Indore Murder:ଭଏସ ରେକର୍ଡିଂରେ ଖୋଲିଲା ପରକୀୟାପ୍ରୀତି ରହସ୍ୟ- ପତ୍ନୀକୁ ମାରି ସ୍ୱାମୀର ସୁଇସାଇଡ
ଏହି ୫ ଦିନରେ ବର୍ଷାଙ୍କୁ ନିଜ ପ୍ରେମଜାଲରେ ଫସାଇଥିଲେ। ତେବେ ବର୍ଷା ଓ ରିହାନଙ୍କ ଭିତରେ ପ୍ରେମସମ୍ପର୍କର କଥା ୬ ମାସ ପରେ ଜାଣିବାକୁ ପାଇଥିଲେ ପଓ୍ୱନ। ଯେତେବେଳେ ପଡ଼ୋଶୀ ବନ୍ଧୁ ତାଙ୍କୁ କହିଥିଲେ ଯେ,ତାଙ୍କ ଅନୁପସ୍ଥିତିରେ ବିଲଡିଂରେ କାମ କରୁଥିବା ରିହାନ ପ୍ରାୟ ତାଙ୍କ ଘରକୁ ଯିବାଆସିବା କରୁଛି।ମନରେ ଚାଲିଥିବା ଭ୍ରମକୁ ଦୂର କରିବାକୁ ସେ ଏକ ମିନି ସ୍ପାଇନ କ୍ୟାମେରା କିଣି ନିଜ ବେଡରୁମରେ ଫିଟ୍ କରିଦେଇଥିଲେ।

ଗୋଟିଏ ସ୍ପାଇନ କ୍ୟାମେରାରେ ୧୮ ଘଣ୍ଟାର ରେକର୍ଡିଂ ଖୋଲିଦେଲା ପତ୍ନୀଙ୍କ ରାଜ୍। ଆଉ ରାଗରେ ଜର୍ଜରିତ ସ୍ୱାମୀ ଆଗ ପତ୍ନୀଙ୍କୁ ମାରିଲା ଆଉ ପରେ ଆତ୍ମହତ୍ୟା କରିଦେଲା। ସ୍ୱାମୀ ଇନ୍ଦୋରରେ ଚର୍ଚ୍ଚିତ ଜୁଏଲାରୀ ସୋରୁମର ମାଲିକ ପଓ୍ୱନ ସୋନି। ଇନ୍ଦୋରର ରାଓ ଏରିଆରେ ପତ୍ନୀ ବର୍ଷା ଓ ଦୁଇ ପିଲାଙ୍କ ସହ ରହୁଥିଲେ ପଓ୍ୱନ। ୧୮ ବର୍ଷ ତଳେ ପଓ୍ୱନ ଓ ବର୍ଷା ପ୍ରେମବିବାହ କରିଥିଲେ। କିନ୍ତୁ ଏମାନଙ୍କ ଜୀବନରେ ବର୍ଷେ ହେଲା ଏଣ୍ଟ୍ରି ମାରିଥିଲା ଫୈଜଲ ଓରଫ ରିହାନ। ନିଜର ଭିଲ୍ଲାରେ ବିଲଡିଂ କାମ ଲାଗି ରିହାନକୁ ଡାକିଥିଲେ ପଓ୍ୱନ। ରିହାନ ବଙ୍ଗଳାରେ ପ୍ରାୟ ୫ ଦିନ ଧରି କାମ କରିଥିଲେ। ଆଉ ଏହି ୫ ଦିନରେ ବର୍ଷାଙ୍କୁ ନିଜ ପ୍ରେମଜାଲରେ ଫସାଇଥିଲେ। ତେବେ ବର୍ଷା ଓ ରିହାନଙ୍କ ଭିତରେ ପ୍ରେମସମ୍ପର୍କର କଥା ୬ ମାସ ପରେ ଜାଣିବାକୁ ପାଇଥିଲେ ପଓ୍ୱନ। ଯେତେବେଳେ ପଡ଼ୋଶୀ ବନ୍ଧୁ ତାଙ୍କୁ କହିଥିଲେ ଯେ,ତାଙ୍କ ଅନୁପସ୍ଥିତିରେ ବିଲଡିଂରେ କାମ କରୁଥିବା ରିହାନ ପ୍ରାୟ ତାଙ୍କ ଘରକୁ ଯିବାଆସିବା କରୁଛି। ତେବେ ବନ୍ଧୁଙ୍କ କଥାରେ ଭରସା କରିନଥିଲେ ପଓ୍ୱନ। କାରଣ ସେ ବର୍ଷାଙ୍କୁ ବହୁତ ଭଲ ପାଇବା ସହ ତାଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ। ତଥାପି ଏ କଥା ଶୁଣିବା ଦିନଠୁ ମନ ସମ୍ଭାଳୁନଥିଲା। ମନରେ ଚାଲିଥିବା ଭ୍ରମକୁ ଦୂର କରିବାକୁ ସେ ଏକ ମିନି ସ୍ପାଇନ କ୍ୟାମେରା କିଣି ନିଜ ବେଡରୁମରେ ଫିଟ୍ କରିଦେଇଥିଲେ। ସ୍ପାଇନ କ୍ୟାମେରାରେ ପ୍ରାୟ ୧୮ ଘଣ୍ଟାର ରେକର୍ଡିଂରେ ତାଙ୍କ ଅନୁପସ୍ଥିତିରେ ରିହାନ ବର୍ଷାଙ୍କ ପାଖକୁ ଆସିଥିବା କଥା ପୁଷ୍ଟି ହୋଇଥିଲା। ରିହାନ ବର୍ଷାଙ୍କୁ କହିଥିଲେ, ଯେତେ ଜଲଦି ପଓ୍ୱନକୁ ସାଇଡ୍ କରିବାକୁ ପଡ଼ିବ। ସେ ରାସ୍ତାରୁ ହଟିଲେ ଯାଇ ଆମେ ଶାନ୍ତିରେ ବଙ୍ଗଳାରେ ରହିପାରିବା। କେବଳ ଏତିକି ନୁହେଁ। ୧୫ ବର୍ଷର ପୁଅ ୭ ବର୍ଷର ଝିଅକୁ ବି ଆବଶ୍ୟକ ପଡ଼ିଲେ ମାରିବାକୁ ପଡ଼ିବ ବୋଲି ଆଲୋଚନା ହୋଇଥିଲା। ପଓ୍ୱନ ଓ ତାଙ୍କ ଦୁଇ ପିଲାଙ୍କୁ ଠିକଣା ଲଗାଇ ଘରୁ ଦୁହେଁ ଫେରାରର ପ୍ଲାନ୍ କରିଥିଲେ। ବର୍ଷାଙ୍କୁ ଉସୁକାଇଥିଲା ରିହାନ। ଏ ସବୁ ଶୁଣିବା ପରେ ରାଗରେ ଘରେ ପହଞ୍ଚିଥିଲେ ପଓ୍ୱନ। ଦୁଇ ପିଲାଙ୍କୁ ଖେଳିବାକୁ ପଠାଇଦେଇ ଛୁରୀରେ ବର୍ଷାଙ୍କ ଗଳା କାଟିଦେଲା। ବର୍ଷାଙ୍କ ବେକରେ ଜଞ୍ଜିର ଗୁଡ଼ାଯାଇଥିଲା। ଆଉ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ ପଓ୍ୱନ।
