
ଜୌହର ୟୁନିଭରସିଟିରେ ଚାଲିବ ବୁଲଡୋଜର!
ମେଡିକାଲ କଲେଜ ଓ ଏକାଡେମିକ ବ୍ଲକ୍ ବ୍ୟତୀତ ଅନ୍ୟ ସମସ୍ତ ଭବନ ଅନୁମୋଦିତ ନକ୍ସା ବିନା ନିର୍ମାଣ କରାଯାଇଥିଲା। ଜୌହର ୟୁନିଭରସିଟି ବାରମ୍ୱାର ବିବାଦ ଭିତରେ ରହିଆସିଛି। କିଛି ବର୍ଷ ହେଲା ବିଶ୍ୱବିଦ୍ୟାଳୟର ଜମି, ନିର୍ମାଣ ଓ ଭୂମି ଅଧିଗ୍ରହଣ ସହ ଜଡ଼ିତ ମାମଲାକୁ ନେଇ ଚର୍ଚ୍ଚାରେ ରହିଆସିଛି। ଏହି ଟ୍ରଷ୍ଟର ସଂସ୍ଥାପକ ତଥା ଚାନସେଲର ପୂର୍ବତନ ମନ୍ତ୍ରୀ ଆଜମ ଖାନ। ଏହାକୁ ଆଜମ ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଏ।
Latest in EDUCATION

ବହି ୫ଲକ୍ଷ ଅଫର- ମନ୍ତ୍ରୀଙ୍କୁ ବଦନାମ କରୁଛନ୍ତି ସୁପାରୀ ସାମ୍ୱାଦିକ!
ମନ୍ତ୍ରୀଙ୍କ ସ୍ୱଛ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ଦେବା ସହ ସଂପୃକ୍ତ ଚାନେଲର ସମ୍ପାଦକଙ୍କ ଗିରଫ ଦାବି ହୋଇଛି। ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ବି ଏ ସନ୍ଦର୍ଭରେ ଏତଲା ଦେଇଛନ୍ତି। ସଂପୃକ୍ତ ଗଣମାଧ୍ୟମର ସମ୍ପାଦକ ସୁପାରୀ ସାମ୍ୱାଦିକତା କରୁଥିବାର ଆରୋପ ଲଦି ବିଜେଡି କେମିତି ଗଣମାଧ୍ୟମକୁ ଅପବ୍ୟବହାର କରୁଛି କହି ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ।

ମୁଁ ଗାନ୍ଧୀ କି ହିରୋ ନୁହେଁ- କାହିଁକି ଅସହଜ ସୋନମ ଓ୍ୱାଙ୍ଗଚୁକ୍
ଅନେକ ଲୋକଙ୍କ ସମାଲୋଚନା ତାଙ୍କୁ ନିରାଶ କରିଛି। ଅନେକ ଲୋକ ତାଙ୍କୁ ଏକବିଂଶ ଶତାବ୍ଦୀର ଗାନ୍ଧୀ ବା ଆଧୁନିକ ଗାନ୍ଧୀ କହୁଛନ୍ତି। ଆଉ କିଛି ଲୋକ ହିରୋ ଭାବେ ଦର୍ଶାଉଛନ୍ତି। ହେଲେ ଏ ଦୁଇଟି ଶବ୍ଦ ଶୁଣି ସେ ଅସହଜ ଅନୁଭବ କରୁଛନ୍ତି। ସେଥିଲାଗି ଲୋକେ କୌଣସି ହିରୋ ଖୋଜିବା ବଦଳରେ ନିଜ ଦାୟିତ୍ୱ ନିର୍ବାହ କରନ୍ତୁ। କୃପାକରି ଆଉ କାହା ପାଖରେ ହିରୋକୁ ଖୋଜନ୍ତୁନି। ନିଜ ଜୀବନରେ ନିଜେ ହିରୋ ସାଜ।
ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଓଡ଼ିଶାରୁ ଦେଶବ୍ୟାପୀ ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ର ଜାତୀୟ ଶୁଭାରମ୍ଭ ପାଇଁ ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ।ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ସ୍କୁଲ ବହିରେ ଆତଙ୍କବାଦୀଙ୍କୁ ମହିମାମଣ୍ଡିତ
କେବଳ ଏକ ଏକାଡେମିକ୍ ତୃଟି ନୁହେଁ, ବରଂ ଅପରାଧିକ ମାମଲା ବୋଲି ଦର୍ଶାଇଛନ୍ତି। ଏହା ଏକାଡେମିକ ଜିହାଦର ଅଂଶ ଅଟେ। ଯାହାର ଉଦ୍ଦେଶ୍ୟ ଶିକ୍ଷା ବ୍ୟବସ୍ଥାର ଉପଯୋଗ କରି ପାକିସ୍ତାନ ସମର୍ଥିତ ଧାରଣାକୁ ବ୍ୟାପକ କରିବା।
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି: ତ୍ରୁଟିଶୂନ୍ୟ ନୂଆ ପାଠ୍ୟପୁସ୍ତକ ଶୀଘ୍ର ପିଲାଙ୍କୁ ଯୋଗାଇ ଦିଆଯିବ
ରାଜ୍ୟ ସରକାର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ତ୍ରୁଟିଶୂନ୍ୟ ନୂଆ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

