IIM Jammu Fines Students ₹500: PMଙ୍କ ଜନ୍ମଦିନରେ ଦିପୋତ୍ସବ, ଅନୁପସ୍ଥିତ ଛାତ୍ରଙ୍କୁ ₹୫୦୦ ଜରିମାନା
IIM ଜାମ୍ମୁରେ ହଙ୍ଗାମା ! ମୋଦିଙ୍କ ଜନ୍ମଦିନରେ ଦୀପ ନ ଜାଳିଲେ ₹୫୦୦ ଫାଇନ୍ | ଉତ୍ତେଜିତ ଛାତ୍ର | କେତେଦୂର ଯୁକ୍ତିଯୁକ୍ତ ନେଇ ବିବାଦ |

ଭାରତୀୟ ପ୍ରବନ୍ଧନ ସଂସ୍ଥାନ (IIM) ଜାମ୍ମୁ କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଆୟୋଜିତ ସମାରୋହକୁ ନେଇ ଜୋରଦାର୍ ହଙ୍ଗାମା ସୃଷ୍ଟି ହୋଇଛି ! ସେପ୍ଟେମ୍ବର ୧୭ରେ ଆୟୋଜିତ "ଦୀପକ ଲାଇଟିଂ ସେରିମୋନି"ରେ ଯୋଗ ଦେଇନଥିବା ଛାତ୍ରଛାତ୍ରୀ ଙ୍କୁ ₹୫୦୦ ଟଙ୍କାର ଭାରି ଜୋରିମନା ଦେବାକୁ ଧମକ୍ ଦେଇଛି ଷ୍ଟୁଡେଣ୍ଟ କାଉନସିଲ । ନୋଟିସ ପାଇବାପରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଉତ୍ତେଜିତ | ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଥିବା ଷ୍ଟୁଡେଣ୍ଟ କାଉନସିଲର ଏକ ଅଧିକାରୀଙ୍କ ଇମେଲ୍ ଏବେ ହଇଚଇ ସୃଷ୍ଟି କରିଛି | ଇମେଲ୍ ଅନୁଯାୟୀ,କ୍ୟାମ୍ପସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ସମ୍ପୂର୍ଣ୍ଣ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଯେଉଁ ଛାତ୍ରଛାତ୍ରୀମାନେ ଦୀପ ଜାଳିବାକୁ ଆସିନଥିଲେ ସେମାନଙ୍କୁ ଅନୁପସ୍ଥିତ ଘୋଷିତ କରି, ତୁରନ୍ତ ଲିଖିତ କାରଣ ଦର୍ଶାଇବାକୁ କୁହାଯାଇଛି। ହଦ୍ ତ ସେତେବେଳେ ପାର୍ ହେଲା ଯେତେବେଳେ ସ୍ପଷ୍ଟ କରିଦିଆଗଲା କି କୌଣସି ବାହାନା ଚଳିବନାହିଁ | ନିସ୍ତାର କେବଳ ସଞ୍ଜୀବନୀରୁ ମେଡିକାଲ୍ 'ବେଡ୍-ରେଷ୍ଟ୍' ପ୍ରମାଣପତ୍ର ଦେଖାଇଲେ ହିଁ ମିଳିବ, ନଚେତ୍ ୧୮ ସେପ୍ଟେମ୍ବର ରାତି ୧୧:୫୯ ସୁଦ୍ଧା ଜୋରିମନା ଗଣିବାକୁ ପଡ଼ିବ ବୋଲି ଧମକ ମିଳିଥିଲା ଛାତ୍ରଙ୍କୁ। ଏହି ଇମେଲ୍ ର ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ଲିକ୍ ହେଲାପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିକ୍ଷାଗତ ସଂସ୍ଥାନରେ କୌଣସି କାର୍ଯ୍ୟକ୍ରମକୁ ବାଧ୍ୟତାମୂଳକ କରି ଏଭଳି ଜରିମାନା ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ, ସେ ନେଇ ବଡ଼ ବିବାଦ ଛିଡ଼ା ହୋଇଛି।
