
Karnataka Election : ନିର୍ବାଚନ ରେକର୍ଡ ଗାଏବ! ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନରେ ଅକଳରେ ନିର୍ବାଚନ ଆୟୋଗ
ରି-କାଉଣ୍ଟିଂର ମୂଳ ଭିଡିଓ ରେକର୍ଡିଂ ନମିଳିବାରୁ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷୀଛନ୍ତି ସୁପ୍ରିମକୋର୍ଟ | କୋର୍ଟ ସମସ୍ତ ରେକର୍ଡ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେବା ସହ ଏପରି ନକଲେ ପ୍ରତିକୂଳ ନିଷ୍କର୍ଷ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି |
Latest in National
Bihar Boat Tragedy:ଗଙ୍ଗାରେ ଡଙ୍ଗା ବୁଡ଼ି ୧୩ ଛୁଆ ମୃତ
ବିହାରର ବୈଶାଳୀରେ ଏକ ଖୁସିର ଯାତ୍ରା ହଠାତ୍ ଦୁଃଖଦ ଘଟଣାରେ ପରିଣତ ହୋଇଛି। ଗଙ୍ଗା ନଦୀ ପାର ହୋଇ ଭୋଜିକୁ ଯାଉଥିବା ପିଲାଙ୍କ ନୌକା ବୁଡ଼ିଯିବା ପରେ ଅନେକ ପରିବାରରେ ଶୋକର ଛାୟା ଖେଳିଯାଇଛି। ଉଦ୍ଧାର କାର୍ଯ୍ୟ ଓ ମୃତ୍ୟୁସଂଖ୍ୟାକୁ ନେଇ ସାମ୍ନାକୁ ଆସିଛି ହୃଦୟବିଦାରକ ଚିତ୍ର।

Bengaluru Bar Ruckus: ବେଙ୍ଗାଲୁରୁ ପବ୍ରେ ହଙ୍ଗାମା, IAS ଅଧିକାରୀଙ୍କ ନାଁରେ FIR
ବେଙ୍ଗାଲୁରୁରେ ବିଳମ୍ବିତ ରାତିରେ ପବ୍ ଓ ବାର୍ରେ ପୋଲିସ ଚଢ଼ାଉ ସମୟରେ ହଙ୍ଗାମା କରିବା ଅଭିଯୋଗରେ IAS ଅଧିକାରୀ ବିକାଶ ମର୍ମଟଙ୍କ ସମେତ ଚାରି ଜଣଙ୍କ ବିରୋଧରେ FIR ରୁଜୁ ହୋଇଛି। ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ, ଧମକ ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ BNSର ବିଭିନ୍ନ ଧାରା ଲାଗୁ ହୋଇଛି |

Delhi CEO Reveals Major SIR Update : ୩୩ ଲକ୍ଷ ନୋଟିସ୍ ମଧ୍ୟରୁ ୨୦ ଲକ୍ଷ ମାମଲାର ସମାଧାନ
ଦିଲ୍ଲୀରେ SIR ପ୍ରକ୍ରିୟା ଅଧୀନରେ ପ୍ରାୟ ୩୩ ଲକ୍ଷ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏହି ଭୋଟରମାନଙ୍କୁ ଭୋଟର ତାଲିକାରେ ନିଜ ନାମ ବଜାୟ ରଖିବା ପାଇଁ ଯୋଗ୍ୟତା ପ୍ରମାଣ କରିବା ନିମନ୍ତେ ସମ୍ପୃକ୍ତ ଦସ୍ତାବିଜ୍ ଦାଖଲ କରିବାକୁ ପଡ଼ିଥିଲା |

