
ଶବର ଦରପୋଡ଼ା ଅଂଶ ଖାଇ ବନ୍ଧା ହେଲା କିନ୍ନର କାଳିନନ୍ଦା
ଶବର ଦରପୋଡ଼ା ଅଂଶ ଖାଇବାକୁ ଲାଗିଲା। ଚିତାର ପାଉଁଶ ନିଜ ଦେହରେ ବୋଳିଥିଲା। ଏହାକୁ ଖାଇବା ପରେ ଏହାକୁ ଟେଷ୍ଟି ଓ ହଟ୍ ବୋଲି କହିଥିଲା। ଏଭଳି ଭିଡ଼ିଓ ଦେଖି ହିନ୍ଦୁ ଧାର୍ମିକ ନେତାଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ଭିତରେ ଆକ୍ରୋଶ ସୃଷ୍ଟି ହୋଇଥିଲା। କାଳଭୈରବ ଘାଟ ସ୍ଥିତ ହିନ୍ଦୁ ସନ୍ଥ ଓ ତାନ୍ତ୍ରିକ ବିଷ୍ଣୁ ନାଥ ଉଜୈନ ପୁଲିସରେ ଏ ନେଇ ଏତଲା ଦେଇଥିଲେ।
Latest in Incident

କାହିଁକି ସୁଇସାଇଡ କଲେ ମମତାଙ୍କ ଝିଆରୀ?
କୋଲକାତା ହାଇକୋର୍ଟଙ୍କ ଆଦେଶ ବଳରେ ବୋଲପୁର ହାଇସ୍କୁଲରେ କିରାଣୀ ପଦରେ ତାଙ୍କ ନିଯୁକ୍ତିକୁ ରଦ୍ଦ କରିଦିଆଯାଇଥିଲା। ରଦ୍ଦ ସୂଚୀ ତାଲିକାରେ ତାଙ୍କର ନମ୍ୱର ଥିଲା ୬୦୮।ଛାଡ଼ପତ୍ର ମାମଲାକୁ ନେଇ ବି ଟେନସନରେ ରହୁଥିଲେ ବ୍ରିଷ୍ଟି।

ନେପାଳ ବନ୍ୟାରେ ବିଚାରପତିଙ୍କ ପତ୍ତା ମିଳୁନି..
ଜଷ୍ଟିସ ଶିବଗଣନମ ତାମିଲ ତୀର୍ଥଯାତ୍ରୀଙ୍କ ଏକ ଗ୍ରୁପରେ ନେପାଳ ଯାଇଥିଲେ। ତାଙ୍କ ସହ ବସରେ ଯାତ୍ରା କରୁଥିବା ଲୋକଙ୍କ ସହ ତାଙ୍କର ଫଟୋ ଅଛି। ଅଗଷ୍ଟ ୨୬ ସକାଳେ ସେ ପତ୍ନୀଙ୍କୁ ଓ୍ୱାଟସଆପରେ ଫୋନ୍ କରିଥିଲେ। ଏହା ପରେ ତାଙ୍କ ସହ କୌଣସି ସମ୍ପର୍କ ହୋଇପାରୁନି।

ସ୍କୁଟର ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍..
ବସଟି ପୁରା ସ୍କୁଟର ଆରୋହୀଙ୍କ ପଛପଟେ ଓଲଟିପଡ଼ିଥିଲା। ଲାଗୁଥିଲା ଯେମିତି ମୃତ୍ୟୁ ସ୍କୁଟର ଆରୋହୀଙ୍କୁ ଛୁଇଁ ଚାଲିଗଲା। ଆରୋହୀଙ୍କ ପଛପଟକୁ ଲାଗି ବସ୍ ଓଲଟିଲା। କିଛି ବୁଝିବା ଆଗରୁ ସବୁ କିଛି ଘଟିସାରିଥିଲା। ସ୍କୁଟର ଆରୋହୀ ଅଚାନକ ବସ୍ ଆଗକୁ ଚାଲିଆସିଥିଲେ।
ତେଲେଙ୍ଗାନାରେ ଭୟଙ୍କର ବସ୍-ଟ୍ରକ୍ ଦୁର୍ଘଟଣା, ୬ ମୃତ
ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ହାଇଦ୍ରାବାଦ-ବିଜୟୱାଡ଼ା ରାଜପଥରେ ଦୁର୍ଘଟଣା; ୬ ଜଣଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ; ୩ ଜଣଙ୍କ ଅବସ୍ଥା ଗୁରୁତର।

ସ୍ୱାମୀକୁ ନିଶା ଦେଇ ପ୍ରେମିକ ସହ ରାସଲୀଳା!
ସ୍ୱାମୀ ଆପତ୍ତି କରିବାରୁ ପତ୍ନୀ ତାଙ୍କ ହାତକୁ ଧରି ପକାଇଥିଲେ। ଆଉ ପ୍ରେମିକ ଗଳା ଚିପି ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଚିଲେଇବା ଶବ୍ଦ ଶୁଣି ପଡ଼ୋଶୀ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏ ଅଭିଯୋଗ ନେଇ ଝାନ୍ସିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ।

