Contempt Notice:ସିଜେଆଇଙ୍କୁ ଅପମାନ- ଓକିଲଙ୍କୁ ଅବମାନନା ନୋଟିସ
ସିଜେଆଇ ସୂର୍ଯ୍ୟକାନ୍ତଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଓ ଅପମାନଜନକ ଟିପ୍ପଣୀ କରିଥିବା ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ ଜାରି।CJIଙ୍କ ପଦ ଓ ତାଙ୍କ ସତ୍ୟନିଷ୍ଠାକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ

ଗୋଟିଏ ମାମଲାରେ ତତ୍କାଳ ଶୁଣାଣୀ ଦାବି କରି ସିଜେଆଇ ସୂର୍ଯ୍ୟକାନ୍ତଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଓ ଅପମାନଜନକ ଟିପ୍ପଣୀ କରିଥିବା ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ ଜାରି। ଜଷ୍ଟିସ ଦୀପଙ୍କର ଦତ୍ତା, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବି.ମୋହନାଙ୍କ ଖଣ୍ଡପୀଠ ଏହି ନୋଟିସ ଜାରି କରିଛନ୍ତି। ସତ୍ୟପାଠ ଦାଖଲ ସହ ପରବର୍ତ୍ତୀ ଶୁଣାଣୀରେ ହାଜର ହେବାକୁ ଦେଇଛନ୍ତି ନିର୍ଦ୍ଦେଶ। ସୁପ୍ରିମକୋର୍ଟରେ ଭାରତର ସିଜେଆଇ ସୂର୍ଯ୍ୟକାନ୍ତଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା ଆଇନଜୀବୀ ପ୍ରବୀଣ ସିଙ୍ଗଲଙ୍କ ବିରୋଧରେ ଅଦାଲତ ଅବମାନନା
(Criminal Contempt)ମାମଲା ଆରମ୍ଭ କରିଛି। ନଭେମ୍ବର ୧୬ରେ ଆଇନଜୀବୀ ପ୍ରବୀଣ ସିଙ୍ଗଲ ସୁପ୍ରିମକୋର୍ଟରେ ଏକ ମାମଲାର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ତାଙ୍କ କହିବା ଅନୁସାରେ, ସେ ନଭେମ୍ବର ୨ରେ CJIଙ୍କ କାର୍ଯ୍ୟାଳୟକୁ ଏକ ଆବେଦନ ଦେଇଥିଲେ,କିନ୍ତୁ ୧୫ ଦିନ ଧରି କୌଣସି ଉତ୍ତର ପାଇନଥିଲେ। ଶୁଣାଣି ସମୟରେ CJI ସୂର୍ଯ୍ୟ କାନ୍ତ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ।କିନ୍ତୁ ଆଇନଜୀବୀ ଅପେକ୍ଷା କରିବାକୁ ମନା କରିବା ସହ CJIଙ୍କ ପଦ ଓ ତାଙ୍କ ସତ୍ୟନିଷ୍ଠାକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ତାଙ୍କ ମନ୍ତବ୍ୟ ଥିଲା:
“You cannot sit in that chair. You do not deserve. You do not have the integrity for that.”
ଏହି ଘଟଣା ପରେ କୋର୍ଟର ଅଡିଓ-ଭିଡିଓ ପ୍ରସାରଣ ବନ୍ଦ କରାଯାଇଥିଲା ଏବଂ ସୁରକ୍ଷା କର୍ମୀ ତାଙ୍କୁ କୋର୍ଟରୁ ବାହାରକୁ ନେଇଥିଲେ। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA)ଏହି ଘଟଣାକୁ ଗୁରୁତର ଭାବେ ନେଇ ଆଇନଜୀବୀଙ୍କ ବିରୋଧରେ CriminalContempt ମାମଲା ଆରମ୍ଭ କରିବାକୁ ଅନୁମତି ମାଗିଥିଲା। SCBA ପ୍ରଥମେ ଭାରତର Attorney General R. Venkataramani ଙ୍କଠାରୁ ଅନୁମତି ନେଇଥିଲା। Attorney General Contempt of Courts Act, 1971ର Section 15(1)(b) ଅନୁସାରେ ମାମଲା ଆରମ୍ଭ କରିବାକୁ ସମ୍ମତି ଦେଇଥିଲେ। ତାଙ୍କ ମତରେ ଆଇନଜୀବୀଙ୍କ ଆଚରଣ ଅତ୍ୟନ୍ତ ଅପମାନଜନକ ଓ ଅଗ୍ରହଣୀୟ ଥିଲା। ଗତକାଲି ସୁପ୍ରିମକୋର୍ଟର ୩ ଜଣିଆ ବେଞ୍ଚ ଏହି ମାମଲାରେ Contempt Notice ଜାରି କରିଥିଲେ।
ବେଞ୍ଚ କହିଥିଲେ ଯେ SCBAପକ୍ଷରୁ ଦାଖଲ ହୋଇଥିବା ଆବେଦନ ଓ ଅଭିଯୋଗ ଆଧାରରେ ପ୍ରାଥମିକ ଭାବେ Contempt proceedings ଆଗକୁ ବଢ଼ାଇବା ଉଚିତ ବୋଲି ମନେ ହେଉଛି।ଆଇନଜୀବୀ ପ୍ରବୀଣ ସିଙ୍ଗଲଙ୍କୁ Contempt Notice ଜାରି କରାଯାଇଛି। ତାଙ୍କୁ ୨୦୨୭ ଜାନୁଆରୀ ୮ ସୁଦ୍ଧା ନିଜ ପକ୍ଷରୁ ଉତ୍ତର ଦାଖଲ କରିବାକୁ କୁହାଯାଇଛି।୨୦୨୭ ଜାନୁଆରୀ ୨୦ରେ ପରବର୍ତ୍ତୀ
ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି।Contempt of Courts Act, 1971ର Section 12 ଅନୁସାରେ, ଅଦାଲତ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ ହେଲେ-ସର୍ବାଧିକ ୬ ମାସ ଜେଲ୍ ଦଣ୍ଡ, ସର୍ବାଧିକ ୨ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ତେବେ ସୁପ୍ରିମକୋର୍ଟ ଭିତରେ ନ୍ୟାୟାଧୀଶଙ୍କ ପ୍ରତି ଅପମାନଜନକ ଆଚରଣ, ନ୍ୟାୟପାଳିକାର ମର୍ଯ୍ୟାଦା
ଓ ଅଦାଲତର କାର୍ଯ୍ୟ ପରିଚାଳନାକୁ ପ୍ରଭାବିତ କରିପାରେ।
