OTET ୨୦୨୬ ରେଜଲ୍ଟ ପ୍ରକାଶ, ୧.୫୨ ଲକ୍ଷ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ
ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET-୨୦୨୬ର ଫଳ ପ୍ରକାଶ ପାଇଛି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଓଡ଼ିଶା ପକ୍ଷରୁ ଫଳ ପ୍ରକାଶ କରାଯାଇଛି। ପରୀକ୍ଷାର୍ଥୀମାନେ ବୋର୍ଡର ଅଧିକୃତ ୱେବସାଇଟ୍ରେ ଲଗ୍ଇନ୍ କରି ନିଜ ରେଜଲ୍ଟ ଓ ସ୍କୋରକାର୍ଡ ଦେଖି ଡାଉନଲୋଡ୍ କରିପାରିବେ।

ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା OTET-୨୦୨୬ର ଫଳ ପ୍ରକାଶ ପାଇଛି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE), ଓଡ଼ିଶା ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ ଅନଲାଇନ୍ରେ ନିଜର ରେଜଲ୍ଟ ଓ ସ୍କୋରକାର୍ଡ ଯାଞ୍ଚ କରିପାରିବେ।
ଚଳିତ ବର୍ଷ ଜୁଲାଇ ୫ ତାରିଖରେ OTET-୨୦୨୬ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ପେପର-୧ ସକାଳ ୯ଟାରୁ ୧୧ଟା ୩୦ ଏବଂ ପେପର-୨ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ମୋଟ ୧,୫୧,୯୯୯ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ପରେ ବୋର୍ଡ ପକ୍ଷରୁ ଜୁଲାଇ ୨୩ରେ ପ୍ରୋଭିଜନାଲ୍ ଆନ୍ସର କି ପ୍ରକାଶ କରାଯାଇଥିଲା। ଏହା ସହ ପ୍ରାର୍ଥୀମାନଙ୍କୁ ଉତ୍ତର ନେଇ ଆପତ୍ତି ଦାଖଲ କରିବାର ସୁଯୋଗ ମଧ୍ୟ ଦିଆଯାଇଥିଲା।
କେମିତି ଦେଖିବେ ରେଜଲ୍ଟ?
ପ୍ରାର୍ଥୀମାନେ BSE ଓଡ଼ିଶାର ଅଧିକୃତ ୱେବସାଇଟ୍କୁ ଯାଇ OTET-୨୦୨୬ ରେଜଲ୍ଟ ଲିଙ୍କରେ କ୍ଲିକ୍ କରି ନିଜ ଫଳ ଦେଖିପାରିବେ। ଲଗ୍ଇନ୍ ପାଇଁ ଆବଶ୍ୟକ ଇ-ମେଲ୍/ମୋବାଇଲ୍ ନମ୍ବର ଓ ପାସୱାର୍ଡ ବ୍ୟବହାର କରିବାକୁ ପଡ଼ିବ। ରେଜଲ୍ଟ ସହିତ ସ୍କୋରକାର୍ଡ ମଧ୍ୟ ଡାଉନଲୋଡ୍ କରିହେବ।
ରେଜଲ୍ଟ ଯାଞ୍ଚର ପଦକ୍ଷେପ
ପ୍ରଥମ: BSE ଓଡ଼ିଶାର ଅଧିକୃତ ୱେବସାଇଟ୍ ଖୋଲନ୍ତୁ।
ଦ୍ୱିତୀୟ: OTET-୨୦୨୬ Result ଲିଙ୍କରେ କ୍ଲିକ୍ କରନ୍ତୁ।
ତୃତୀୟ: ଆବଶ୍ୟକ Login Details ଦିଅନ୍ତୁ।
ଚତୁର୍ଥ: Submit କରିବା ପରେ ସ୍କ୍ରିନ୍ରେ ରେଜଲ୍ଟ ଦେଖାଯିବ।
ପଞ୍ଚମ: ରେଜଲ୍ଟ ଓ ସ୍କୋରକାର୍ଡ ଡାଉନଲୋଡ୍ କରି ସୁରକ୍ଷିତ ରଖନ୍ତୁ।
OTET ହେଉଛି ଓଡ଼ିଶାରେ ଶିକ୍ଷକ ଭାବେ ଯୋଗ୍ୟତା ହାସଲ କରିବା ପାଇଁ ଏକ ପ୍ରମୁଖ ଯୋଗ୍ୟତା ପରୀକ୍ଷା। ତେଣୁ ରେଜଲ୍ଟ ପ୍ରକାଶ ପରେ ହଜାର ହଜାର ପ୍ରାର୍ଥୀଙ୍କ ମଧ୍ୟରେ ଆଗାମୀ ନିଯୁକ୍ତି ପ୍ରକ୍ରିୟା ନେଇ ଆଶା ବଢ଼ିଛି।
ଅଧିକୃତ ସୂଚନା ପାଇଁ: BSE Odisha Official Website
