Puri Resturant Blast:ପୁରୀ ବଡ଼ଦାଣ୍ଡରେ ଟିପି ହୋଟେଲରେ ବିସ୍ଫୋରଣ- ୪ ଗୁରୁତର
ପୁରୀ ବଡ଼ଦାଣ୍ଡ ସ୍ଥିତ ଟିପି ହୋଟେଲରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରୁ ଅଗ୍ନିକାଣ୍ଡ। ତିନି ହୋଟେଲ କର୍ମଚାରୀ ଓ ଜଣେ ଅଗ୍ନିଶମ କର୍ମଚାରୀ ଆହତ।
S
By Subhadra DasPublished: Nov 13, 2026, 05:31 PM •1 min read •2 Views
ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ଟିପି ହୋଟେଲରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହଠାତ୍ ଗ୍ୟାସ୍ ସିଲିଣ୍ଡର ଫାଟିବା ଫଳରେ ହୋଟେଲ ପରିସରରେ ନିଆଁ ଲାଗିବା ସହ ଜୋରଦାର ବିସ୍ଫୋରଣରେ ହୋଟେଲ ସମ୍ମୁଖ ରାସ୍ତାରେ କାଚ ଖଣ୍ଡ ବିଛାଡ଼ି ହୋଇ ପଡ଼ିଥିଲା। ଏହି ଘଟଣାରେ ହୋଟେଲର ତିନିଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଦନ୍ତ ପରେ ହିଁ ଜଣାପଡିବ ।
S
Subhadra DasContent Writer
Comments0
Leave a Reply
Loading comments...