ମନ୍ଦିର ଗର୍ଭଗୃହରେ ହଙ୍ଗାମା
ବଚସା ବଢ଼ିବାରୁ ଐଶ୍ୱର୍ଯ୍ୟା ମହିଳା ସବ-ଇନ୍ସପେକ୍ଟର ସବିତାଙ୍କୁ ଚାପୁଡ଼ା ମାରିଥିଲେ। ତାଙ୍କ କ୍ୟାରିଅର ବର୍ବାଦ କରିବାକୁ ଧମକ ଦେଇଥିଲେ। ମହିଳା ସବ-ଇନ୍ସପେକ୍ଟର ବି ବିଧାୟକଙ୍କ ଝିଅକୁ ତାଙ୍କରି ଅନ୍ଦାଜରେ ଜବାବ ଦେଇଥିଲେ। ସେ ବି ଐଶ୍ୱର୍ଯ୍ୟାଙ୍କୁ ଚାପୁଡ଼ା ସେକିଦେଇଥିଲେ। ଏବେ ଦୁହେଁ ପରସ୍ପର ବିରୁଦ୍ଧରେ ଏତଲା ଦେଇଛନ୍ତି।
ନାଗପୁରରେ କ୍ଳୋରିନ୍ ଗ୍ୟାସ ଲିକ୍: ୪୦ ଅସୁସ୍ଥ
ମହାରାଷ୍ଟ୍ରର ନାଗପୁର ଗୌଧନୀ ଅଞ୍ଚଳରେ ଅଘଟଣ । ବିଳମ୍ବିତ ରାତିରେ ନାଗପୁରରେ ଜଳ ବିଶୋଧନ କେନ୍ଦ୍ରରୁ କ୍ଳୋରିନ୍ ଗ୍ୟାସ ଲିକ୍, ୪୦ ଜଣ ହସ୍ପିଟାଲରେ ଭର୍ତ୍ତି ।

ସଂସାର ଉଜାଡ଼ିଦେଲା ଆଇଫୋନର ଇଏମଆଇ
ନିକଟରେ କୁନାଲ ଏକ ଆଇ-ଫୋନ୍ କିଣିଥିଲେ। ତାହାର ଇଏମଆଇ ଭରିବାକୁ ପରିବାରକୁ ଟଙ୍କା ମାଗୁଥିଲା। କାରଣ କିସ୍ତି ଭରିବାକୁ ସେ ଅସମର୍ଥ ଥିଲା। ଏମିତିରେ ଏତେ ମହଙ୍ଗା ଫୋନ ଦେବାକୁ ସଫା ସଫା ମନା କରିଦେଇଥିଲେ ମୁରଲୀଧର। ଏହାକୁ ନେଇ ବାପା-ପୁଅ ଭିତରେ ଝଗଡ଼ା ହୋଇଥିଲା।ମଙ୍ଗଳସୂତ୍ର ଓ ମମତା ଭିତରେ ଲାଚାର ସଙ୍ଗୀତା ବି ଶେଷରେ ନିଜ ଜୀବନକୁ ଛି କରିଦେଲେ।

ବନ୍ଧୁକ ଖୋଜିବାକୁ ଯାଇ ଡ୍ରାଇଭର ଘରୁ ୩କୋଟି ପାଇଲା ପୁଲିସ ..
ସୌରଭ କହିଥିଲେ, ଏ ଟଙ୍କା ତାଙ୍କର ସମ୍ପର୍କୀୟ ରମେଶ ଅହିରଓ୍ୱାରଙ୍କର। ଯିଏ ଭୋପାଳରେ ପିଡବ୍ଲୁଡି ଇଞ୍ଜିନିୟର ଅଛନ୍ତି। ସେ ଏ ଟଙ୍କା ୮ ମାସ ତଳେ ତାଙ୍କ ଘରେ ରଖିକି ଯାଇଛନ୍ତି। ସେପଟେ ଏ ଟଙ୍କା ତାଙ୍କର ନୁହେଁ କି ସେ ଏ ବାବଦରେ କିଛି ଜାଣିନାହାନ୍ତି କହି ସଫା ସଫା ମନା କରିଦେଇଛନ୍ତି ଇଞ୍ଜିନିୟର ରମେଶ।

