SC Stay Azam Conviction:ଆଜମ ଖାନଙ୍କୁ ସୁପ୍ରିମ ଆଶ୍ୱସ୍ତି
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମହମ୍ମଦ ଆଜମ ଖାନଙ୍କୁ ନେଇ ଆଜି ସୁପ୍ରିମକୋର୍ଟରୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିଛି। ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ଲଗାଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।ପତ୍ନୀ ତଜିନ୍ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କ ଆବେଦନ ଗ୍ରହଣ ହୋଇଛି।ତିନିଜଣଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ବଳବତ୍ତର ରହିବ।

ଆଜମ ଖାନଙ୍କୁ ସୁପ୍ରିମ ଆଶ୍ୱସ୍ତି। ଜାଲି ଜନ୍ମ ପ୍ରମାଣପତ୍ର ମାମଲାରେ ପୁରା ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ୟୁପି ସରକାରଙ୍କ ଆବେଦନକୁ ଖାରଜ
କଲେ ସୁପ୍ରିମକୋର୍ଟ। ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଏହା ସହ ଆଜମଙ୍କ ପତ୍ନୀ ତଞ୍ଜିନ ଫାତିମା ଓ ପୁଅ
ଅବଦ୍ଦୁଲା ଆଜମ ଖାନଙ୍କ ଦୋଷସିଦ୍ଧ ଉପରେ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହି ମାମଲାରେ ଆଜମ, ଫାତିମା ଓ ଅବଦ୍ଦୁଲ୍ଲାଙ୍କୁ ଦୋଷୀ
ସାବ୍ୟସ୍ତ କରି ରାମପୁରର ତଳକୋର୍ଟ ୭ ବର୍ଷ ଲେଖାଏଁ ସଜ୍ଜା ଶୁଣାଇଥିଲେ। ୨୦୨୪ରେ ଆଜମଙ୍କ ସଜ୍ଜା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ।
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମହମ୍ମଦ ଆଜମ ଖାନଙ୍କୁ ନେଇ ଆଜି ସୁପ୍ରିମକୋର୍ଟରୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିଛି। ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ଲଗାଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଶୀଲ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ରାୟ ଦେଇଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ଆଜମ ଖାନଙ୍କୁ ମିଳିଥିବା ଆଶ୍ୱସ୍ତି ବିରୋଧୀ ଆବେଦନ ଖାରଜ ହୋଇଛି। ପତ୍ନୀ ତଜିନ୍ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କ ଆବେଦନ ଗ୍ରହଣ ହୋଇଛି।ତିନିଜଣଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ବଳବତ୍ତର ରହିବ।
କ'ଣ ଥିଲା ନକଲି ଜନ୍ମ ପ୍ରମାଣପତ୍ର ମାମଲା?
ଏହି ମାମଲାର ମୁଖ୍ୟ ଅଭିଯୋଗ ଥିଲା ଯେ ଆଜମ ଖାନ ଓ ତାଙ୍କ ପତ୍ନୀ ନିଜ ପୁଅ ଅବଦୁଲ୍ଲାଙ୍କ ପାଇଁ ଦୁଇଟି ଭିନ୍ନ ଜନ୍ମ ପ୍ରମାଣପତ୍ର କରାଇଥିଲେ।
ପ୍ରଥମ ଜନ୍ମ ପ୍ରମାଣପତ୍ର: ରାମପୁରରୁ ଜାରି, ଜନ୍ମ ତାରିଖ ୧ ଜାନୁଆରୀ ୧୯୯୩।ଦ୍ୱିତୀୟ ଜନ୍ମ ପ୍ରମାଣପତ୍ର: ଲକ୍ଷ୍ନୌରୁ ଜାରି, ଜନ୍ମ ତାରିଖ ୩୦ ସେପ୍ଟେମ୍ବର ୧୯୯୦।
ଅଭିଯୋଗ ଅନୁସାରେ, ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅବଦୁଲ୍ଲାଙ୍କୁ ପ୍ରାର୍ଥୀ ହେବା ପାଇଁ ନିର୍ଦ୍ଧାରିତ ୨୫ ବର୍ଷ ବୟସ ପୂରଣ କରିବା ଉଦ୍ଦେଶ୍ୟରେ ଦ୍ୱିତୀୟ ପ୍ରମାଣପତ୍ର ବ୍ୟବହାର କରାଯାଇଥିଲା।
ଏହି ଅଭିଯୋଗ ଆଧାରରେ ବିଜେପି ନେତା ଆକାଶ ସକ୍ସେନା ଅଭିଯୋଗ ଦାଖଲ କରିଥିଲେ।
ଟ୍ରାଏଲ୍ କୋର୍ଟ କ'ଣ ଦଣ୍ଡ ଦେଇଥିଲେ?