Protest Politics JantarMantar:ଜନ୍ତରମନ୍ତର ବଦଳରେ ୩ ସ୍ଥାନ, ସୁବିଧା ନା ସମସ୍ୟା?
“ଆନ୍ନା ହଜାରେଙ୍କ ଦୁର୍ନୀତିବିରୋଧୀ ଆନ୍ଦୋଳନଠାରୁ କୁସ୍ତିଯୋଦ୍ଧାଙ୍କ ନ୍ୟାୟ ଦାବି ପର୍ଯ୍ୟନ୍ତ—ଜନ୍ତରମନ୍ତର କେବଳ ଏକ ପ୍ରତିବାଦସ୍ଥଳ ନୁହେଁ, ଅନେକ ଜାତୀୟ ପ୍ରସଙ୍ଗକୁ ଦେଶର ସାମ୍ନାକୁ ଆଣିଥିବା ଏକ ମଞ୍ଚ। ତେଣୁ ଏହାର ଠିକଣା ବଦଳିବା ସହ ଆନ୍ଦୋଳନର ସ୍ୱର, ପହଞ୍ଚ ଓ ପ୍ରଭାବ କେତେ ବଦଳିବ, ତାହା ଏବେ ଭାବିବାର ବିଷୟ।” କେବଳ ଯେ ଆନ୍ଦୋଳନର ସ୍ଥାନ ବଦଳିଛି ତାହାନୁହଁ , ବଢିଛି ସଂସଦ ଠାରୁ ଦୂରତା | ତେବେ,ଏହି ପରିବର୍ତ୍ତନ ପ୍ରତିବାଦକୁ ସୁବ୍ୟବସ୍ଥିତ କରିବ, ନା ଦାବି ଶୁଣାଇବାର ରାସ୍ତାକୁ ଆହୁରି ଲମ୍ବା କରିବ?
Neha Bora:ପୋଲିସକୁ ଚକ୍ମା ଦେଇଥିଲେ କି ନେହା ବୋରା?
ରବିବାର ଦିନ ଦିଲ୍ଲୀର ଦୁଇଟି ଭିନ୍ନ ସ୍ଥାନରେ 'ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍'ର ସଭାପତି ନେହା ବୋରାଙ୍କୁ ଦେଖିବାକୁ ମିଳିଥିଲା। ଗୋଟିଏ ଭିଡିଓରେ, କନଟ୍ ପ୍ଲେସ୍ ଠାରେ ଦିଲ୍ଲୀ ପୋଲିସ୍ କର୍ମଚାରୀମାନେ ତାଙ୍କୁ ଧରିବା ପାଇଁ ଦୌଡ଼ୁଥିବାର ଦେଖାଯିବାବେଳେ, ଅନ୍ୟ ଏକ ଭିଡିଓରେ ଆର.କେ. ଆଶ୍ରମ ନିକଟରେ କ୍ୟାମେରା ସାମ୍ନାରେ ସେ ପୋଲିସ୍ ହେପାଜତରେ ଥିବାର ନଜର ଆସିଥିଲେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହା କ’ଣ ନେହା ବୋରାଙ୍କର କୌଣସି ରଣନୀତି ଥିଲା, ନା କେବଳ ଏକ ସଂଯୋଗ?
CBI Searching CM's OSD; ଭଗବନ୍ତ ମାନଙ୍କ OSD ରାଜବୀରଙ୍କୁ ଖୋଜୁଛି ସିବିଆଇ
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ 'ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି' (OSD) ରାଜବୀର ଘୁମାନଙ୍କୁ ଦ୍ୱିତୀୟ ନୋଟିସ୍ ଜାରି କରିଛି ସିବିଆଇ। ଦ୍ୱିତୀୟ ଥର ହାଜର ନହେବା ପରେ ଏହି ନୋଟିସ୍ ରାଜବୀର ଘୁମାନଙ୍କ ବାସଭବନ ବାହାରେ ଲଗାଯାଇଛି। ତାଙ୍କ ବିରୋଧରେ ବଦଳି ଓ ନିଯୁକ୍ତି ମାମଲାରେ ଲାଞ୍ଚ ନେବାର ଅଭିଯୋଗ ରହିଛି।
JNU Professor Dismiss: ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ମାମଲାରେ JNUରୁ ବହିଷ୍କୃତ
ମଣିପୁରର କଂଗ୍ରେସ ସାଂସଦ ତଥା JNU ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ନେଇ ବଡ ବିବାଦ ଠିଆ ହେଇଛି । ୧୧ ଜଣ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ JNUରୁ ବହିଷ୍କୃତ ହେଇଛନ୍ତି ବିମୋଲ | ହେଲେ ସାଂସଦଙ୍କ ପକ୍ଷରୁ ଏହି ମାମଲାକୁ ନେଇ ଆପତ୍ତି ରହିଛି।

ECI Appointnment Row:ନିର୍ବାଚନ କମିଶନରେ ନିଯୁକ୍ତି ପ୍ରକ୍ରିୟା- ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ଆବେଦନକାରୀ ସୁରୀ ପାୟଲା (Suri Payala) ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନରେ ଅଭିଯୋଗ ହୋଇଛି ଯେ, ୨୦୨୩ରେ ପ୍ରଣିତ ନିଯୁକ୍ତି ଆଇନ ଅନୁଯାୟୀ ଯେଉଁ ପ୍ରକ୍ରିୟା ପାଳନ ହେବା କଥା, ତାହା ପାଳନ କରାଯାଇନଥିଲା।

