Justice Yashwant Varma: ତଦନ୍ତ ବନ୍ଦ କର - ଇସ୍ତଫାର ଅର୍ଥ ଦୋଷୀ ନୁହେଁ
ଇସ୍ତଫା ଦେବା ପରେ ତାଙ୍କୁ ହଟାଇବାକୁ କାର୍ଯାନୁଷ୍ଠାନ ଶେଷ ହୋଇସାରିଛି। ଅର୍ଥାତ ଏହାର କୌଣସି ଅସ୍ତିତ୍ୱ ହିଁ ନାହିଁ। ଆଉ ଏହାର କୌଣସି ସାମ୍ୱିଧାନିକ ଆଧାର ହିଁ ନାହିଁ। ତାଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଛ ଓ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି।

ଇସ୍ତଫା ପରେ ମହାଭିଯୋଗ ଆଣିବାର କୌଣସି ଆଧାର ନାହିଁ। ଲୋକସଭା ମହାସଚିବଙ୍କୁ ଏଭଳି ଚିଠି ଲେଖି ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ
ଚାଲିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ଜଷ୍ଟିସ ୟଶବନ୍ତ ବର୍ମା। ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବର୍ମା ଲୋକସଭା
ମହାସଚିବ ଉତ୍ପଳ କୁମାର ସିଂଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ, ଏପ୍ରିଲ ୯ରୁ ସେ ଇସ୍ତଫା ଦେଇସାରିଲେଣି। ଇସ୍ତଫା ଦେବା ପରେ ତାଙ୍କୁ ହଟାଇବାକୁ
କାର୍ଯାନୁଷ୍ଠାନ ଶେଷ ହୋଇସାରିଛି। ଅର୍ଥାତ ଏହାର କୌଣସି ଅସ୍ତିତ୍ୱ ହିଁ ନାହିଁ। ଆଉ ଏହାର କୌଣସି ସାମ୍ୱିଧାନିକ ଆଧାର ହିଁ ନାହିଁ। ତାଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଛ ଓ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ ଇସ୍ତଫାର ଅର୍ଥ ନୁହେଁ ଯେ, ସେ ଦୋଷକୁ ସ୍ୱୀକାର କରିଛନ୍ତି। ବର୍ମାଙ୍କ ଏ ଚିଠି ସାଂସଦମାନଙ୍କୁ ବଣ୍ଟନ କରାଯାଇଛି। ଜଷ୍ଟିସ ବର୍ମା ଏହା ପୂର୍ବରୁ ତଦନ୍ତ କମିଟିର କାମ କରିବାର ଶୈଳୀକୁ ନେଇ ବି ଅସନ୍ତୋଷ ଜାହିର କରିଥିଲେ। ଆରୋପ ଲଦିଥିଲେ ଯେ, ଯାଞ୍ଚ ପ୍ରକ୍ରିୟାରେ ନିରପେକ୍ଷତା ନାହିଁ। ତାଙ୍କ ପକ୍ଷ ରଖିବାକୁ ବି କୌଣସି ସୁଯୋଗ ଦିଆଗଲାନି। ଏ ମାମଲା ମାର୍ଚ୍ଚ ୨୦୨୫ର। ସେ ସମୟରେ ଜଷ୍ଟିସ ବର୍ମା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ। ଅଭିଯୋଗ ଥିଲା କି, ତାଙ୍କ ସରକାରୀ ବଙ୍ଗଳାର ଷ୍ଟୋରରୁମରେ ନିଆଁ ଲାଗିଥିଲା ବେଳେ ବିପୁଳ ମାତ୍ରାରେ ନଗଦ ଟଙ୍କା ଥିବା ଜଣାପଡ଼ିଥିଲା। ଏହି ନଗଦ ଟଙ୍କାର କିଛି ଅଂଶ ବି ଜଳିଯାଇଥିଲା। ଅଗ୍ନିକାଣ୍ଡ ବେଳେ ଘରେ ନଥିଲେ ଜଷ୍ଟିସ ବର୍ମା। ତେବେ ଏତେ ଟଙ୍କାର ଉତ୍ସକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଜଷ୍ଟିସ ବର୍ମା। ଏ ଘଟଣା ପଦାକୁ ଆସିବା ପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ଏ ଘଟଣାର ତଦନ୍ତ ଲାଗି ଲୋକସଭାର ୩ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ଗଠନ କରାଯାଇଥିଲା।
