
Governor Appointment Policy:ବିଜେପିର ଭେଟେରାନ ପ୍ରୀତି- ରାଜଭବନରେ ଥଇଥାନ!
ଓଡ଼ିଶା, କେରଳ, ସିକ୍କିମ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ସାମ୍ୱିଧାନିକ ପଦରେ ପଲିଟିକାଲ ଫିଗରଙ୍କୁ ପଠାଇଲେ। ମୋଦି ସରକାର ଅମଳରେ ପ୍ରତି ଅଦଳବଦଳ ବା ବଦଳିରେ ମୁଖ୍ୟତଃ ୩ଟି ଦିଗକୁ ବିବେଚନା କରାଯାଏ। କିଏ ନିଯୁକ୍ତି ପାଇଲେ, କୁଆଡ଼େ ଗଲେ ଓ ଏବେ କାହିଁକି। କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଦେଖି କେବଳ ଏ ବଦଳି ହୁଏନା। ଏହା ପଛରେ ବିଜେପିର ପୁରା ଫୁଲପ୍ରୁଫ୍ ବ୍ଲୁପ୍ରିଣ୍ଟ ଥାଏ।
Latest in Politics

L Murugan Resign:ମୁରୁଗାନଙ୍କ ଇସ୍ତଫା- କ୍ୟାବିନେଟ ପୁନର୍ଗଠନର ସଙ୍କେତ କି?
ମୁରୁଗାନଙ୍କ ଇସ୍ତଫା ପୂର୍ବରୁ ଜର୍ଜ କୁରିୟନ ଓ ରବନୀତ ସିଂ ବିଟ୍ଟୁ ବି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ବି ନିକଟରେ ସମ୍ପନ୍ନ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ପୁଣି ଥରେ ରାଜ୍ୟସଭା ଟିକଟ ଦେଇନଥିଲା। ତା ସତ୍ତ୍ୱେ ସେ ମନ୍ତ୍ରୀ ପରିଷଦରେ ଅଛନ୍ତି। ଉପଭୋକ୍ତା ବିଭାଗର ରାଜ୍ୟମନ୍ତ୍ରୀ ବିଏଲ ବର୍ମାଙ୍କୁ ବି ଆଉ ଥରେ ରାଜ୍ୟସଭା ପ୍ରାର୍ଥୀ କରାଗଲାନି। କିନ୍ତୁ ସେ ବି ନିଜ ପଦରେ ଅଛନ୍ତି।

CEC Controversy:ସିଇସିଙ୍କୁ ପଦର ଲାଳସା ଦେଉଥିଲା କଂଗ୍ରେସ- ପିୟୂଷ ଗୋଏଲ
ନିର୍ବାଚନ କମିଶନଙ୍କୁ ରାଜନୈତିକ ପଦ ଦେଇ ପକ୍ଷପାତକୁ ବଢାଇଥିଲା କଂଗ୍ରେସ।ସିଇସି ଜ୍ଞାନେଶ କୁମାରଙ୍କ ନିରପେକ୍ଷତା ଓ ସେ ମୋଦି ଶାହଙ୍କ ରିମୋଟ କଣ୍ଟ୍ରୋଲରେ ପରିଚାଳିତର ଆରୋପ ଲଗାଉଥିବା କଂଗ୍ରେସକୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ। ମୋଦି ସରକାର ନା ସିଇସିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନା କୌଣସି ରାଜନୈତିକ ପଦଲାଳସା ଦିଅନ୍ତି। ଆଉ ଏ ସନ୍ଦର୍ଭରେ ରାହୁଲଙ୍କୁ ୧୦ ପ୍ରଶ୍ନ କରିଛନ୍ତି ପିୟୂଷ।

