CJP Saurav Das LOC:ଲୁକଆଉଟ ସର୍କୁଲାର ଲାଗି ଲଣ୍ଡନ ଯାଇପାରିଲେନି ସୌରଭ!
ଲୁକ ଆଉଟ ସର୍କୁଲାରର କପି ଦିଆଯାଇପାରିବନି ବୋଲି ଏଏସଜି କୋର୍ଟଙ୍କୁ କହିଛନ୍ତି। ଏହା ସହ ଏଲଓସି ଜାରି ସମ୍ପର୍କରେ କାରଣ ବତାଅ ନୋଟିସ ବି ସୌରଭଙ୍କୁ ଜାରି ହୋଇଛି। ଯାହାର ଜବାବ ସେ ଏଯାଏଁ ଦେଇନାହାନ୍ତି। ଏହା ଉପରେ ଲଣ୍ଡନ ଯିବାକୁ ସୌରଭଙ୍କୁ ରୋକିବା ନେଇ ଆଗତ ପିଟିସନରେ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଲୁକ ଆଉଟ ସର୍କୁଲାର ଲାଗି ଲଣ୍ଡନ ଯାଇପାରିଲେନି ସୌରଭ ଦାସ। ମୁମ୍ୱାଇ ପୁଲିସ ସିଜେପି ମୁଖ୍ୟ ମୁଖପାତ୍ର ସୌରଭ ଦାସଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି କରିଥିବା ହେତୁ ତାଙ୍କୁ ଏୟାରପୋର୍ଟରେ ରୋକାଯାଇଥିଲା। ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କଲେ କେନ୍ଦ୍ର ସରକାର। ଏହାର ପରବର୍ତ୍ତୀ ଶୁଣାଣୀ ଡିସେମ୍ୱର ୯ରେ ହେବ।ଶୁଣାଣୀ ବେଳେ ସୌରଭଙ୍କ ଓକିଲ ଅଖିଲ ଶିବଲ କହିଥିଲେ ଯେ, ଏଲଓସି ବାବଦରେ ନା କୌଣସି ଅଧିକାରୀ ତାଙ୍କୁ ଅବଗତ କରାଇଥିଲେ ନା ଏହାର ଉଦ୍ଦେଶ୍ୟ ବାବଦରେ ସୂଚନା ଦେଇଥିଲେ। ଏହାର କପି ଦିଅନ୍ତୁ ସରକାର। ବିଚାରପତି ଜଷ୍ଟିସ ଅମିତ ମହାଜନଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମା କହିଛନ୍ତି ଯେ, ୨୨-୨୩ ନଭେମ୍ୱର ରାତିରେ ମହାରାଷ୍ଟ୍ର ପୁଲିସ ସୌରଭଙ୍କ ବିରୁଦ୍ଧରେ ଏଲଓସି ଜାରି କରିଥିଲା। ଲୁକ ଆଉଟ ସର୍କୁଲାରର କପି ଦିଆଯାଇପାରିବନି ବୋଲି ଏଏସଜି କୋର୍ଟଙ୍କୁ କହିଛନ୍ତି। ଏହା ସହ ଏଲଓସି ଜାରି ସମ୍ପର୍କରେ କାରଣ ବତାଅ ନୋଟିସ ବି ସୌରଭଙ୍କୁ ଜାରି ହୋଇଛି। ଯାହାର ଜବାବ ସେ ଏଯାଏଁ ଦେଇନାହାନ୍ତି। ଏହା ଉପରେ ଲଣ୍ଡନ ଯିବାକୁ ସୌରଭଙ୍କୁ ରୋକିବା ନେଇ ଆଗତ ପିଟିସନରେ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ୱର ୨୪ ସକାଳେ ଅକ୍ସଫୋର୍ଡ ୟୁନିଭରିସିଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସୌରଭଙ୍କୁ ବ୍ରିଟେନ ଯିବାର ଥିଲା। କିନ୍ତୁ ତାଙ୍କୁ ବିଦେଶ ଯିବାକୁ ଅଟକାଇଦିଆଗଲା। ଏହି କାର୍ଯ୍ୟକ୍ରମରେ କକ୍ରୋଚ ମୁଭମେଣ୍ଟ ମୁଦ୍ଦାରେ ସେ କହିବାର ଥିଲା। କେନ୍ଦ୍ର ସରକାର ତାଙ୍କୁ ଏୟାରପୋର୍ଟରେ ରୋକିବା ନିର୍ଦେଶକୁ ସେ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ। ସୌରଭ ଆରୋପ ଲଦିଥିଲେ ଯେ, ନଭେମ୍ୱର ୨୩ ରାତିରେ ଲଣ୍ଡନ ଯିବାକୁ ଥିବା ଫ୍ଲାଇଟରେ ସେ ବସିବା ଆଗରୁ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟର ଇମିଗ୍ରେସନ କାଉଣ୍ଟରରେ ଅଟକ ରଖାଗଲା। ସେପଟେ ସୌରଭ ଦାସଙ୍କ ପାସପୋର୍ଟକୁ ନେଇ ବିଦେଶ ମନ୍ତ୍ରାଳୟ ବି କାର୍ଯ୍ୟାନୁଷ୍ଠାନ ନେଇଥିଲା। ପାସପୋର୍ଟ ଆବେଦନରେ ଜନ୍ମସ୍ଥାନ ତଥ୍ୟକୁ ନେଇ ବିସଙ୍ଗତି ଦେଖାଯିବାରୁ ଚେନ୍ନାଇ ସ୍ଥିତ ପାସପୋର୍ଟ ଅଫିସ ତାଙ୍କୁ ନୋଟିସ ଜାରି କରିଥିଲା। ୭ ଦିନ ଭିତରେ ଜବାବ ଦେବାକୁ କହିଥିଲା। ଏହା ସହ ସ୍ପଷ୍ଟିକରଣ ନ ଦେବା ଯାଏ, ନିଜ ପାସପୋର୍ଟ ବ୍ୟବହାର ନ କରିବାକୁ ନିର୍ଦେଶ ବି ଦେଇଥିଲା।