ହୋମଓ୍ୱାର୍କର ଭୟ- କାନ୍ଦି କାନ୍ଦି ଟଳିପଡ଼ିଲେ ଏଲକେଜି ଛାତ୍ର..
ଯେତେବେଳେ ଘଟଣାର ସିସିଟିଭି ସାମ୍ନାକୁ ଆସିଲା, ସେତେବେଳେ ମାମଲା ଅଧିକ ଗମ୍ଭୀର ହୋଇପଡ଼ିଛି। ପିଲାଟି ଡରିଯାଇଥିଲା ଆଉ କାନ୍ଦୁଥିଲା। ଏତିକିବେଳେ ଶିକ୍ଷୟତ୍ରୀ ତାହାର ୟୁନିଫର୍ମ ଠିକ୍ କରିଥିଲେ। ଏହା ପରେ ପିଲାଟି କାନ୍ଦିବାକୁ ଲାଗିଲା। ଆଉ ଶିକ୍ଷୟତ୍ରୀ ରାଗିକି ତାକୁ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାରିବା ମାତ୍ରେ ସେ ଶିକ୍ଷୟତ୍ରୀଙ୍କ ଆଡ଼କୁ ଢଳିପଡ଼ିଥିଲା ଓ ତଳେ ପଡ଼ିଯାଇଥିଲା।
ଅଧା ରାତିରେ ହୋଟେଲରେ ଭୟଙ୍କର ନିଆଁ: ୯ ମୃତ, ମୃତକଙ୍କ ମଧ୍ୟରେ ବାଂଲାଦେଶୀ ନାଗରିକ
ଅଧା ରାତିରେ ହୋଟେଲରେ ଭୟଙ୍କର ନିଆଁ। ନିଆଁର ଆଁରେ ଜଳିଗଲେ ୯। ମୃତକ ହେଲେ ବାଂଲାଦେଶୀ। କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟ ହୋଟେଲରେ ବିଳମ୍ୱିତ ରାତିରେ ଲାଗିଥିଲା ନିଆଁ। ଶିଶୁ, ମହିଳା ସମେତ ୯ଜଣଙ୍କ ଶ୍ୱାସରୁଦ୍ଧରୁ ଜୀବନ ଚାଲିଯାଇଛି। ଅନ୍ୟ ଗୁରୁତର ମରଣ ସହ ସଂଘର୍ଷ କରୁଛନ୍ତି। ରାତି ୨ଟାରେ ହୋଟେଲର ତୃତୀୟ ମହଲାରେ ଲାଗିଥିଲା ନିଆଁ। ୬୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ରେସକ୍ୟୁ କରାଯାଇଛି। ୨୪ ଘଣ୍ଟା ଭିତରେ ଏହା ଥିଲା ଦ୍ୱିତୀୟ ବଡ଼ ଅଗ୍ନିକାଣ୍ଡ। ଅଗଷ୍ଟ ୧୭ରେ ତାରାପୀଠ ହୋଟେଲ ବିଦେଶିନୀରେ ଅଗ୍ନିକାଣ୍ଡରୁ ୮ଜଣଙ୍କ ଜୀବନ ଯାଇଥିଲା।

୧୭ଦିନର ନବଜାତକକୁ କ୍ଷୀର ପିଆଇଲେ ନେପାଳି ମନ୍ତ୍ରୀ
୧୫ରୁ ୧୭ ଦିନର ଏକ ନବଜାତକ ଭୋକରେ ଆଉଟୁପାଉଟୁ ହେଉଥିଲା। ତା ପାଇଁ କ୍ଷୀରର ବ୍ୟବସ୍ଥା ହୋଇପାରୁନଥିଲା। ପିଲାଟିର ଅବସ୍ଥା ଦେଖି ବାଦି ନିଜ କୋଳକୁ ନେଇ ନିଜର ସ୍ତନ୍ୟପାନ କରାଇଛନ୍ତି। ସୀତା ବାଦିଙ୍କ ନିଜର ଜୀବନ ବି ବେଶ୍ ସଂଘର୍ଷ ସହ ଜଡ଼ିତ।

ଅଶୋକଧାମ ମନ୍ଦିରରେ ଗୁଜବରୁ ଦଳାଚକଟା- ୭ ମହିଳା ଶ୍ରଦ୍ଧାଳୁ ମୃତ
ମନ୍ଦିର ପରିସରରେ ବିଜୁଳି ତାର ପଡ଼ିଯାଇ ସେଠାରେ କରେଣ୍ଟ ପ୍ରବାହିତ ହେବାର ଗୁଜବରୁ ଭୟରେ ଧାଁଧଉଡ଼ କରିଥିଲେ ଶ୍ରଦ୍ଧାଳୁ। ବ୍ୟାରିକେଡ ଭାଙ୍ଗି ଯିଏ ପାରିଲା ଯାହା ଉପରେ କୁଦିଲା। ଫଳରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସହ ୧୨ରୁ ଅଧିକ ଆହତ ହୋଇଛନ୍ତି।

ଡେଲିଭରି ବୟକୁ ବନ୍ଧକ ରଖି ମାଡ଼!
କାହିଁକି ଡେରି ହେଲା କହି ଅଚାନକ ତାଙ୍କୁ କରିଡରରେ ମାଡ଼ ମାରିବାକୁ ଲାଗିଲେ ୟମନ। କରିଡରରେ ମାରୁଥିବା ବେଳେ ଫ୍ଲାଟ ଭିତରକୁ ଆଣ କହି ପତ୍ନୀ ଇସାରା କରିଥିଲେ। ଆଉ ଫ୍ଲାଟ ଭିତରକୁ ବି ଘୋଷାଡ଼ି ବି ନେଲେ। ଏହାର ସିସିଟିଭି ଫୁଟେଜ ଭାଇରାଲ ହୋଇଛି।
