Judge Retirement Age: ଜିଲ୍ଲା ଜଜ୍ଙ୍କ ଅବସର ବୟସସୀମା ୬୨କୁ ବୃଦ୍ଧି : କାହିଁକି ରାଜି ନୁହଁନ୍ତି ଓଡ଼ିଶା ସରକାର?
ଦେଶତମାମ ଜିଲ୍ଲା ଜଜଙ୍କ ରିଟାୟାରମେଣ୍ଟ ବୟସ ୬୨କୁ କରିବାକୁ ହୋଇଥିବା ଆବେଦନ ଉପରେ ଆଜି ରାୟ ସଂରକ୍ଷିତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଭାରତର ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀଙ୍କୁ ଅନୁରୋଧ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଅସହମତ ରାଜ୍ୟଗୁଡ଼ିକ ସହ କଥାବାର୍ତ୍ତା କରନ୍ତୁ। ଆଉ ସେମାନଙ୍କୁ ମନାଇବାକୁ ଏକ ଅନ୍ତିମ ପ୍ରୟାସ କରନ୍ତୁ। ଏଥିଲାଗି ରାଜ୍ୟଗୁଡ଼ିକୁ ୨ ସପ୍ତାହ ସମୟ ଦିଆଯାଇଛି। ଅସହମତ ରାଜ୍ୟ ଭିତରେ ଓଡ଼ିଶା ସମେତ ୟୁପି, ବିହାର, ରାଜସ୍ଥାନ, ହରିଆଣା , ପଞ୍ଜାବ ଅଛି

୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜିଲ୍ଲା ଜଜଙ୍କ ଅବସର ବୟସସୀମା ବୃଦ୍ଧି ପାଇଁ ରାଜି। ୧୨ ଅରାଜି ଓ ୪ ରାଜ୍ୟ ନିଷ୍ପତ୍ତି ନେବାକୁ ସମୟ ମାଗିଛନ୍ତି। ଅଲ ଇଣ୍ଡିଆ ବିଚାରପତି ଆସୋସିଏସନ ପକ୍ଷରୁ ଜୁଡିସିଆଲ ଅଫିସର୍ସଙ୍କ ଅବସର ବୟସସୀମା ବୃଦ୍ଧି ଲାଗି ପଡ଼ିଥିବା ପିଟିସନର ହୋଇଛି ଶୁଣାଣୀ। ଯଦି ଅବସର ପରେ ବିଚାରପତି
ପୁଣି ନିଯୁକ୍ତି ପାଇବେ, ସେଥିରେ ରାଜ୍ୟ ରାଜକୋଷ ଉପରେ ଆର୍ଥିକ ବୋଝ ପଡ଼ିବା ଯୁକ୍ତିକୁ ଖଣ୍ଡନ କରିଛନ୍ତି କୋର୍ଟ। ସିଜେଆଇ ସୂର୍ଯ୍ୟକାନ୍ତ,ଜଷ୍ଟିସ ଜେ ଜୟମାଲା ବାଗଚି ଓ ଜଷ୍ଟିସ ଜେଭି ମୋହନାଙ୍କ ଖଣ୍ଡପୀଠରେ ହୋଇଛି ଶୁଣାଣୀ। ଜିଲ୍ଲା ଜଜ୍ ଓ ନ୍ୟାୟିକ ଅଧିକାରୀଙ୍କ ଅବସର ବୟସସୀମା ୬୦ ବର୍ଷରୁ ବଢ଼ାଇ ୬୨ ବର୍ଷକୁ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗଲା ଅକ୍ଟୋବରରେ ସୁପ୍ରିମକୋର୍ଟ ସନ୍ତୋଷବ୍ୟକ୍ତ କରି କହିଥିଲେ ଯେ, ୧୪ ରାଜ୍ୟ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ରିଟାୟାରମେଣ୍ଟ ବୟସ ୬୨ ବର୍ଷ କରିବାକୁ ସହମତ ହୋଇଛନ୍ତି। ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକ୍କିମ ,ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଭଳି ୭ ରାଜ୍ୟକୁ ନିଜ ସେବା ନିୟମରେ ସଂଶୋଧନ କରି ଏହାକୁ ୬୨ ବର୍ଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଲେଙ୍ଗାନା
