Barrier Less Toll Plaza:ଦୁବାଇ ଭଳି ଏଣିକି ବ୍ରେକ୍ ଫ୍ରି ଟୋଲ୍ ପ୍ଲାଜା
ନା ଟୋଲରେ ରହିବାକୁ ପଡ଼ିବ ନା ଗାଡ଼ିରେ ବ୍ରେକ୍ କଷିବାକୁ ପଡ଼ିବ। ଯେମିତି ଗାଡ଼ି ଟୋଲପ୍ଲାଜା ଦେଇ ଅତିକ୍ରମ କରିବ, ଫାସଟାଗରୁ ଟୋଲ୍ ଆପେ ଆପେ କଟିଯିବ। ଯଦି କୌଣସି କାରଣରୁ ପେମେଣ୍ଟ ଅସଫଳ ହୁଏ ବା ଫାସଟାଗ ବ୍ଲାକଲିଷ୍ଟେଡ ଥିବ। ତାହେଲେ ଗାଡ଼ି ମାଲିକଙ୍କୁ ଇ-ନୋଟିସ ଯିବ।

ଏଣିକି ହାଇଓ୍ୱେରେ ଥିବା ଟୋଲ ପ୍ଲାଜାରେ ବ୍ରେକ୍ ଲଗାଇବା ଦରକାର ପଡ଼ିବନି। ଭାରତରେ ଏବେ ଦୁବାଇ ଭଳି ବ୍ରେକ୍ ଫ୍ରି ଟୋଲ୍ କଲେକ୍ସନ ହେବ। ଏଥିଲାଗି ଏମଏଲଏଫଏଫ ସିଷ୍ଟମ ଆରମ୍ଭ ହୋଇଛି। ଦେଶର ୭ଟି ଟୋଲ୍ ଗେଟରେ ଏହା ଲାଗୁ ହୋଇଛି। ଦେଶତମାମ ଏହାକୁ ଲାଗୁ କରିବାକୁ ଦ୍ରୁତଗତିରେ କାମ ଚାଲିଛି। ନା ଟୋଲରେ ରହିବାକୁ ପଡ଼ିବ ନା ଗାଡ଼ିରେ ବ୍ରେକ୍ କଷିବାକୁ ପଡ଼ିବ। ଯେମିତି ଗାଡ଼ି ଟୋଲପ୍ଲାଜା ଦେଇ ଅତିକ୍ରମ କରିବ, ଫାସଟାଗରୁ ଟୋଲ୍ ଆପେ ଆପେ କଟିଯିବ। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଭାରତରେ ଟୋଲ ସିଷ୍ଟମ ବଦଳୁଛି। ଫାସଟାଗରେ ଫେସଲେସ ପେମେଣ୍ଟ ଆରମ୍ଭ ପରେ ଏଭଳି ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆରମ୍ଭ ହୋଇଛି। ଏହି ନୂଆ ଟେକ୍ନିକର ନାଁ MLLF ଅର୍ଥାତ ମଲଟି ଲେନ୍ ଫ୍ରି ଫ୍ଲୋ ସିଷ୍ଟମ। ୭ଟି ଟୋଲ ପ୍ଲାଜାରେ ଏହା ଏବେ ଲାଗୁ ହୋଇଛି। ଗାଡ଼ି ଫୁଲ ସ୍ପିଡରେ ଟୋଲ୍ କ୍ରସ କରିବ। ଆଉ ଟୋଲ କଲେକ୍ସନ ଅଟୋମେଟିକ ନମ୍ୱର ପ୍ଲେଟ ରିକଗନିସନ ସିଷ୍ଟମରେ ହେଉଛି। ଏହି ସିଷ୍ଟମର ବିଶେଷତ୍ୱ ହେଉଛି ଯେ, ଫାସଟାଗ୍ ଓ ନମ୍ୱର ପ୍ଲେଟ୍। ଏ ଦୁଇଟିରୁ କୌଣସି ଗୋଟିଏକୁ ମୂହୂର୍ତ୍ତକ ଭିତରେ କ୍ୟାଚ୍ କରି ଟ୍ରାନ୍ସଆକ୍ସନ ସମ୍ପୂର୍ଣ୍ଣ କରିପାରେ। ୟୁଏଇ ସମେତ ଦୁନିଆର ୨୦ରୁ ଅଧିକ ଦେଶ ଏଭଳି ଅଟୋମେଟିକ ଟୋଲର ବ୍ଯବସ୍ଥା ଆପଣାଇଛନ୍ତି। ନା ଟୋଲରେ ବ୍ରେକ ନା ସ୍ପିଡ୍ କମ୍ କରିବାକୁ ପଡ଼ିବ। ଟୋଲ ପାରି ମାତ୍ରେ ନିର୍ଦ୍ଧାରିତ ଟୋଲ୍ କଟିଯିବ। ଭାରତର ହାଇଓ୍ୱେରେ ଥିବା ଟୋଲ୍ ରେ ପ୍ରାୟ ଜାମ୍ ଲାଗିଯାଏ। ଲମ୍ୱା ଧାଡ଼ିରେ ଗାଡ଼ି ଛିଡ଼ା ହୁଏ। ଆଉ କେତେବେଳେ ବ୍ୟାରିଅର ଖୋଲିବ, ଅପେକ୍ଷା କରିଥାଆନ୍ତି ଚାଳକ।
ସବୁଠୁ ବଡ଼ ମୁଦ୍ଦା ହେଲା, କୌଣସି ଗାଡ଼ିର ଫାସଟ୍ୟାଗ୍ ବ୍ଲାକଲିଷ୍ଟ ହୋଇଥିଲେ, ତାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼େ। ଏ ସବୁ ସମସ୍ୟାକୁ ଟାଳିବାକୁ ସରକାର ଟୋଲ ପ୍ଲାଜାରେ ଚିତ୍ର ବଦଳାଇବା ଆରମ୍ଭ କରିଛନ୍ତି। ଏମଏଲଏଲଏଫ ଫାସଟ୍ୟାଗର ବିକଳ୍ପ ନୁହେଁ। ବରଂ ତାକୁ ଅଧିକ ଆଡଭାନ୍ସ କରିବାର ମାଧ୍ୟମ ଅଟେ। ଟୋଲ କାଟିବା ପାଇଁ ଯେଉଁଠି ବ୍ୟାରିଅର ଥାଏ, ତା ଉପରେ କ୍ୟାମେରା ଲଗାଯାଏ। ଏହି କ୍ୟାମେରା ଅଟୋମେଟିକ ନମ୍ୱର ପ୍ଲେଟକୁ କ୍ୟାଚ୍ କରିବ। ଏଥିରେ RFID ରିଡର ଓ ଭେହିକିଲ କ୍ଲାସିଫିକେସନ ସେନସର ବି ଥାଏ। RFID ରିଡର ଫାସଟାଗକୁ
ସ୍କାନ କରିବ ଓ କ୍ୟାମେରା ନମ୍ୱର ପ୍ଲେଟକୁ ରିଡ୍ କରିବ। ଭେହିକିଲ ସେନସର କହିବ, ଗାଡ଼ି କେଉଁ ଶ୍ରେଣୀର। ଯଦି କୌଣସି କାରଣରୁ ପେମେଣ୍ଟ ଅସଫଳ ହୁଏ ବା ଫାସଟାଗ ବ୍ଲାକଲିଷ୍ଟେଡ ଥିବ। ତାହେଲେ ଗାଡ଼ି ମାଲିକଙ୍କୁ ଇ-ନୋଟିସ ଯିବ। ନିର୍ଦ୍ଧାରିତ ସମୟ ଭିତରେ ଟୋଲ୍ ଭରଣା କରିବାକୁ। ନହେଲେ ଜରିମାନା ଆଦାୟ କରାଯିବ। ଏନଏଚଏଆଇର କହିବା କଥା, ଏହି