Senior Citizen Reseravtion Neet :ନିଟ୍ ରେ ସିନିୟର ସିଟିଜେନ ସଂରକ୍ଷଣକୁ ମନା କଲେ କୋର୍ଟ
ସଂରକ୍ଷଣ ମୁଦ୍ଦା ଉପରେ ସରକାର ବିଚାର କରନ୍ତି, କୋର୍ଟ ନୁହେଁ। କୋର୍ଟ କହିଛନ୍ତି, ଏବେ ଏମିତି କୌଣସି ପ୍ରାବଧାନ ନାହିଁ, ଯାହା ଆଧାରରେ ସଂରକ୍ଷଣ ଦିଆଯାଇପାରିବ। ଆବେଦନକାରୀଙ୍କ ଆବେଦନରେ ଏମିତି କୌଣସି ଆଇନଗତ ଅଧିକାର ସାମିଲ ହୋଇନି, ଯେଉଁ ଆଧାରରେ କୋର୍ଟ ଏଭଳି ଆଦେଶଜାରି କରିପାରିବେ।

ଏମବିବିଏସରେ ସିନିୟର ସିଟିଜେନଙ୍କୁ ସଂରକ୍ଷଣ ମିଳିବା ଦରକାର କି ନୁହେଁ। ଏହାକୁ କାର୍ଯ୍ୟପାଳିକା ବା ବିଧାୟିକା ବିଚାର କରିବା କଥା। ହାଇକୋର୍ଟରେ ଏଭଳି ଢଙ୍ଗରେ ବରିଷ୍ଠ ନାଗରିକଙ୍କ ଲାଗି ଏମବିବିଏସରେ ୧ ପ୍ରତିଶତ ସଂରକ୍ଷଣ ଦାବି କରିଥିବା ପିଟିସନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ। ୭୦ ବର୍ଷୀୟ ନିଟ୍ ୟୁଜି ପରୀକ୍ଷାର୍ଥୀ ଅଶୋକ ବହାରଙ୍କ ପକ୍ଷରୁ ୨ଟି ପିଟିସନ ପଡ଼ିଥିଲା। ଅଶୋକ ନିଟ୍ ୟୁଜି ୨୦୨୬ ପରୀକ୍ଷା ଦେଇଥିଲେ। ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ସେ ଆଦେଶକୁ କାଏମ ରଖିଲେ, ଯେଉଁଥିରେ ନିଟ୍ ୟୁଜି ଜରିଆରେ ଏମବିବିଏସ ଓ ଅନ୍ୟ ମେଡିକାଲ କଲେଜରେ ପ୍ରବେଶ ପାଇଁ ବରିଷ୍ଠ ନାଗରିକଙ୍କୁ ୧ ପ୍ରତିଶତ ସଂରକ୍ଷଣ ବା ବିଶେଷ କୋଟା ଦେବାକୁ ହୋଇଥିବା ପିଟିସନକୁ ଖାରଜ କରାଯାଇଥିଲା। ଜଷ୍ଟିସ ରାଜନ ରାୟ ଓ ଜଷ୍ଟିସ ମଞ୍ଜୀବ ଶୁକ୍ଳାଙ୍କ ଖଣ୍ଡପୀଠ ଅଶୋକଙ୍କ ପକ୍ଷରୁ ଦାଖଲ ହୋଇଥିବା ସ୍ୱତନ୍ତ୍ର ଅପିଲକୁ ଖାରଜ କରିଦେଇଛନ୍ତି। ଆଉ କହିଛନ୍ତି, ସଂରକ୍ଷଣ ମୁଦ୍ଦା ଉପରେ ସରକାର ବିଚାର କରନ୍ତି, କୋର୍ଟ ନୁହେଁ। କୋର୍ଟ କହିଛନ୍ତି, ଏବେ ଏମିତି କୌଣସି ପ୍ରାବଧାନ ନାହିଁ, ଯାହା ଆଧାରରେ ସଂରକ୍ଷଣ ଦିଆଯାଇପାରିବ। ଆବେଦନକାରୀଙ୍କ ଆବେଦନରେ ଏମିତି କୌଣସି ଆଇନଗତ ଅଧିକାର ସାମିଲ ହୋଇନି, ଯେଉଁ ଆଧାରରେ କୋର୍ଟ ଏଭଳି ଆଦେଶଜାରି କରିପାରିବେ। ଅଶୋକ ଦାବି କରିଥିଲେ ଯେ, କୋର୍ଟ ଅଧିକାରୀଙ୍କୁ ନିର୍ଦେଶ ଦିଅନ୍ତୁ ଯେ, ଜୁନ୍ ୨୩, ୨୦୨୬ରୁ ତାଙ୍କର ଲମ୍ୱିତ ଆବେଦନକୁ ସମୟସୀମା ଭିତରେ ଉଚିତ ତର୍କ ଓ କାରଣ ସହ କୋର୍ଟ ନିଜ ବିଚାର ଶୁଣାନ୍ତୁ। ଏହା ପୂର୍ବରୁ ତାଙ୍କ ରିଟ୍ ପିଟିସନକୁ ଜଣିକିଆ ଖଣ୍ଡପୀଠ ଖାରଜ କରିଦେଇଥିଲେ। ନାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଓକିଲ ଡିଭିଜନ ବେଞ୍ଚକୁ କହିଥିଲେ, ଏନଟିଏ କେବଳ ପରୀକ୍ଷା ଆୟୋଜନ କରିବା ସଂସ୍ଥା ଅଟେ। ଏହା ଏମବିବିଏସ କଲେଜରେ ଆଡମିଶନ ସହ ଜଡ଼ିତ ଆଇନ ଓ ନୀତି ଆଧାରରେ କାମ କରେ। ଏବେ ଏମିତି କୌଣସି ଆଇନଗତ ପ୍ରାବଧାନ ନାହିଁ, ଯେଉଁଠି ଏହି ପିଟିସନର ଶୁଣାଣୀ ସରକାରଙ୍କ ଅଧିକାର କ୍ଷେତ୍ରରେ ଅଛି। ଅଶୋକ ବହାରଙ୍କ ଓକିଲ ପଙ୍କଜ ଧୀର ସିଂ ରାଣା କୋର୍ଟରେ ଯୁକ୍ତି ରଖିଥିଲେ ଯେ, କିଛି ବର୍ଷ ପୂର୍ବେ ନିଟ- ୟୁଜି ପରୀକ୍ଷା ପାଇଁ ବୟସର ସୀମା ହଟାଇଦେଇଥିଲେ। ଯଦି ବରିଷ୍ଠ ନାଗରିକ ଚାହିଁବେ,ତାହେଲେ ମେଡିକାଲ ଏଜୁକେସନକୁ ବାଛିପାରିବେ। ଯେତେବେଳେ ଦେଶର ସର୍ବୋଚ୍ଚ ଅଦାଲତଙ୍କୁ ହୃଦବୋଧ ହୋଇଛି ଯେ, ସିନିୟର ସିଟିଜେନଙ୍କୁ ମେଡିକାଲ ସିଟ୍ ପାଇବାର ଅଧିକାର ଅଛି। ତାହେଲେ ସିନିୟର ସିଟିଜେନଙ୍କୁ ବି ରିଜର୍ଭେସନ ଦେବା ଦରକାର। ଦିବ୍ୟାଙ୍ଗ, ସ୍ୱତନ୍ତ୍ର ସେନାନୀ,ପୂର୍ବତନ ସୈନିକ ଓ ଖେଳାଳୀଙ୍କୁ ନିଟ୍- ୟୁଜିରେ ସଂରକ୍ଷଣ ବା ସ୍ପେଶିଆଲ କୋଟା ଦିଆଯାଉଛି। କିନ୍ତୁ ବରିଷ୍ଠ ନାଗରିକଙ୍କୁ ଏଥିରୁ କୌଣସି ଫାଏଦା ମିଳୁନି। ଆବେଦନରେ କୁହାଯାଇଥିଲା, କେନ୍ଦ୍ର ସରକାରଙ୍କ ନୀତି ମନମାନି ଓ ତର୍କହୀନ ଅଟେ। ଏହା ସହ ପ୍ରଶାସନର ନିରପେକ୍ଷତା ଓ ପାରଦର୍ଶୀ ସିନ୍ଧାନ୍ତକୁ ଏହା ଉଲ୍ଲଂଘନ କରୁଛି। ନିଟ୍- ୟୁଜି ୨୦୨୬ ରଦ୍ଦ ପରେ ୭୦ ବର୍ଷୀୟ ଅଶୋକଙ୍କୁ ଗମ୍ଭୀର ଝଟକା ଲାଗିଥିଲା। ଏହି ବୟସରେ ସେ ଅଧିକ ବେମାର ପଡ଼ିଥିଲେ। ମେ ୩ ଦେଶରେ ଯେଉଁ ୨୨ଲକ୍ଷ ବିଦ୍ୟାର୍ଥୀ ଡାକ୍ତର ହେବାର ସ୍ୱପ୍ନ ଦେଖି ମେଡିକାଲ ଏଣ୍ଟ୍ରାନ୍ସ ଦେଇଥିଲେ, ସେମାନଙ୍କ ଭିତରେ ଲକ୍ଷ୍ନୌରେ ଅଶୋକ ବି ଥିଲେ। ଅଶୋକଙ୍କ ବାପା ଲକ୍ଷ୍ନୌରେ ଡାକ୍ତର ଥିଲେ। ଅଶୋକଙ୍କ ପତ୍ନୀ ଡାକ୍ତର ମଞ୍ଜୁ ବହାର ବି ଜଣେ ଅନୁଭବୀ ସ୍ତ୍ରୀରୋଗ ବିଶେଷଜ୍ଞ ଅଟନ୍ତି। ତାଙ୍କ ପରିବାରରେ ପ୍ରାୟ ୨୦ ଡାକ୍ତର ଅଛନ୍ତି। ଏମାନଙ୍କ ଭିତରୁ ଅନେକ ବିଦେଶରେ ବି ପ୍ରାକ୍ଟିସ କରୁଛନ୍ତି। ଆଉ ଏହି ପରିବେଶ ହିଁ ତାଙ୍କୁ ଏହି ବୟସରେ ଡାକ୍ତର ହେବାର ସ୍ୱପ୍ନ ଦେଖାଇଥିଲା। ଅଶୋକଙ୍କ କହିବା କଥା, ୧୯୭୪ରେ ସେ ମେଡିକାଲ ଏଣ୍ଟ୍ରାନ୍ସ ଦେଇଥିଲେ। ହେଲେ କୃତକାର୍ଯ୍ୟ ହୋଇପାରିନଥିଲେ। ୨୦୨୩ରେ ଦ୍ୱିତୀୟ ଥର ଦେଇଥିଲେ। କିନ୍ତୁ ସେଣ୍ଟର ଦୂର ଜାଗାରେ ପଡ଼ିଥିବାରୁ ସେ ବିଳମ୍ୱରେ ପହଞ୍ଚିବାରୁ ପରୀକ୍ଷା ଦେବାକୁ ଅନୁମତି ମିଳିନଥିଲା। ୩ ବର୍ଷ ପରେ ଚଳିତ ବର୍ଷ ମେ ମାସରେ ପରୀକ୍ଷା ଦେଇଥିଲେ। ହେଲେ ତାହା ବାତିଲ୍ ହୋଇଗଲା।