ସମିତି ଅଗଷ୍ଟ ୨୦୨୬ରେ ରିପୋର୍ଟ ଦାଖଲ କରିଥିଲା। ଆଉ ନଗଦ ମିଳିବା ଓ ପ୍ରମାଣକୁ ନଷ୍ଟ କରିବାର ଆରୋପକୁ ସତ ମାନିଥିଲା ସମିତି। ସଂସଦରେ
ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରକ୍ରିୟା ଚାଲିଥିଲା। ଏହା ଭିତରେ ଜଷ୍ଟିସ ବର୍ମା ଏପ୍ରିଲ ୨୦୨୬ରେ ନ୍ୟାୟାଧୀଶ ପଦରୁ ଇସ୍ତଫା ଦେଇଥିଲେ। ଆଉ ଏବେ ସେ ଲୋକସଭା ମହାସଚିବଙ୍କୁ ଚିଠି ଲେଖି ନିଜ ପକ୍ଷ ରଖିଛନ୍ତି। ନିଜକୁ ନିର୍ଦ୍ଦୋଷ କହିଲେ, ତଦନ୍ତ ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଛନ୍ତି ଜଷ୍ଟିସ ବର୍ମା। ଭାରତର ନ୍ୟାୟିକ ବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ଥିଲେ ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ ବର୍ମା। ତାଙ୍କ ଇସ୍ତଫାକୁ ଦୋଷ ସ୍ୱୀକାର କରିବା ବୋଲି ବୁଝାଯିବା ଉଚିତ୍ ନୁହେଁ। ଇସ୍ତଫା ଦେବା ପରେ ତାଙ୍କୁ ପଦରୁ ହଟାଇବା ପାଇଁ ଚାଲିଥିବା ସଂସଦୀୟ ପ୍ରକ୍ରିୟା ଆଉ ସମ୍ବିଧାନ ଅନୁସାରେ ଚାଲିପାରିବ ନାହିଁ ବୋଲି ସେ ଯୁକ୍ତି ରଖିଛନ୍ତି। ତାଙ୍କ ସରକାରୀ ବାସଭବନର ଏକ ଷ୍ଟୋରରୁମ୍ରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଳିଥିବା ନୋଟ୍ର ବଣ୍ଡଲ୍ ଏବଂ ଟଙ୍କା ଥିବା ଦାବି ସାମ୍ନାକୁ ଆସିଥିଲା। ଏହି ଘଟଣା ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ବିବାଦ ସୃଷ୍ଟି କରିଥିଲା। ଜଣେ ହାଇକୋର୍ଟ ବିଚାରପତିଙ୍କ ବାସଭବନରେ ଏତେ ପରିମାଣର ଟଙ୍କା ଥିବା ଅଭିଯୋଗକୁ ନେଇ ବିଭିନ୍ନ ସ୍ତରରେ ତଦନ୍ତ ଆରମ୍ଭ ହୋଇଥିଲା। ଘଟଣା ପରେ ସୁପ୍ରିମକୋର୍ଟର ତତ୍କାଳୀନ ସିଜେଆଇ ସଞ୍ଜୀବ ଖାନ୍ନା ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଥିଲେ। ତଦନ୍ତ ପରେ ତାଙ୍କୁ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସଂସଦରେ ତାଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ ଆସିଥିଲା। ଲୋକସଭାରେ ପ୍ରାୟ ୧୫୦ ସାଂସଦ ତାଙ୍କ ବିରୋଧରେ ପଦଚ୍ୟୁତ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ Judges(Inquiry)Act,1968 ଅନୁଯାୟୀ ୩ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ଗଠନ କରିଥିଲେ। କମିଟି ନିଜ ରିପୋର୍ଟରେ ତିନୋଟି ଅଭିଯୋଗକୁ ପ୍ରମାଣିତ ବୋଲି ଦର୍ଶାଇଥିଲା।