କାଠଗଡ଼ାରେ ସିବିଏସଇ ଓ ସରକାର-ହ୍ୱିସିଲବ୍ଲୋୟର ସାର୍ଥକ ସିଦ୍ଧାନ୍ତ
ସିବିଏସଇରେ ତୃଟି- ସଂସଦରେ ଶୁଭିଲା ପ୍ଲସ-ଟୁ ଛାତ୍ରର ସ୍ୱର ।ଗଲା ଦୁଇ ସପ୍ତାହ ଧରି କଠିନ ପରିଶ୍ରମ କରି ପ୍ରାୟ ୧.୬୬କୋଟି କିଣାବିକାର ରେକର୍ଡ ବାହାର କରିଛନ୍ତି। ଏ ତମାମ ସରକାରୀ ରେକର୍ଡସ ସାଧାରଣ ନାଗରିକ, ସାମ୍ୱାଦିକ ଓ ଗବେଷକଙ୍କ ଲାଗି ସମ୍ପୂର୍ଣ୍ଣ ପବ୍ଲିକ ଡୋମେନରେ ଉପଲବ୍ଧ ହେବ। ଲୋକେ ଏହି ଡାଟାବେସକୁ ଡାଉନଲୋଡ କରି ଅନୁଧ୍ୟାନ ଓ ତଦନ୍ତ କରିପାରିବେ। ସରକାରଙ୍କ ରାଜକୋଷର ଅର୍ଥ କେଉଁବାଟେ ଖର୍ଚ୍ଚ ହେଉଛି, ସେ କଥା ଲୋକେ ବି ଜାଣିବା ଦରକାର।
ବହି ତ୍ରୁଟି ଘଟଣାରେ ବଡ଼ ଆକ୍ସନ: ୪ ନିଲମ୍ବିତ, ୬ଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ
ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଘଟଣାକୁ ନେଇ ସରକାର ତିନିଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ । ୪ ଜଣ ଅଧିକାରୀଙ୍କୁ ନିଲମ୍ବନ, ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି।

ନିଟ୍ ରି-ଟେଷ୍ଟ : କେମିତି ଥିଲା ଚ୍ୟାଲେଞ୍ଜ ?
ନିଟ୍ ପରୀକ୍ଷାର୍ଥୀଙ୍କୁ ଯେଭଳି କୌଣସି ଅସୁବିଧା ନହେବ, ସେଥିଲାଗି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ ଅପେକ୍ଷା କରିଥିଲେ। ସୃଷ୍ଟିଙ୍କ ଅଭିଭାବକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ସେପଟେ ନିଟ ପରୀକ୍ଷା ଅନିୟମିତତାର ପ୍ରତିବାଦ, ସରକାରଙ୍କ ଉତ୍ତରଦାୟିତ୍ୱକୁ ନେଇ ଆନ୍ଦୋଳନ କରିଥିବା ସିଜେପି ଓ ସମାଜସେବୀ ସୋନମ ଓ୍ୱାଙ୍ଗଚୁକ୍ କହିଛନ୍ତି, ଭୟମୁକ୍ତ ଭାରତ ଜରୁରୀ। ଜବାବଦେହୀ ନକଲେ ସେ ଆସନ୍ତା ସପ୍ତାହରୁ ଆମରଣ ଅନଶନରେ ବସିବେ।

ନିଟ୍ ପରୀକ୍ଷା- ନାଗପୁର ଛାତ୍ରର ଦୁବାଇରେ ସେଣ୍ଟର!
ନାଗପୁର ବଦଳରେ ଆବୁଧାବିରେ ପଡ଼ିଲା ସେଣ୍ଟର- ନିଟ ପରୀକ୍ଷା ପୂର୍ବରୁ ସାମ୍ନାକୁ ଆସିଲା ବଡ଼ ଅବହେଳା।

NEET-UG ପୁନଃ-ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଆଗାମୀ ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG ପୁନଃ-ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ପ୍ରତିନିଧି, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ଚର୍ଚ୍ଚାରେ ଚାରୁ- ଯେଉଁଠି ହାତ ଦେଲେ ସେଠି ସଫଳତା ଥୟ
ସଫଳତାର କୌଣସି ସର୍ଟକଟ ନାହିଁ। ନିୟମିତ ଅଧ୍ୟୟନ, ସଠିକ୍ ସମୟ ପରିଚାଳନା ଏବଂ ଆତ୍ମବିଶ୍ୱାସ ହିଁ ତାଙ୍କ ସଫଳତାର ମୂଳ ଚାବିକାଠି।

ବିବାଦରେ ଉଚ୍ଚଶିକ୍ଷା ବିଭାଗର STATE EMBLEM!
ସରକାରୀ ବିଭାଗ ପକ୍ଷରୁ ପ୍ରକାଶିତ ଏକ ଅଧିକୃତ ପୋଷ୍ଟରେ କିପରି ଏଭଳି ତ୍ରୁଟିପୂର୍ଣ୍ଣ ଚିହ୍ନ ବ୍ୟବହାର କରାଗଲା। ଚଳିତ ବର୍ଷ ଆରମ୍ଭରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ଜାତୀୟ ପ୍ରତୀକର ଅପବ୍ୟବହାର ଓ ଭୁଲ୍ ଉପସ୍ଥାପନ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଫଲାଇନରେ ହିଁ ହେବ ନିଟ୍ ରି-ଟେଷ୍ଟ
ସୁପ୍ରିମକୋର୍ଟ ପରୀକ୍ଷା ପୂର୍ବରୁ ହଠାତ୍ ମୋଡ୍ ପରିବର୍ତ୍ତନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।

ବିବାଦରେ CBSEର On-Screen Marking (OSM) ମୂଲ୍ୟାଙ୍କନ
CBSEର On-Screen Marking (OSM) ମୂଲ୍ୟାଙ୍କନ ପ୍ରଣାଳୀକୁ ନେଇ ଉଠିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଏହାର ଦାୟିତ୍ୱ ନେଉଛନ୍ତି ଏବଂ ସମସ୍ୟାର ସମାଧାନ କରାଯିବ।
