Russia Military Plane Crash: ଋଷରେ ସାମରିକ ବିମାନ କ୍ରାସ୍- ୧୯ ମୃତ
ଋଷର କେମେରୋଭୋ ଅଞ୍ଚଳର ୟାଗୁନୋଭୋ ଗାଁ ନିକଟରେ ବିମାନଟି ଖସିପଡ଼ିଥିଲା।ଏହି ଅଞ୍ଚଳ ପଶ୍ଚିମ ସାଇବେରିଆରେ ଅବସ୍ଥିତ। ଦୁର୍ଘଟଣା ସମୟରେ ବିମାନରେ ୧୯ ଜଣ ଥିଲେ। ବିମାନଟି ଏକ ଜନଶୂନ୍ୟ ଅଞ୍ଚଳରେ ଖସିପଡ଼ିଥିଲା।

ଋଷରେ ଭୟଙ୍କର ସାମରିକ ବିମାନ ଦୁର୍ଘଟଣା, ୧୯ ଜଣଙ୍କ ମୃତ୍ୟୁ। ସାଇବେରିଆର କେମେରୋଭୋ ଅଞ୍ଚଳରେ ଏକ ସାମରିକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ମୃତ୍ୟୁସଂଖ୍ୟା ସ୍ପଷ୍ଟ କରାଯାଇଛି। ପ୍ରାଥମିକ ତଦନ୍ତରେ ଯାନ୍ତ୍ରିକ ତ୍ରୁଟିକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ବୋଲି କୁହାଯାଉଛି। ଋଷର କେମେରୋଭୋ ଅଞ୍ଚଳର ୟାଗୁନୋଭୋ ଗାଁ ନିକଟରେ ବିମାନଟି ଖସିପଡ଼ିଥିଲା।ଏହି ଅଞ୍ଚଳ ପଶ୍ଚିମ ସାଇବେରିଆରେ ଅବସ୍ଥିତ। ଦୁର୍ଘଟଣା ସମୟରେ ବିମାନରେ ୧୯ ଜଣ ଥିଲେ। ବିମାନଟି ଏକ ଜନଶୂନ୍ୟ ଅଞ୍ଚଳରେ ଖସିପଡ଼ିଥିଲା।ଫଳରେ ଭୂମିରେ ଥିବା ସାଧାରଣ ଲୋକଙ୍କ ମୃତ୍ୟୁ କିମ୍ବା କ୍ଷୟକ୍ଷତିର ଖବର ମିଳିନାହିଁ। ଦୁର୍ଘଟଣାଗ୍ରସ୍ତ ବିମାନଟି ହେଉଛି Antonov An-12। ଏହା ଏକ ସୋଭିଏତ୍ ଯୁଗର ସାମରିକ ପରିବହନ ବିମାନ। ଏହି ବିମାନର ବିଶେଷତ୍ୱ ବି ରହିଛି।ଏହା ଚାରିଟି ଟର୍ବୋପ୍ରପ୍ ଇଞ୍ଜିନ୍ ବିଶିଷ୍ଟ ବିମାନ। ସାମରିକ ସାମଗ୍ରୀ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନରେ ଏହା ବ୍ୟବହାର ହୁଏ। ୧୯୫୦ ଦଶକର ଶେଷ ଭାଗରୁ ଏହା ବିମାନ
ସେବାରେ ରହିଛି। ବିଶ୍ୱରେ ଏହି ବିମାନର ୧୦୦୦ରୁ ଅଧିକ ୟୁନିଟ୍ ନିର୍ମାଣ ହୋଇଥିଲା। ଋଷର କେମେରୋଭୋ ଅଞ୍ଚଳର ରାଜ୍ୟପାଳ ଇଲିଆ ସେରେଡ୍ୟୁକ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ବିମାନଟି ଅଞ୍ଚଳ ଦେଇ ଉଡ଼ାଣ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗିଯାଇଥିଲା।ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ଉଦ୍ଧାରକାରୀ ଦଳ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ପ୍ରାଥମିକ ଭାବେ ଯାନ୍ତ୍ରିକ ତ୍ରୁଟି ବା Technical Malfunctionକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ କୁହାଯାଇଛି।ତେବେ ଏବେ ସୁଦ୍ଧା ଯାନ୍ତ୍ରିକ ତ୍ରୁଟି କେଉଁଠି ହୋଇଥିଲା, ଇଞ୍ଜିନ୍ରେ ସମସ୍ୟା ଥିଲା କି ଅନ୍ୟ କୌଣସି କାରଣ ଥିଲା, ତାହା ସ୍ପଷ୍ଟ ହୋଇନାହିଁ।ଦୁର୍ଘଟଣା ପରେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷ ତଦନ୍ତ ଟିମ୍ ନିୟୋଜିତ କରାଯାଇଛି। Russian Aerospace Forcesର ଏକ କମିଶନ ଘଟଣାସ୍ଥଳରେ ତଦନ୍ତ କରୁଛି। ବିମାନର ଯାନ୍ତ୍ରିକ ଅବସ୍ଥା ଯାଞ୍ଚ କରାଯିବ। ବିମାନର ଉଡ଼ାଣ ସମ୍ପର୍କିତ ତଥ୍ୟ ଯାଞ୍ଚ ହେବ।
ଋଷର Investigative Committee ପକ୍ଷରୁ ମଧ୍ୟ ବିମାନ ସୁରକ୍ଷା ନିୟମର ଉଲ୍ଲଂଘନ ହୋଇଛି କି ନାହିଁ, ସେନେଇ ତଦନ୍ତ ଆରମ୍ଭ ହୋଇଛି।ଋଷରେ ସାମରିକ ବିମାନ ଦୁର୍ଘଟଣାର ଏହା ପ୍ରଥମ ଘଟଣା ନୁହେଁ। ଗତ ସେପ୍ଟେମ୍ବର ମାସରେ ଋଷର ଆମୁର ଅଞ୍ଚଳରେ Tupolev Tu-95 ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସେହି ଘଟଣାରେ ୬ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଥିଲେ।