Gyanesh Row At SC:ସୁପ୍ରିମକୋର୍ଟକୁ ଯାତ୍ରା- ଜ୍ଞାନେଶଙ୍କୁ ହଟାଅ ଦାବିରେ ଅଟଳ
ସିଜେଆଇଙ୍କ ପରାମର୍ଶ ମାନିବୁ ଓ ସେହି ଅନୁସାରେ ପିଟିସନ ଦାଖଲ କରିବୁ ବୋଲି କହିଥିଲେ ରାହୁଲ। ଏହା ସହ ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ରାହୁଲ ବାର୍ତ୍ତା ଦେଇଥିଲେ ଯେ, ଜ୍ଞାନେଶ ଅପରାଧ କରିଛନ୍ତି। ଜ୍ଞାନେଶ ମୁଖ୍ୟ ଅପରାଧୀ ନୁହଁନ୍ତି। ଏହା ପଛରେ ମାଷ୍ଟରମାଇଣ୍ଡ ଆଉ କିଏ। ସେଥିଲାଗି ଇସ୍ତଫା ଦେବା ସହଜ। ଇସ୍ତଫା ଦେଲେ ଏହା ଦେଶ ସେବା ସଦୃଶ ହେବ।
BJP Councilor Sreelekha:‘ମୁଁ ମୋଦି ଭକ୍ତ,ଦଳ ଛାଡ଼ିବିନି’, ଇସ୍ତଫାରୁ ୟୁ-ଟର୍ଣ୍ଣ
"ମୁଁ ମୋଦିଙ୍କ ଭକ୍ତ; ମୁଁ ଦଳ ଛାଡ଼ିନାହିଁ। ମୁଁ ଗର୍ବର ସହ କାଉନସିଲର ଭାବେ ସେବା ଜାରି ରଖିବି। ମୁଁ ଅନ୍ୟ କୌଣସି ଦଳରେ ଯୋଗ ଦେଉନାହିଁ।" ଗୋଟିଏ ସପ୍ତାହ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ ହେଲେ ଏବେ ନିଜର ବୟାନ ବଦଳାଇଛନ୍ତି କେରଳର ପୂର୍ବତନ ଡିଜିପି ତଥା ବିଜେପି କାଉନସିଲର୍ ଆର୍. ଶ୍ରୀଲେଖା |
Dhruv Rathee:ଧୃବ ରାଠୀଙ୍କ ନାଗରିକତା ଓ ଭିସା ଯାଞ୍ଚ ଦାବି
'ଜଣେ ଜର୍ମାନ ନାଗରିକ କ’ଣ ଭାରତରେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ?' ବେଙ୍ଗାଲୁରୁରେ ଏକ ପ୍ରତିବାଦରେ ଯୋଗଦେବା ପରେ ଲୋକପ୍ରିୟ ୟୁଟ୍ୟୁବର୍ ଧୃବ ରାଠୀଙ୍କୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଧୃବ ରାଠୀଙ୍କ ନାଗରିକତ୍ୱ ଓ ଭିସା ସ୍ଥିତିର ତଦନ୍ତ ଦାବି କରି ବିଜେପି ନେତା ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।

student union election:ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ
ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା ପରେ ବେଶ ଉତ୍ସାହିତ ଛାତ୍ରଛାତ୍ରୀ | କଲେଜ ଗେଟ ଆଗରେ ବାଣ ଫୁଟାଇ କରିଛନ୍ତି ସେଲିବ୍ରେସନ | ନିର୍ବାଚନ ଦ୍ଵାରା ଛାତ୍ର ନେତୃତ୍ୱ ମିଳିବା ସହ କଲେଜ ସମସ୍ୟାର ସମାଧାନ କରିପାରିବେ ଛାତ୍ରଛାତ୍ରୀ | ତେବେ, ଅଣଛାତ୍ରଙ୍କ କଲେଜ ପ୍ରଵେଶ ଉପରେ କଟକଣା ରଖିବା ପାଇଁ ଦାବି |

Panchayat and Municipal Elections-2027:ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଆଲୋଚନା
ପାଖେଇ ଆସୁଛି ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ | ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ ଆରମ୍ଭ ହେଇଯିବ। ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜନ ପାଇଁ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ। ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ଉପରେ ଗୁରୁତ୍ଵ ଦେବେ ରାଜ୍ୟ ନିର୍ବାଚନ ଆୟୋଗ ।
"Gyanesh, it's done, bro":'ଜ୍ଞାନେଶ, ଇଟ୍ସ ଡନ୍ ବ୍ରୋ':ଇସ୍ତଫା ଦାବିରେ ତେଜିଲା ଆନ୍ଦୋଳନ
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗକୁ ନେଇ ନିର୍ବାଚନ ସଦନ ମୁହାଁ ଇଣ୍ଡିଆ ମେଣ୍ଟର ସାଂସଦମାନେ। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ନେତା ଆକାଶବାଣୀ ଭବନ ପରିସରରେ ହାଲ୍ଲାବୋଲ୍ କରୁଥିବା ବେଳେ ଢିଲା ପଡିଛି ସୁରକ୍ଷା ବଳୟ | ଆଗାମୀ ଦିନରେ ଦେଶବ୍ୟାପୀ ପଦଯାତ୍ରା ଓ ଜନସଭା ପାଇଁ ରୋଡମ୍ୟାପ୍ ଘୋଷଣା କରିଛି ବିରୋଧୀ ମେଣ୍ଟ।
Humayun Kabir Arrested:ହୁମାୟୁନ କବୀର ଗିରଫ:ରେଜିନଗର ଉପ-ନିର୍ବାଚନ ମଧ୍ୟରେ ପୋଲିସର ଆକ୍ସନ
ପଶ୍ଚିମବଙ୍ଗର ମୁର୍ଷିଦାବାଦସ୍ଥିତ ରେଜିନଗର ବିଧାନସଭା ଉପନିର୍ବାଚନ ବେଳେ ପୋଲିସ ଓ ରାଜନେତା ଭିଡ଼ାଭିଡ଼ି | ମତଦାନ ଚାଲିଥିବା ସମୟରେ ଆମ୍ ଜନତା ଉନ୍ନୟନ ପାର୍ଟି (AJUP) ର ପ୍ରମୁଖ ତଥା ବିଧାୟକ ହୁମାୟୁନ କବୀରଙ୍କୁ ପୁଲିସ ଗିରଫ କରିବା ପରେ ବଡ଼ଧରଣର ରାଜନୈତିକ ଉତ୍ତେଜନା ଦେଖାଦେଇଛି। ହୁମାୟୁନ ପାର୍ଟି କାର୍ଯ୍ୟାଳୟରେ ବସି ହିଂସା ଓ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି ପୋଲିସ | କିନ୍ତୁ ଛାଡ଼ିନାହାନ୍ତି ହୁମାୟୁନ କବୀର,ପାଲଟା ଅଭିଯୋଗ ଆଣିଛନ୍ତି ପୋଲିସ ନାଁରେ | ପରସ୍ପର ବିରୋଧୀ ଅଭିଯୋଗ ଏବଂ ଭୋଟ୍ ଲୁଟ୍ କୁ ନେଇ ରାଜ୍ୟରେ ରାଜନୀତିକ ମାହୋଲ ସରଗରମ ହେଇଉଠିଛି |
Mamata Banerjee Legal Notice:ମମତା ବାନାର୍ଜୀଙ୍କ ମେଡିକାଲ ରେକର୍ଡ ଲିକ୍ ମାମଲାରେ ଡାକ୍ତରଙ୍କୁ ନୋଟିସ୍
ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀ ସେମାନଙ୍କର ୨୦୨୧ ମସିହାର ବ୍ୟକ୍ତିଗତ ମେଡିକାଲ ରେକର୍ଡ ବିନା ଅନୁମତିରେ ସାର୍ବଜନୀନ କରାଯିବା ପ୍ରତିବାଦରେ କୋଲକାତାର ସରକାରୀ ହସ୍ପିଟାଲର ୩ ଜଣ ବରିଷ୍ଠ ଡାକ୍ତରଙ୍କୁ ଏକ ଆଇନଗତ ନୋଟିସ୍ ପଠାଇ ତୁରନ୍ତ ଜବାବ ମାଗିଛନ୍ତି।
Suvendu’s Big Claim : ମେଡିକାଲ୍ ରିପୋର୍ଟ ଦେଖାଇ ଦାବି ଶୁଭେନ୍ଦୁଙ୍କର
୨୦୨୧ରେ ମମତା ବାନାର୍ଜୀଙ୍କ ପାଦ ଆଘାତକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଦାବି। SSKM ରିପୋର୍ଟ ଦେଖାଇ ଆଘାତରେ ଫ୍ରାକ୍ଚର ନଥିବା କହି ତଦନ୍ତ ଘୋଷଣା କଲେ ଶୁଭେନ୍ଦୁ।

