
ଜୁଲାଇ ୨୧ ଡେଡଲାଇନ- ଦିଦିଙ୍କ ସହ କିଏ ରହିବେ ଓ କିଏ ଛାଡ଼ିବେ
ଟିଏମସିରେ ବିଭାଜନର ପର୍ବ ଜାରି ରହିଛି। ଗୁରୁବାର ରାଜ୍ୟସଭା ସାଂସଦ କୋୟଲ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତି। କୋଏଲଙ୍କ ଇସ୍ତଫା ସହ ରାଜ୍ୟସଭାରେ ଟିଏମସିର ୪ଟି ଓ୍ୱିକେଟ ପଡ଼ିଲାଣି।ଦଳରେ ନେତୃତ୍ୱ ଶୈଳୀକୁ ନେଇ ଅସନ୍ତୋଷ ବଢ଼ୁଛି।
Latest in Politics

ପିକେଙ୍କ ପତ୍ନୀ ଶହେ କୋଟିର ମାଲିକ..
୨ ବର୍ଷ ତଳେ ପତ୍ନୀଙ୍କୁ ପ୍ରଥମ ଥର ଲୋକଙ୍କ ସହ ପରିଚୟ କରାଇଥିଲେ ପିକେ। ସେ ହିଁ ତାଙ୍କ ସଫଳତାର ମୁଖ୍ୟ ଆଧାର ବୋଲି କହିଥିଲେ। ବିହାରର ଏକ ସ୍ୱାସ୍ଥ୍ୟ ସମ୍ମିଳନୀରେ ସାମିଲ ଅବସରରେ ଜାହ୍ନବୀଙ୍କ ସହ ତାଙ୍କର ଭେଟ ହୋଇଥିଲା। ଜାହ୍ନବୀ ପେଶାରେ ଡାକ୍ତର ଓ ସେ ଆସାମର ଝିଅ।

ନାମାଙ୍କନ ଭରିବା ପରେ ବନ୍ଧା ହେଲେ ବୀଣା
ବୀଣାଙ୍କ ଏଭଳି ଗିରଫଦାରିକୁ ରାଜନୀତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ତେଜପ୍ରତାପ। ବୀଣା କାନ୍ଦିକି କହିଛନ୍ତି, ବିଜେପି ଡରିଯାଇଛି। ଯେବେ ମହିଳାଙ୍କ ସହ ଏଭଳି ଅତ୍ୟାଚାର ହେଇଛି, ସେତେବେଳ ସୁଦର୍ଶନ ଚକ୍ର ଚାଲେ।

