀ ସ୍ୱାମୀଙ୍କୁ ଅପମାନିତ ଓ ମୂଲ୍ୟହୀନ ବୋଲି ବୁଝାଉଥିଲା। ଘଟଣାର ପରିସ୍ଥିତିକୁ ଦେଖି ଏହାକୁ ଗୁରୁତର ଓ ହଠାତ୍ ଉତ୍ତେଜନା (Grave and Sudden Provocation) ଭାବେ ଗ୍ରହଣ କରାଯାଇପାରେ।

କୁମ୍ଭମେଳାର ଭାଇରାଲ ଗାର୍ଲ ମୋନାଲିସାକୁ ସୁରକ୍ଷା ଦିଅ- କେରଳ ହାଇକୋର୍ଟ
ନିଜ ରାଜ୍ୟ ମଧ୍ୟପ୍ରଦେଶରେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ଯଦି ସେ ଘରକୁ ଫେରିବେ, ତାହେଲେ ସମ୍ମାନ ନାଁରେ ତାଙ୍କୁ ହତ୍ୟା କରାଯାଇପାରେ। ସେ ସାବାଳିକା ଓ ନିଜ ଭବିଷ୍ୟତ ସହ ଜଡ଼ିତ କୌଣସି ନିଷ୍ପତ୍ତି ନେଇପାରିବେ। ହେଲେ ମଧ୍ୟପ୍ରଦେଶ ସରକାର ତାଙ୍କ ପିଟିସନକୁ ବିରୋଧ କରି କହିଥିଲେ, ମୋନାଲିସା ଏବେ ବି ନାବାଳିକା।

ଫୁଟପାଥରେ ଲୋକଙ୍କୁ ସୁରକ୍ଷା ଦିଅ- ସୁପ୍ରିମକୋର୍ଟ
ଫୁଟପାଥରେ ଚାଲୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷିତ ଲାଗି ଆଇନ ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଦଚାରୀଙ୍କ ପାଇଁ ଉପଯୁକ୍ତ ଫୁଟପାଥ ନିର୍ମାଣ ଓ ସୁରକ୍ଷା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କହିଛନ୍ତି।

ବିବାଦରେ ଲଣ୍ଡନରେ ବିଚାରପତିଙ୍କ ଲିଜରଟ୍ରିପ୍
ଏଭଳି ଛଦ୍ମବେଶୀ ରିପୋର୍ଟ ହିଁ ଅସୁବିଧା କରୁଛି। କୋର୍ଟ କହିଥିଲେ, ଆଇଟି ମନ୍ତ୍ରାଳୟ ଅନ୍ତତଃ ଏ ବିଷୟରେ ସମସ୍ତ ୟୁଜର୍ସଙ୍କୁ ଜରୁରୀ ସୂଚନା ଦେବା କଥା।

ଶିବକୁମାରଙ୍କ ବିରୁଦ୍ଧରେ ପିଟିସନ- ଆବେଦନକାରୀଙ୍କୁ ଅଦାଲତଙ୍କ ଦଣ୍ଡ
ଡିକେ ଶିବକୁମାରଙ୍କ କ୍ୟାବିନେଟ ବିରୁଦ୍ଧରେ ପଡ଼ିଥିବା ପିଟିସନକୁ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହିଲେ କର୍ଣ୍ଣାଟକ ହାଇକୋର୍ଟ
ଅଧାରୁ ବିଲଡର ଗାଏବ- ବିନା ବିଜୁଳିରେ ୫ଶହ ପରିବାର!
ପଞ୍ଜାବ ଷ୍ଟେଟ ପାଓ୍ୱାର କର୍ପୋରେସନ ଲିମିଟେଡ୍ କହିଥିଲା କି, ଯଦି ଲୋକମାନେ ସାମୂହିକ ଭାବେ ୪.୪୪କୋଟି ଟଙ୍କା ଜମା କରିବେ। ତାହେଲେ ଯାଇ ବିଜୁଳି ସଂଯୋଗ ଜାରି ଦିଆଯାଇପାରିବ।