India Bloc On CEC: ଜ୍ଞାନେଶଙ୍କୁ ହଟାଇବାକୁ ଏକାଠି ହେଲା ଇଣ୍ଡି ମେଣ୍ଟ- ଆସିଲାନି ଆପ୍ ଓ ଡିଏମକେ
ଇଣ୍ଡି ମେଣ୍ଟ ବୈଠକରେ ଦୁଇ ବିରୋଧୀ ଦଳ ଦୂରେଇ ରହିଲେ। ଏହି ଦୁଇଟି ଦଳ ହେଲା ଆମ୍ ଆଦମୀ ପାର୍ଟି ଓ ଡିଏମକେ। ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ସଂସଦରେ ପ୍ରସ୍ତାବ ଆଣିବା ସମ୍ପର୍କରେ ବିସ୍ତୃତ ବିଚାର ବିମର୍ଶ କରିଛନ୍ତି ଇଣ୍ଡି ମେଣ୍ଟ ନେତାଏ।

IAS Dibya Mittal:ପିଲିଟିକ୍ସ କରିବେ ଦିବ୍ୟା - ସସପେନ୍ସ ହଟାଇଲେ ପୂର୍ବତନ ଆଇଏଏସ
ଅର୍ଥବଳ, ବାହୁବଳ ଓ ଜାତି ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେ ଏକ ଉତ୍ତରଦାୟିତ୍ୱ ଓ ନ୍ୟାୟର ମଝଭୁତ ରାଜନୀତି କରିବାକୁ ଆଗ୍ରହୀ ବୋଲି ମନର କଥା ଖୋଲି କହିଛନ୍ତି। ୟୁପିକୁ ନିଜର କର୍ମଭୂମି କହି ସେ ରାଜନୀତିର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି। ରାଜନୀତିରେ ୪ଟି ଶବ୍ଦର କଥା କହିଛନ୍ତି। ଉଦ୍ଦେଶ୍ୟ, ନ୍ୟାୟ, ଚିନ୍ତା ଓ ଭାବନା। ୧୩ ବର୍ଷ ଧରି ସେ ପ୍ରଶାସନିକ ସେବାରେ ଥିଲେ।

MMDR ଆଇନ ବିରୋଧରେ ନବୀନଙ୍କ ରଣହୁଙ୍କାର, କହିଲେ- ଓଡ଼ିଶାର ଅଧିକାର ପାଇଁ ଲଢ଼ିବି
MMDR ଆଇନକୁ ନେଇ ନବୀନଙ୍କ ଆନ୍ଦୋଳନ, କହିଲେ- ‘ଓଡ଼ିଶାର ଅଧିକାର ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିବି’ ।