ବ୍ଯବସ୍ଥା ଦ୍ୱାରା ଯାତ୍ରା କମ୍ ସମୟରେ ପୁରା ହେବ ଓ ଇନ୍ଧନ ଖର୍ଚ୍ଚ ବି କମ୍ ହେବ। ଏଥିରେ ପ୍ରଦୂଷଣର ମାତ୍ରା କମିବ ଓ ପରିବେଶକୁ ପହଞ୍ଚୁଥିବା କ୍ଷତିକୁ ବି ହ୍ରାସ କରିହେବ। ପ୍ଲାଜାରେ ଭିଡ଼ କମିଲେ, ୨୫୦ ମିଲିୟନ ଲିଟର ତେଲ ବଞ୍ଚିବ। ଏଥିରୁ ବାହାରୁଥିବା କାର୍ବନ ଡାଏଅକ୍ସାଇଡରେ ୮୧ହଜାର ଟନ୍ ହ୍ରାସ ପାଇବ। ଏମଏଲଏଫଏଫ ଲାଗୁରେ ଅପରେଟିଂ କଷ୍ଟ ବି କମ୍
ରହିବ। କାରଣ ଅପରେଟିଂ କଷ୍ଟ ବାର୍ଷିକ ୫ହଜାରରୁ ୬ହଜାର କୋଟି ଟଙ୍କା ହୋଇଯାଉଛି। ଚଳିତ ବର୍ଷ ମେ ମାସରେ ଗୁଜୁରାଟର ଏନଏଚ-୪୮ର
ସୁରଟ-ଭରୁଚରେ ଥିବା ଚୌରାସି ଟୋଲ ପ୍ଲାଜାରେ ପ୍ରଥମ ଏମଏଲଏଫଏଫ ଆରମ୍ଭ ହୋଇଥିଲା। ଏହା ପରେ ଦିଲ୍ଲୀ ଏନସିଆରର ଅର୍ବାନ ଏକ୍ସଟେନସନ ରାସ୍ତାର ମୁଣ୍ଡକା ଓ ବକ୍କରବାଲା ପ୍ଲାଜାରେ ଆରମ୍ଭ କରାଯାଇଥିଲା। ତାମିଲନାଡ଼ୁର ତାମ୍ୱରମ ତିଣ୍ଡିଓ୍ୱନମ ପ୍ଲାଜାରେ ଅକ୍ଟୋବରରେ ହୋଇଛି। ରାଜସ୍ଥାନ ର ଏନଏଚ-୪୮ର ଦିଲ୍ଲୀ-ଜୟପୁର ରୁଟରେ ଥିବା ଦୌଲତାପୁର ପ୍ଲାଜା, ଏନଏଚ-୪୪ରେ ପାନିପତ- ଜଳନ୍ଧର ହାଇଓ୍ୱେରେ ଥିବା ଘରୋଣ୍ଡା ପ୍ଲାଜା, ଦିଲ୍ଲୀ- ଜୟପୁର ରୁଟରେ ଥିବା ମନୋହରପୁରା ପ୍ଲାଜା,ରାଜସ୍ଥାନର ଶାହଜହାଁନପୁର ପ୍ଲାଜା ଆଦିରେ ଏହା କାର୍ଯ୍ୟକ୍ଷମ ଅଛି। ଯେଉଁ ଟୋଲ ପ୍ଲାଜାରେ ଏହି ସିଷ୍ଟମ ଲାଗୁ ହୋଇଛି, ମେ ମାସରୁ ଅଗଷ୍ଟ ପହିଲା ଭିତରେ ପ୍ରାୟ ୧୪୭ କୋଟି ଟଙ୍କାର ଟୋଲ୍ ସଂଗ୍ରହ ହୋଇଛି। ଏଥିରୁ ପ୍ରାୟ ୯୦ ପ୍ରତିଶତ ଗାଡ଼ିରୁ ଟୋଲ୍ ଅଟୋମେଟିକ୍ ସଂଗ୍ରହ ହୋଇଛି। ଯେବେ କି ୧୦ ପ୍ରତିଶତ ଗାଡ଼ିରୁ ଟୋଲ୍ କଲେକ୍ସନ ଫେଲ୍ ମାରିଥିଲା। ଯେଉଁଥିରୁ ପ୍ରାୟ ୯.୨ କୋଟି ଟଙ୍କା ଆସିବାର ଥିଲା।