ବାଙ୍କିପୁରରେ ବଦଳିଲେ ବିଜେପି ପ୍ରାର୍ଥୀ - ସାମ୍ନାକୁ ଆସିଲା ଲାଲୁ ଲିଂକ୍ !
ନାମାଙ୍କନ ଦାଖଲ କରିବାର ପର ଦିନ ହିଁ ବିଜେପି ଅଭିଷେକ ବଣ୍ଟିଙ୍କୁ ହଟାଇ ନୀରଜ କୁମାର ସିହ୍ନାଙ୍କୁ ମୈଦାନକୁ ଓହ୍ଲାଇଛି। ବଣ୍ଟିଙ୍କ ବାପା ରବୀନ୍ଦ୍ର ପ୍ରସାଦ ଯାଦବ ଚାରା ଘୋଟାଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି
ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ, ସଂଗଠନ ସୁଦୃଢ଼ ହେଉଛି: ଭାସ୍କର ମଡ଼େଇ
ପଞ୍ଚାୟତ ନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କ ବୈଠକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଭାସ୍କର ମଡ଼େଇ। ବିଜେପି ପାଇଁ “୧୨ ମାସରେ ୧୩ ପର୍ବ” ଭଳି ସବୁବେଳେ ନିର୍ବାଚନୀ ପ୍ରସ୍ତୁତି ଚାଲିଥାଏ।
ଏପ୍ରିଲ-ମେ’ରେ ହୋଇପାରେ ପଞ୍ଚାୟତ ନିର୍ବାଚନ; SIR ପରେ ଚୂଡ଼ାନ୍ତ ନିଷ୍ପତ୍ତି
ଚଳିତ ଥର ପଞ୍ଚାୟତ ନିର୍ବାଚନରେ ସାମାନ୍ୟ ବିଳମ୍ବ ହୋଇପାରେ। ଆସନ୍ତା ଏପ୍ରିଲ କିମ୍ବା ମେ’ ମାସ ମଧ୍ୟରେ ନିର୍ବାଚନ କରାଯିବା ନେଇ ସୂଚନା ମିଳିଛି। ସନ୍ତୋଷ କୁମାର ଦାଶ କହିଛନ୍ତି ।
ପଞ୍ଚାୟତ ନିର୍ବାଚନ ସମୟରେ ହେବ କି ନାହିଁ ସନ୍ଦେହ, ସରକାରଙ୍କୁ ଟାର୍ଗେଟ୍ : ସାରଦା ଜେନା
ବିଜେଡି ସମସ୍ତ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ । ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ କି ନାହିଁ, ତାହାକୁ ନେଇ ସନ୍ଦେହ ଥିବା କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା।
ସୁଜାତାଙ୍କ ଶ୍ରୀମନ୍ଦିର ଗସ୍ତକୁ ନେଇ ବିଧାୟକ ସୁନୀଲଙ୍କ ଅସନ୍ତୋଷ, ଶୁଭାଶିଷଙ୍କୁ ପରୋକ୍ଷ ଟାର୍ଗେଟ
ଶ୍ରୀମନ୍ଦିର ଗସ୍ତ ସମୟରେ ସୁଜାତାଙ୍କ ସହ ବିଧାୟକ ସୁନୀଲ ମହାନ୍ତି ଉପସ୍ଥିତ ନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବାଙ୍କିପୁର byelection- ପିକେଙ୍କ ଏଣ୍ଟ୍ରି ପରେ ସମ୍ରାଟଙ୍କ ଅଗ୍ନିପରୀକ୍ଷା
ପ୍ରଶାନ୍ତ କିଶୋର ଏଠାରୁ ଲଢିବାକୁ ଘୋଷଣା କରିବା ପରେ ରାଜନୀତିକ ଘମାସାନ ତେଜିଲାଣି। କଂଗ୍ରେସ ବି ପ୍ରଶାନ୍ତଙ୍କ ସମର୍ଥନରେ ବାହାରିଛି। କଂଗ୍ରେସ ସଙ୍କେତ ଦେଇଛି ଯେ, ଦଳ କୌଣସି ପ୍ରାର୍ଥୀ ପ୍ରଶାନ୍ତଙ୍କ ବିରୁଦ୍ଧରେ ଛିଡ଼ା କରିବନି। ହେଲେ ଆରଜେଡି ଓ ବିଜେପି କିନ୍ତୁ ପିକେଙ୍କ ବିରୁଦ୍ଧରେ ପୁରା ଲଢ଼ିବାକୁ ପ୍ରସ୍ତୁତ। ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ
ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୩ ଯାଏ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଙ୍କ ସୂଚନା। ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ।
ମହୁଆ ମୈତ୍ରଙ୍କ ଘରକୁ ଅଣ୍ଡାମାଡ଼
ନଦିଆ ଘଟଣାକୁ ନେଇ ମହୁଆ ମୈତ୍ରଙ୍କ କ୍ଷୋଭ, କହିଲେ– ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି, ଅଣ୍ଡା ଫିଙ୍ଗା ଘଟଣା ପରେ ଆଇନି ଲଢ଼େଇର ଚେତାବନୀ ଦେଲେ ମହୁଆ ମୈତ୍ର।