କମିଟି କହିଥିଲା, ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନର ଷ୍ଟୋରରୁମ୍ରେ ବିପୁଳ ପରିମାଣର ଟଙ୍କା ଥିବା ଘଟଣାକୁ ସେ ଯଥାର୍ଥ ଭାବରେ ବୁଝାଇପାରିନଥିଲେ। ଟଙ୍କାର ଉତ୍ସ, ମାଲିକାନା ଏବଂ ଏହା କାହିଁକି ସେଠାରେ ଥିଲା, ସେ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ମିଳିନଥିଲା। ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳକୁ ତୁରନ୍ତ ସଠିକ୍ ଭାବରେ ସିଲ୍ କରି ପ୍ରମାଣ ସୁରକ୍ଷିତ ରଖାଯାଇନଥିଲା। ଯେତେବେଳେ ଔପଚାରିକ ଯାଞ୍ଚ ହୋଇଥିଲା, ସେତେବେଳେ ଅଭିଯୋଗରେ ଉଲ୍ଲେଖ ହୋଇଥିବା ଟଙ୍କା ଆଉ ଉପଲବ୍ଧ ନଥିଲା। କମିଟି ଜଷ୍ଟିସ୍ ବର୍ମାଙ୍କ ଉତ୍ତରକୁ ଅସନ୍ତୋଷଜନକ, ଅସ୍ପଷ୍ଟ ଏବଂ ଅପର୍ଯ୍ୟାପ୍ତ ବୋଲି କହିଥିଲା।
ତଦନ୍ତରେ ତାଙ୍କ ଉତ୍ତର ଅଭିଯୋଗ ସମ୍ପର୍କିତ ମୁଖ୍ୟ ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ସମାଧାନ କରିପାରିନଥିବା କମିଟି ମତ ଦେଇଥିଲା। ଜଷ୍ଟିସ୍ ବର୍ମା ଆରମ୍ଭରୁ ହିଁ ନିଜ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି। ତାଙ୍କ ଯୁକ୍ତି ଅନୁସାରେ: ସେ ଅଗ୍ନିକାଣ୍ଡ ଘଟିବା ସମୟରେ ଦିଲ୍ଲୀରେ ଉପସ୍ଥିତ ନଥିଲେ।ତାଙ୍କର କିମ୍ବା ତାଙ୍କ ପରିବାରର ଟଙ୍କା ଉପରେ କୌଣସି ଜ୍ଞାନ ନଥିଲା। ଷ୍ଟୋରରୁମ୍ଟି ତାଙ୍କ ପରିବାରର ମୁଖ୍ୟ ବାସସ୍ଥାନଠାରୁ ଅଲଗା ଥିଲା ଏବଂ ସେଠାରେ କର୍ମଚାରୀ ଓ ଅନ୍ୟମାନଙ୍କର ମଧ୍ୟ ପ୍ରବେଶ ଥିଲା। ତଦନ୍ତ ପ୍ରକ୍ରିୟାରେ ତାଙ୍କୁ ଯଥେଷ୍ଟ ନ୍ୟାୟସଙ୍ଗତ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରିଥିଲେ। ସେ ତଦନ୍ତ କମିଟିର ପ୍ରକ୍ରିୟାକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ଅନୁସାରେ, ପୂର୍ବରୁ ହୋଇଥିବା ଆଭ୍ୟନ୍ତରୀଣ ତଦନ୍ତର
କିଛି ତଥ୍ୟକୁ ଆଧାର କରି ତାଙ୍କୁ ଉଚିତ୍ ସୁଯୋଗ ଦିଆଯାଇନଥିଲା। ସଂସଦରେ ମହାଭିଯୋଗ ପ୍ରକ୍ରିୟା ଆଉ ଆଇନଗତ ଭାବେ ଜାରି ରହିପାରିବ ନାହିଁ ବୋଲି ସେ ଯୁକ୍ତି ରଖିଛନ୍ତି। ସେ Article 217(1)(a)ଏବଂ ୧୯୭୮ର Supreme Court Constitution Bench ରାୟ Union of India vs Gopal Chandra Mishraକୁ ଉଦ୍ଧୃତ କରିଛନ୍ତି। ତାଙ୍କ ଯୁକ୍ତି ହେଉଛି, ହାଇକୋର୍ଟ ବିଚାରପତିଙ୍କ ଇସ୍ତଫା ଲିଖିତ ଭାବରେ ରାଷ୍ଟ୍ରପତିଙ୍କୁ ଦେବା ପରେ କାର୍ଯ୍ୟକାରୀ ହୋଇଯାଏ, ଏଥିପାଇଁ ଅଲଗା ଅନୁମୋଦନ ଆବଶ୍ୟକ ନୁହେଁ।
