Suicide For Lover:ପିରିୟଡରେ ଜବରଦସ୍ତି ସମ୍ୱନ୍ଧ- ବୟଫ୍ରେଣ୍ଡର ଅନ୍ୟତ୍ର ଆଫାୟାରରୁ ଆତ୍ମହତ୍ୟା
ତଦନ୍ତ ବେଳେ ଯୁବକଠୁ ଦୁଇଟି ସିମ୍ କାର୍ଡ ଥିବା ମୋବାଇଲ ଫୋନ୍ ସହ ଆଉ ଏକ ଅତିରିକ୍ତ ସିମ୍ ସିଜ୍ କରିଛି ପୁଲିସ। ଆଉ ଏଥିରୁ ହିଁ ଦୁହିଁଙ୍କ ଭିତରେ ପ୍ରେମ, ବିବାଦର ପୃଷ୍ଠଭୂମିକୁ ପାଇଥିଲା ପୁଲିସ। ଘଟଣା ଦିନ ମାସିକ ଧର୍ମ ପିରିୟଡ ହୋଇଥିବା ହେତୁ ଯୁବକ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ଛାତ୍ରୀ। କିନ୍ତୁ ଯୁବକ ଶୁଣିନଥିଲା। ଜବରଦସ୍ତି ସମ୍ୱନ୍ଧ ରଖିଲା। ଏହା ପରେ ଛାତ୍ରୀଜଣକ ଯୁବକ ମୋବାଇଲରେ ଅନ୍ୟ ଝିଅର ଚାଟ୍ ଦେଖିଦେଇଥିଲେ।

ପିରିୟଡ ବେଳେ ଜବରଦସ୍ତି ସମ୍ପର୍କ ରଖୁଥିଲା। ଅନ୍ୟ ଝିଅଙ୍କ ସହ ବି ଥିଲା ଆଫାୟର। ଆଉ ପ୍ରେମରେ ଏଭଳି ଧୋକା ପାଇ ଶେଷରେ ଜୀବନ ହାରିଦେଲେ ଛାତ୍ରୀ। ସେନ୍ଧଓ୍ୱାରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ୧୭ ବର୍ଷର ନାବାଳକକୁ ଗିରଫ କରିଛି ପୁଲିସ। ପୁଲିସ ତଦନ୍ତରେ ଯୌନଶୋଷଣ, ଅନ୍ୟ ଝିଅଙ୍କ ସହ ଚାଟ୍ ଓ ଏହାକୁ ନେଇ ଦୁହିଁଙ୍କ ଭିତରେ ବିବାଦର କଥା ସାମ୍ନାକୁ ଆସିଛି। ଏ ମାମଲାରେ ଡିଏନଏ ଓ ଫରେନସିକ ଯାଞ୍ଚ ବି କରାଯାଉଛି। ମଧ୍ୟପ୍ରଦେଶ ବଡ଼ଓ୍ୱାନି ଜିଲ୍ଲାର ସେନ୍ଧଓ୍ୱାରେ ଭଡ଼ା ଘରେ ଫାଶୀ ଲଗାଇ ଝୁଲିପଡ଼ିଥିବା ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଯୁବକ ବିରୁଦ୍ଧରେ ପୋକ୍ସୋ ଆକ୍ଟ ସହ ଆତ୍ମହତ୍ୟା ଲାଗି ଉସୁକାଇବା, ଯୌନଶୋଷଣ ସମ୍ୱନ୍ଧିତ ଧାରା ଲଗାଇଛି ପୁଲିସ। ଅଦାଲତରେ ହାଜର କରିବା ପରେ ତାକୁ ବାଳସ୍ୱଧାରଗୃହକୁ ପଠାଇ ଦିଆଯାଇଛି। ମୃତକ ଛାତ୍ରୀଙ୍କ ବୟସ ୧୬ ବର୍ଷ ୧୦ ମାସ। ସେ ପାଠ ପଢ଼ିବାକୁ ଆସି ସେପ୍ଟେମ୍ୱର ୧୨ରୁ ଭଡ଼ା ଘରେ ରହୁଥିଲେ। ଅକ୍ଟୋବର ୨୮ରେ ଘରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ। ଅକ୍ଟୋବର ୧୭ରୁ ସେ ସ୍କୁଲ ବି ଯାଉନଥିଲେ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିଲା। କିନ୍ତୁ ତଦନ୍ତ ବେଳେ ଯୁବକଠୁ ଦୁଇଟି ସିମ୍ କାର୍ଡ ଥିବା ମୋବାଇଲ ଫୋନ୍ ସହ ଆଉ ଏକ ଅତିରିକ୍ତ ସିମ୍ ସିଜ୍ କରିଛି ପୁଲିସ। ଆଉ ଏଥିରୁ ହିଁ ଦୁହିଁଙ୍କ ଭିତରେ ପ୍ରେମ, ବିବାଦର ପୃଷ୍ଠଭୂମିକୁ ପାଇଥିଲା ପୁଲିସ। ଘଟଣା ଦିନ ମାସିକ ଧର୍ମ ପିରିୟଡ ହୋଇଥିବା ହେତୁ ଯୁବକ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ଛାତ୍ରୀ। କିନ୍ତୁ ଯୁବକ ଶୁଣିନଥିଲା। ଜବରଦସ୍ତି ସମ୍ୱନ୍ଧ ରଖିଲା। ଏହା ପରେ ଛାତ୍ରୀଜଣକ ଯୁବକ ମୋବାଇଲରେ ଅନ୍ୟ ଝିଅର ଚାଟ୍ ଦେଖିଦେଇଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ପ୍ରବଳ ଝଗଡ଼ା ହେଲା ଓ ଯୁବକ ଘର ଛାଡ଼ି ପଳାଇଥିଲା। ଏହା ପରେ ଛାତ୍ରୀଜଣକ ବୟଫ୍ରେଣ୍ଡକୁ ଅନେକ ଥର କଲ୍ କରିଥିଲେ। କିନ୍ତୁ ସେ ରିସିଭ୍ କଲାନି। ଏହା ପରେ ବୟଫ୍ରେଣ୍ଡର ଜଣେ ସାଙ୍ଗ ସହ ବି ଯୋଗାଯୋଗ କରିବାକୁ ଚାହିଁଲେ। ସେ ବି କୌଣସି ଜବାବ ଦେଲେନି। ଆଉ ଏଥିରେ ମର୍ମାହତ ହୋଇ ଶେଷରେ ଛାତ୍ରୀଜଣକ ଜୀବନ ହାରିଦେଇଥିବେ ବୋଲି ପୁଲିସ ଆଶଙ୍କା କରୁଛି।