ଉଦ୍ଧବ ସେନାକୁ ପୁଣି ଝଟକା
ବିଧାନ ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଝଟକା, ଠାକରେ ପରିବାରର ବିଶ୍ୱସ୍ତ ସଚିନ ଅହିର ସିନ୍ଦେ ଗୋଷ୍ଠୀରେ ସାମିଲ । ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।

ନିର୍ବାଚନ ଲଢିବେନି ସାଉଥ ସୁପରଷ୍ଟାର ଲରେନ୍ସ
ଲରେନ୍ସ ଲଢ଼ିବେ କି ନାହିଁ, ଏ ବାବଦରେ ପ୍ରଶଂସକଙ୍କଠୁ ବି ଏ ସନ୍ଦର୍ଭରେ ରାୟ ମାଗିଥିଲେ। ଜୁନ୍ ୧୧, ୨୦୨୬ରେ ବଡ଼ ଘୋଷଣା କରିବାକୁ ଯୋଜନା କରିଥିଲେ। ହେଲେ ପ୍ରଖ୍ୟାତ ନିର୍ଦେଶକ ଭରାଥିରାଜାଙ୍କ ନିଧନରୁ ଏହାକୁ ସ୍ଥଗିତ କରିଦେଇଥିଲେ। ଆଜି ସ୍ପଷ୍ଟ କରିଛନ୍ତି ସାଉଥ ସୁପରଷ୍ଟାର ଲରେନ୍ସ। ହେଲେ ଏହାର ଅର୍ଥ ନୁହେଁ ଯେ, ସେ କେବେ ବି ରାଜନୀତିରେ ଏଣ୍ଟ୍ରି କରିବେନି।

ସରକାରୀ ବଙ୍ଗଳା ଖାଲି କଲେ ରାବ୍ରୀ ଦେବୀ
୨୧ ବର୍ଷ ଧରି ଘରେ ଥିବା ସରକାରୀ ସାମଗ୍ରୀର ତାଲିକା ମାଗିଥିଲେ ରାବ୍ରି। ସରକାର ଦେଇଥିବା ଶେଷ ସମୟସୀମା ଶେଷ ହେବା ପରେ ବଙ୍ଗଳାରୁ ସିସିଟିଭି କ୍ୟାମେରା ଖୋଲାଯିବା ସହ ଆସବାବପତ୍ର ଓ ବ୍ୟକ୍ତିଗତ ସାମଗ୍ରୀ ସ୍ଥାନାନ୍ତର କାମ ଆରମ୍ଭ ହୋଇଛି।

ନବୀନ ନିବାସ ବନ୍ଦ- ଖୋଲିବ ଶଙ୍ଖଭବନରେ ସୁଜାତାଙ୍କ ଦରବାର!
ବ୍ୟାକଡୋରରେ କ୍ଷମତା ଓ ପତିଆରା ପୂର୍ବଭଳି ପାଣ୍ଡିଆନ ଦେଖାଇବେ। ଆଉ ଜରିଆ ସାଜିବେ ସୁଜାତା ରାଉତ। ଏଭଳି ଆଶଙ୍କାକୁ ନେଇ ବିଜେଡିର ବରିଷ୍ଠ ନେତାଙ୍କ ଭିତରେ ଭାଳେଣି ପଡ଼ିଲାଣି। ବଦ୍ରି, ରାଜା, ପ୍ରସନ୍ନ, ଭୁପିନ୍ଦରଙ୍କ ଭଳି ଅନେକ ନେତା ରକ୍ତଚାଉଳ ଚୋବେଇଲେଣି। ଅରୁଣ ସାହୁଙ୍କ ଭଳି ଅନୁଭବୀ ନେତାଙ୍କ ବହି ସାଇତା ସତରେ ଥିବା ଅନେକ କଥା ବି ଏଭଳି ଦୃଶ୍ୟପଟ୍ଟରେ ଆପେ ଆପେ ମନକୁ ଚାଲିଆସୁଛି।