ସୁପ୍ରିମକୋର୍ଟକୁ ଅବଗତ କରାଇଛି କି, ନ୍ୟାୟିକ ଅଧିକାରୀଙ୍କ ସେବାନିବୃତ୍ତ ଆୟୁକୁ ବଢାଇ ୬୨ କରିବାକୁ ସରକାର ଅଧ୍ୟାଦେଶ ଜାରି କରିସାରିଛନ୍ତି। ତେବେ ଏହି ଆୟୁ ବୃଦ୍ଧି ହାଇକୋର୍ଟଙ୍କ ଦ୍ୱାରା ସମ୍ୱନ୍ଧିତ ନ୍ୟାୟିକ ଅଧିକାରୀଙ୍କ ୬୦ ବର୍ଷ ପୂରଣ ପରେ ତାଙ୍କ ଉପଯୋଗୀତାର ତଦନ୍ତ ରିପୋର୍ଟ ଆଧାରରେ ହିଁ ଲାଗୁ ହେବ। ଯେଉଁ ନ୍ୟାୟିକ ଅଧିକାରୀ ମାର୍ଚ୍ଚ ୩୧, ୨୦୨୬ ବା ତା ପରେ ଅବସର ନେଇଛନ୍ତି। ଆଉ ସେମାନେ ଅନ୍ୟ କୌଣସି ରୋଜଗାରର ପଂଥା ଆପଣାଇନାହାନ୍ତି। ସେମାନଙ୍କୁ ପୁଣି ଥରେ ନ୍ୟାୟିକ ସେବାରେ ସାମିଲ ହେବାକୁ ବିକଳ୍ପ ଦିଆଯାଇଛି। ୭ ରାଜ୍ଯ- ଛତିଶଗଡ଼, କର୍ଣ୍ଣାଟକ, ମଧ୍ଯପ୍ରଦେଶ ,ମହାରାଷ୍ଟ୍ର, ସିକ୍କିମ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଯେଉଁ ଜିଲ୍ଲା ଜଜ୍ ଚଳିତ ବର୍ଷ ମାର୍ଚ୍ଚ ୩୧ ବା ତା ପରେ ସେବାନିବୃତ୍ତ ହୋଇଛନ୍ତି। ସେମାନଙ୍କୁ କେବଳ ଏହି ବିକଳ୍ପ ମିଳିବ। ଦେଶତମାମ ଜିଲ୍ଲା ଜଜଙ୍କ ରିଟାୟାରମେଣ୍ଟ ବୟସ ୬୨କୁ କରିବାକୁ ହୋଇଥିବା ଆବେଦନ ଉପରେ ଆଜି ରାୟ ସଂରକ୍ଷିତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଭାରତର ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀଙ୍କୁ ଅନୁରୋଧ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଅସହମତ ରାଜ୍ୟଗୁଡ଼ିକ ସହ କଥାବାର୍ତ୍ତା କରନ୍ତୁ। ଆଉ ସେମାନଙ୍କୁ ମନାଇବାକୁ ଏକ ଅନ୍ତିମ ପ୍ରୟାସ କରନ୍ତୁ। ଏଥିଲାଗି ରାଜ୍ୟଗୁଡ଼ିକୁ ୨ ସପ୍ତାହ ସମୟ ଦିଆଯାଇଛି। ଅସହମତ ରାଜ୍ୟ ଭିତରେ ଓଡ଼ିଶା ସମେତ ୟୁପି, ବିହାର, ରାଜସ୍ଥାନ, ହରିଆଣା , ପଞ୍ଜାବ ଅଛି। ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ୬୫ ଥିଲା ବେଳେ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ୬୨ ଅଟେ।
ଓଡ଼ିଶା ସରକାର କାହିଁକି ଏହି ପ୍ରସ୍ତାବକୁ ନେଇ ନିଷ୍ପତ୍ତି ନେଇପାରୁନାହାନ୍ତି?
ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ଜିଲ୍ଲା ଓ ଅଧସ୍ତନ ଅଦାଲତର ବିଚାରପତିମାନେ ୬୦ ବର୍ଷ ବୟସରେ ଅବସର ନେଉଛନ୍ତି। ଏହି ଅବସର
ବୟସକୁ ଆଉ ଦୁଇବର୍ଷ ବଢ଼ାଇ ୬୨ ବର୍ଷ କରିବାକୁ ପ୍ରସ୍ତାବ ରହିଛି।
୨୦୨୬ ସେପ୍ଟେମ୍ବର ୧ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ମତ ରଖାଯାଇଥିଲା।ଓଡ଼ିଶା ହାଇକୋର୍ଟ ନିଜର ପୂର୍ବ ଆଭିମୁଖ୍ୟରେ ପରିବର୍ତ୍ତନ କରି ପ୍ରସ୍ତାବକୁ ସମର୍ଥନ କରିଥିଲେ।କିନ୍ତୁ ରାଜ୍ୟ ସରକାର ଏହାକୁ ନେଇ ବିଚାରବିମର୍ଶ ଜାରି ରଖିଥିବା କହିଥିଲେ। ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଅନୁମୋଦନ ମିଳିନଥିଲା।ଅର୍ଥାତ୍ ହାଇକୋର୍ଟଙ୍କ ସୁପାରିସ ଏବଂ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମଧ୍ୟରେ ଏକ ଭିନ୍ନତା ଦେଖାଦେଇଛି।
କାହିଁକି ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି ଓଡ଼ିଶା ସରକାର?
