Odisha Textbook Age Fraud:ଚାକିରୀରେ ବୟସ ଜାଲିଆତି- ୪୫ ବର୍ଷ ପରେ ବି ଅବସର ନାହିଁ!
ଅନେକ କର୍ମଚାରୀ ୪୦ରୁ ୪୫ ବର୍ଷ ହେଲା କାମ କଲେଣି। ହେଲେ ଅବସର ସମୟ ଆସୁନି। ବଡ଼ କଥା ହେଲା, ସେମାନଙ୍କୁ ପଦୋନ୍ନତି ଦିଆଗଲେ ବି ସେମାନେ କୁଆଡ଼େ ଏହାକୁ ଗ୍ରହଣ କଲେନି। ପୁଣି ଥରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହା ଇଛାକୃତ ଫ୍ରଡ୍ ଥିଲା।

ଚାକିରୀ ଏମିତି ଥିବ ଯେ, ଅବସର ନଥିବ। ଯଦି ଅବସର ବି ନେବୁ, ତାହେଲେ ଅତିକମରେ ୪୦ରୁ ୪୫ ବର୍ଷ ଚାକିରୀ କରିବୁ। ବାସ୍ ଏହି ଟାର୍ଗେଟରେ ବୟସ ଜାଲିଆତି କରିଥିବା କିଛି କର୍ମଚାରୀଙ୍କ କାରସାଦି ଏବେ ପଦାକୁ ଆସିଛି। ତା ପୁଣି ଓଡ଼ିଶା ଟେକ୍ସଟବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂ ଅଫିସ ବା TBPM ରେ। ଯେଉଁ ସଂସ୍ଥା ବହି ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚାର ଶୀଖରରେ। କିଛି କର୍ମଚାରୀ ଆରୋପ ଲଦିଛନ୍ତି ଯେ, ସେମାନଙ୍କ କିଛି ସହକର୍ମୀ ଚାକିରୀ ନିୟମିତ ପ୍ରକ୍ରିୟା ବେଳେ ବୟସ ଜାଲିଆତି କରି ନିଜର ସରକାରୀ କାର୍ଯ୍ୟକାଳର ଅବଧିକୁ ବଢ଼ାଇବାକୁ ଫନ୍ଦି କରିଛନ୍ତି। ତେବେ ଏ ବିବାଦ ୧୨ ବର୍ଷ ତଳୁ ବାହାରିଥିଲା। ୨୦୧୪ରେ ଯେତେବେଳେ ଓଡ଼ିଶା ହାଇକୋର୍ଟ ପ୍ରାଇଭେଟ ଓ ଡେଲି ଲେବର ରୋଲ ଓ୍ୱାର୍କର୍ସଙ୍କୁ ସରକାରୀ ପେ-ସ୍କେଲରେ ନିୟମିତ ଲାଗି ନିର୍ଦେଶ ଦେଇଥିଲେ। ଆଉ ଏବେ ଅଭିଯୋଗ ଉଠିଛି କି, କିଛି କର୍ମଚାରୀ ଜାଣିଶୁଣି ନିଯୁକ୍ତି ସମୟରେ ସେମାନଙ୍କର ଅସଲ ବୟସ ଲୁଚାଇଥିଲେ। ଯେମିତି ଲମ୍ୱା ସମୟ ଧରି ଚାକିରୀରେ ରହିବେ ଆଉ ବିଳମ୍ୱରେ ଅବସର ନେବେ। ଅଭିଯୋଗ ଅନୁସାରେ ଅନେକ କର୍ମଚାରୀ ୪୦ରୁ ୪୫ ବର୍ଷ ହେଲା କାମ କଲେଣି। ହେଲେ ଅବସର ସମୟ ଆସୁନି। ବଡ଼ କଥା ହେଲା, ସେମାନଙ୍କୁ ପଦୋନ୍ନତି ଦିଆଗଲେ ବି ସେମାନେ କୁଆଡ଼େ ଏହାକୁ ଗ୍ରହଣ କଲେନି। ପୁଣି ଥରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହା ଇଛାକୃତ ଫ୍ରଡ୍ ଥିଲା। ଗଲା ବର୍ଷ ୩୦ ଅକ୍ଟୋବରରେ TBPM ନିର୍ଦେଶାଳୟର ଅଫିସ ନିୟମିତ କର୍ମଚାରୀଙ୍କ ଏକ ପ୍ରୋଭିଜିନାଲ ଗ୍ରେଡେସନ ତାଲିକା ବାହାର କରିଥିଲେ। ଯଦି କାହାର କୌଣସି ଆପତ୍ତି ଅଭିଯୋଗ ଥାଏ, ତାହେଲେ ନୋଟିସ ବାହାରିବାର ୭ ଦିନ ଭିତରେ ସେମାନେ ଜଣାଇବେ। ଯଦି ସପ୍ତାହକ ଭିତରେ କାହାର ଆପତ୍ତି ଅଭିଯୋଗ ଆସିବନି, ତ ଜାରି ହୋଇଥିବା ଗ୍ରେଡେସନ ତାଲିକାକୁ ଚୂଡାନ୍ତ ବୋଲି ଧରାଯିବ। ଆଉ ଭବିଷ୍ୟତରେ ଏହାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଶୁଣାଯିବନି। ଏବେ କଥା ପଡ଼ିଛି।କେତେ କର୍ମଚାରୀ ଏମିତି ବୟସ ଜାଲିଆତି କରି ବର୍ଷ ବର୍ଷ ଧରି ଚାକିରୀରେ ଅଛନ୍ତି ଓ ସରକାରଙ୍କ ରାଜକୋଷରୁ ଦରମା ନେଇଚାଲିଛନ୍ତି।