CJP Protest:କାଲି ଜନ୍ତରମନ୍ତରରେ ସିଜେପିର ଆନ୍ଦୋଳନ- ଦିଲ୍ଲୀରେ ହାଇଆଲର୍ଟ
ସମ୍ୱିଧାନ ରକ୍ଷା ସକାଶେ ଏ ଲଢ଼େଇ। ଯୁବ ଓ ଜେନ-ଜିଙ୍କ ଆନ୍ଦୋଳନକୁ ମଝଭୁତ କରିବାକୁ ପଡ଼ିବ। ଜନ୍ତରମନ୍ତରରେ ସିଜେପି ଆନ୍ଦୋଳନରେ ସାମିଲ ହେବେ ଟିକାୟତ। ସିଜେପି କହିଥିଲା, ବିଜେପି ସରକାର ବୋଧହୁଏ ଗୃହଯୁଦ୍ଧ କରିବାକୁ ଚାହୁଁଛନ୍ତି।
Dry Day in Delhi :ବିକ୍ଷୋଭ ମଧ୍ୟରେ ମଦ ବିକ୍ରି ଉପରେ କଟକଣା- ଆଜି ଓ କାଲି ଡ୍ରାଏ ଡେ
ରାଜଧାନୀରେ ପ୍ରସ୍ତାବିତ ବିକ୍ଷୋଭକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଉଥିବା ବେଳେ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ମଦ ବିକ୍ରି ଉପରେ ଲଗାଯାଇଛି କଟକଣା |ବନ୍ଦ ରହିବ ୨ ଦିନ ମଦ ଦୋକାନ | ୯-୧୦ ଅକ୍ଟୋବର ଡ୍ରାଏ ଡେ |
rented car accident :୧୬ ହଜାର ଟଙ୍କାରେ ଅଡ଼ି କାର୍ ଭଡ଼ା, ୩ ଗାଡ଼ିକୁ ଧକ୍କା
ବନ୍ଧୁଙ୍କ ଜନ୍ମଦିନ ପାଳନ ପାଇଁ ଏକ ଦାମୀ କାର୍ ଭଡ଼ାରେ ଆଣିଥିଲେ ନାବାଳକ। କିନ୍ତୁ କିଛି ମିନିଟ୍ର ବେପରୁଆ ଡ୍ରାଇଭିଂ ଜଣେ ନିରୀହ ବ୍ୟକ୍ତିଙ୍କ ଜୀବନ ନେଇଗଲା। ଭଡା ଗାଡି ଚୁନା ହେବାସହ ୩ ଗାଡ଼ିକୁ ଧକ୍କା |
Himashree Boro death case:ହିମାଶ୍ରୀ ବୋରୋ ମୃତ୍ୟୁ ମାମଲା
ଆସାମର ହିମାଶ୍ରୀ ବୋରୋଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନୂଆ ଭିଡିଓ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ସେ ରେଳ ପ୍ଲାଟଫର୍ମରେ ଚାଲୁଥିବା ଓ ଟ୍ରେନ୍ରେ ଚଢ଼ୁଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି | ତାଙ୍କ ଆଖପାଖର ପୁରୁଷ ମାନଙ୍କୁ ନେଇ ଭୟଭୀତ ଅଛନ୍ତି ବୋଲି ହିମାଶ୍ରୀ ଫୋନରେ ଘରକୁ ଜଣାଇଥିଲେ ,ଏବେ ସିସିଟିଭି ଫୁଟେଜରେ ଜଣେ ଯୁବକ ତାଙ୍କସହ କଥାହେବାକୁ ଚେଷ୍ଟା କରିବା ଦୃଶ୍ୟ ତଦନ୍ତର ଗୁରୁତ୍ୱପୂର୍ଣ୍ଣ କଡ଼ି ପାଲଟିଛି।

CEC Z+ Security:ପ୍ରଦର୍ଶନ ପରେ ବଢ଼ିଲା CECଙ୍କ ସୁରକ୍ଷା
ଭୋଟର ତାଲିକାରେ ଅନିୟମିତତାକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ Z+ ସୁରକ୍ଷା ବଢ଼ାଯାଇଛି |
Harassed by Police Officer:ପୁଲିସ ଅଧିକାରୀଙ୍କ ନାଁରେ ଯୌନ ଉତ୍ପୀଡ଼ନ ତଦନ୍ତ ସାଙ୍ଗକୁ ପଦୋନ୍ନତି
ଦିଲ୍ଲୀରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ବିବାଦ |ଜନ୍ତର ମନ୍ତରରେ ଅକ୍ଟୋବର ୩ର ପ୍ରତିବାଦ ସମୟରେ ପୁଲିସ କର୍ମଚାରୀଙ୍କ ବିରୋଧରେ ୩ ମହିଳା ସାମ୍ବାଦିକ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚକୁ ପଠାଯାଇଥିବା ବେଳେ ଅଭିଯୋଗରେ ନାମ ଥିବା ପୁଲିସ ଅଧିକାରୀ ଏସିପି ବିବେକ ଭଗତଙ୍କୁ ଅତିରିକ୍ତ ଡିସିପି ଭାବେ ପଦୋନ୍ନତି ଦିଆଯାଇଛି।