ଏହି ପ୍ରସଙ୍ଗରେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଆପତ୍ତି ଉଠାଯାଇଛି।ପ୍ରଥମ କାରଣ ହେଉଛି ଆର୍ଥିକ ବୋଝ। ଅବସର ବୟସ ଦୁଇବର୍ଷ ବୃଦ୍ଧି ହେଲେ ବିଚାରପତିମାନଙ୍କୁ ଆଉ ଦୁଇବର୍ଷ ଦରମା ଦେବାକୁ ପଡ଼ିବ। ଏହାଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ। ଦରମା, ଅବସରକାଳୀନ ସୁବିଧା ଏବଂ ଅନ୍ୟାନ୍ୟ ସେବା ସମ୍ପର୍କିତ ଖର୍ଚ୍ଚକୁ ବହନ କରିବାକୁ ପଡ଼ିବ। ଦ୍ୱିତୀୟ କାରଣ ହେଉଛି ଯୁବ ବିଚାରପତିଙ୍କ ପାଇଁ ସୁଯୋଗ।ଯଦି ବର୍ତ୍ତମାନ କାର୍ଯ୍ୟରତ ବିଚାରପତିମାନେ ଆଉ ଦୁଇବର୍ଷ ଚାକିରିରେ ରହିବେ, ତେବେ ନୂଆ ନିଯୁକ୍ତି ପାଇଁ ଖାଲି ପଦବୀ ସୃଷ୍ଟି ହେବାରେ ବିଳମ୍ବ ହୋଇପାରେ।ଏହା ଯୁବ ଆଇନଜୀବୀ ଓ ନ୍ୟାୟିକ ସେବାରେ ଯୋଗଦେବାକୁ ଆଶାୟୀ ପ୍ରାର୍ଥୀଙ୍କ ସୁଯୋଗକୁ ପ୍ରଭାବିତ କରିପାରେ। ତୃତୀୟ କାରଣ ହେଲା, ଅନ୍ୟ ସରକାରୀ କର୍ମଚାରୀଙ୍କ ସହ ଅବସର ବୟସରେ ଭିନ୍ନତା। କେତେକ ରାଜ୍ୟ ବି ସରକାର ନ୍ୟାୟିକ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ମଧ୍ୟରେ ଥିବା ଭିନ୍ନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ମତରେ ନ୍ୟାୟିକ ଅଧିକାରୀଙ୍କୁ ସାଧାରଣ ସରକାରୀ କର୍ମଚାରୀଙ୍କ ସହ ସମାନ ଭାବେ ଦେଖାଯାଇପାରିବ ନାହିଁ। ୨୦୨୬ ସେପ୍ଟେମ୍ବର ୧ ତାରିଖରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନା ମଧ୍ୟ ଥିଲେ। କୋର୍ଟଙ୍କ ୫ଟି ମତ ଥିଲା। ଅଭିଜ୍ଞ ବିଚାରପତିଙ୍କ ସେବାକୁ ନ୍ୟାୟିକ ବ୍ୟବସ୍ଥାରେ ଅଧିକ ଦିନ ଉପଯୋଗ କରାଯିବା ଉଚିତ।ଅବସର ବୟସ ବୃଦ୍ଧି ହେଲେ ନ୍ୟାୟିକ ବ୍ୟବସ୍ଥାରେ ଅଭିଜ୍ଞତା ବଜାୟ ରହିପାରିବ।କେବଳ ଆର୍ଥିକ ବୋଝକୁ ଆଧାର କରି ଏହି ପ୍ରସ୍ତାବକୁ ଖାରଜ କରିବା ଯୁକ୍ତିଯୁକ୍ତ ନୁହେଁ। ୬୦ ବର୍ଷ ପରେ ମଧ୍ୟ ବିଚାରପତିଙ୍କ ଯୋଗ୍ୟତା, କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତାର ମୂଲ୍ୟାଙ୍କନ କରାଯାଇପାରିବ। ଯୋଗ୍ୟ ବିଚାରପତିଙ୍କୁ ଅଧିକ ଦୁଇବର୍ଷ କାର୍ଯ୍ୟ କରିବାର ସୁଯୋଗ ଦେବା ଉଚିତ।