୧୮ ଅକ୍ଟୋବର ୨୦୨୩ରେ ରାମପୁରର ଟ୍ରାଏଲ୍ କୋର୍ଟ ଆଜମ ଖାନ, ତାଙ୍କ ପତ୍ନୀ ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡ ଦେଇଥିଲେ।
ଠକେଇ (IPC 420), ଜାଲିଆତି (IPC 467, 468),ଜାଲ୍ ଦସ୍ତାବିଜକୁ ଅସଲି ଭାବେ ବ୍ୟବହାର (IPC 471) ଓ ଅପରାଧିକ ଷଡ଼ଯନ୍ତ୍ର (IPC 120B)।
ପରବର୍ତ୍ତୀ ସମୟରେ ଆହ୍ଲାବାଦ ହାଇକୋର୍ଟ ସେମାନଙ୍କ ଜେଲ୍ ଦଣ୍ଡ ଉପରେ ରୋକ୍ ଲଗାଇ ଜାମିନ ଦେଇଥିଲେ। କିନ୍ତୁ ଦୋଷୀ ସାବ୍ୟସ୍ତ ହେବାର ଆଦେଶ କେବଳ ଆଜମ ଖାନଙ୍କ କ୍ଷେତ୍ରରେ ସ୍ଥଗିତ ରଖିଥିଲେ। ଏହାକୁ ନେଇ ତାଙ୍କ ପତ୍ନୀ ଓ ପୁଅ ସୁପ୍ରିମକୋର୍ଟ ଯାଇଥିଲେ। ଏହି ଜନ୍ମ ପ୍ରମାଣପତ୍ର ମାମଲାଠାରୁ ଅଲଗା ଆଉ ଏକ ମନି ଲଣ୍ଡରିଂ ମାମଲା ମଧ୍ୟ ଚର୍ଚ୍ଚାରେ ରହିଛି।ଅକ୍ଟୋବର ୨୯ରେ ଡୁଆଲ୍ PAN କାର୍ଡ ମାମଲାରେ ଜାମିନ ପାଇ ଜେଲ୍ରୁ ବାହାରିଥିଲେ ଆଜମ ଖାନ।ଅକ୍ଟୋବର ୩୧ରେ ED ତାଙ୍କୁ ଜୌହର ଟ୍ରଷ୍ଟ ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା।ନଭେମ୍ବର ୫ରେ ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟକୁ ପଠାଇଥିଲେ। ନଭେମ୍ବର ୧୬ରେ ହାଇକୋର୍ଟ EDକୁ ଗିରଫର କାରଣ ତାଙ୍କୁ ଜଣାଯାଇଥିଲା କି ନାହିଁ, ସେନେଇ ଆଫିଡେଭିଟ୍ ଦାଖଲ କରିବାକୁ କହିଥିଲେ।ଆଜମ ଖାନଙ୍କ ଓକିଲ କପିଲ ସିବଲଙ୍କ ଯୁକ୍ତି ଥିଲା ଯେ ଗିରଫ ସମୟରେ ତାଙ୍କୁ ଗିରଫର କାରଣ ଜଣାଯାଇନଥିଲା। ଅନ୍ୟପଟେ ED କହିଥିଲା ଯେ, ଆଜମ ଖାନ ଗିରଫର କାରଣ ଗ୍ରହଣ କରିବାକୁ ମନା କରିଥିଲେ।
