ସଂରକ୍ଷଣ ମୁଦ୍ଦା ଉପରେ ସରକାର ବିଚାର କରନ୍ତି, କୋର୍ଟ ନୁହେଁ। କୋର୍ଟ କହିଛନ୍ତି, ଏବେ ଏମିତି କୌଣସି ପ୍ରାବଧାନ ନାହିଁ, ଯାହା ଆଧାରରେ ସଂରକ୍ଷଣ ଦିଆଯାଇପାରିବ। ଆବେଦନକାରୀଙ୍କ ଆବେଦନରେ ଏମିତି କୌଣସି ଆଇନଗତ ଅଧିକାର ସାମିଲ ହୋଇନି, ଯେଉଁ ଆଧାରରେ କୋର୍ଟ ଏଭଳି ଆଦେଶଜାରି କରିପାରିବେ।
ଧାର୍ଯ୍ୟ ସମୟ ଭିତରେ ଜାଣିଶୁଣି କ୍ରେତା ବକେୟା ଟଙ୍କା ଦେଲେନି। ଆଉ ବାକି ଟଙ୍କା ଜମା କରିବାକୁ ସମୟ ଗଡ଼ାଇଚାଲିଲେ। ଯେଉଁ କୋର୍ଟ ଡିଗ୍ରୀ ଦେଲେ, ତାଙ୍କ ପାଖରେ ଅଧିକାର ବି ଅଛି। ଯଦି ସମୟସୀମାରେ ବକେୟା ଟଙ୍କା କ୍ରେତା ନଦେଲେ, ସେ ଡିକ୍ରିକୁ ସେ ରଦ୍ଦ କରିପାରିବେ।