ତେଜପାଲଙ୍କୁ ସୁପ୍ରିମଝଟକା- ୨ ସପ୍ତାହ ଭିତରେ ସରେଣ୍ଡର କର
ତେଜପାଲଙ୍କ ପକ୍ଷରୁ କୁହାଯାଇଥିଲା କି, ତାଙ୍କୁ ସରେଣ୍ଡର କରିବାକୁ ବମ୍ୱେ ହାଇକୋର୍ଟ ୪ ସପ୍ତାହ ସମୟ ଦେଇଥିଲେ। କୋର୍ଟ ଆଗରେ ଦଲିଲ ରଖି ଯୁକ୍ତି କରାଯାଇଥିଲା ଯେ, ମାମଲା ପ୍ରାୟ ୧୩ ବର୍ଷର ପୁରୁଣା। ତେଜପାଲ ଏବେ ବରିଷ୍ଠ ନାଗରିକ। ତାଙ୍କର ସମାଜରେ ମଝଭୁତ ପାରିବାରିକ ଓ ସାମାଜିକ ଆଧାର ରହିଛି। କପିଲ ସିବଲ କହିଥିଲେ, ଯଦି ଅପିଲ ଜଲଦି ଶୁଣାଣୀ ହେବାର ଅଛି। ତାହେଲେ କିଛି ଦିନ ପାଇଁ ଜେଲ ପଠାଇବାର ବ୍ୟବହାରିକ ଉଦ୍ଦେଶ୍ୟ କଅଣ ହେବ।କୋର୍ଟ କହିଲେ, ଅପିଲ ଉପରେ ଶୁଣାଣୀ ପୂର୍ବରୁ ଅପରାଧର ପ୍ରବୃତ୍ତି ଓ ସଜ୍ଜାକୁ ଦେଖିବା ଜରୁରୀ ଅଟେ।

୨ ସପ୍ତାହ ଭିତରେ ସରେଣ୍ଡର କର। ଆଉ ସେପ୍ଟେମ୍ୱର ୨୨ ପୂର୍ବରୁ ସରେଣ୍ଡର ସାର୍ଟିଫିକେଟ ଦାଖଲ କର। ତେହେଲକା ମାଗାଜିନର ପୂର୍ବତନ ଏଡିଟର-ଇନ-ଚିଫ୍ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ। କୋର୍ଟ କହିଲେ, ଅପିଲ ଉପରେ ଶୁଣାଣୀ ପୂର୍ବରୁ ଅପରାଧର ପ୍ରବୃତ୍ତି ଓ ସଜ୍ଜାକୁ ଦେଖିବା ଜରୁରୀ ଅଟେ। ୨୦୧୩ ଯୌନ ଉତ୍ପୀଡ଼ନ ମାମଲାରେ ହୋଇଛି ୧୦ ବର୍ଷର ସଜ୍ଜା। ଶୁଣାଣୀ ହେବା ଯାଏଁ ଗିରଫଦାରି ବା ସରେଣ୍ଡରରୁ ରିହାତି ଲାଗି ଅପିଲ କରିଥିଲେ ତରୁଣ। ସରେଣ୍ଡର ପ୍ରମାଣପତ୍ର ଦାଖଲ ପରେ ହିଁ ତାଙ୍କ ଅପିଲ ଉପରେ ତାରିଖକୁ ତାଲିକାଭୁକ୍ତ କରାଯିବ। ଅପରାଧିକ ଅପିଲକୁ ଶୁଣାଣୀ ପାଇଁ ସୂଚୀବଦ୍ଧ କରିବା ଆଗରୁ ଅଭିଯୁକ୍ତକୁ ଜେଲରେ ସରେଣ୍ଡର କରିବା ଆଇନତଃ ଅନିର୍ବାର୍ଯ୍ୟ ନୁହେଁ ବୋଲି ତେଜପାଲଙ୍କ ଓକିଲ କପିଲ ସିବଲ ଓ ଅମନ ଲେଖି ସୁପ୍ରିମକୋର୍ଟରେ ତର୍କ ରଖିଥିଲେ। ତେଜପାଲଙ୍କ ପକ୍ଷରୁ କୁହାଯାଇଥିଲା କି, ତାଙ୍କୁ ସରେଣ୍ଡର କରିବାକୁ ବମ୍ୱେ ହାଇକୋର୍ଟ ୪ ସପ୍ତାହ ସମୟ ଦେଇଥିଲେ। କୋର୍ଟ ଆଗରେ ଦଲିଲ ରଖି ଯୁକ୍ତି କରାଯାଇଥିଲା ଯେ, ମାମଲା ପ୍ରାୟ ୧୩ ବର୍ଷର ପୁରୁଣା। ତେଜପାଲ ଏବେ ବରିଷ୍ଠ ନାଗରିକ। ତାଙ୍କର ସମାଜରେ ମଝଭୁତ ପାରିବାରିକ ଓ ସାମାଜିକ ଆଧାର ରହିଛି। କପିଲ ସିବଲ କହିଥିଲେ, ଯଦି ଅପିଲ ଜଲଦି ଶୁଣାଣୀ ହେବାର ଅଛି। ତାହେଲେ କିଛି ଦିନ ପାଇଁ ଜେଲ ପଠାଇବାର ବ୍ୟବହାରିକ ଉଦ୍ଦେଶ୍ୟ କଅଣ ହେବ। ଅପିଲକୁ ତାଲିକାଭୁକ୍ତ ପୂର୍ବରୁ କିଛି ଦିନ ଲାଗି ପୁଲିସ ହେପାଜତକୁ ନେବା ଏହାର କୌଣସି ବିଶେଷ ମାଏନା ରଖେନା। ହେଲେ ସୁପ୍ରିମକୋର୍ଟ ସଫା ସଫା ମନା କରିଦେଇଥିଲେ। ସରେଣ୍ଡରରୁ ରିହାତି ଦେବା ବେଳେ ଅପରାଧର ପ୍ରବୃତ୍ତି ଓ ଦିଆଯାଇଥିବା ସଜ୍ଜାକୁ ଧ୍ୟାନରେ ରଖି ବିଚାର କରାଯାଏ।ତରୁଣ ତେଜପାଲ୍, Tehelkaର ପୂର୍ବତନ ସମ୍ପାଦକ, ୨୦୧୩ ମସିହାର ଜଣେ ମହିଳା ସହକର୍ମୀଙ୍କ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୬ ଅଗଷ୍ଟ ୨୦୨୬ରେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଟ୍ରାଏଲ୍ କୋର୍ଟର ୨୦୨୧ର ଖଲାସ ରାୟକୁ ଖାରଜ କରି ତାଙ୍କୁ ଦୋଷୀ କରି ୧୦ ବର୍ଷର କଠୋର କାରାଦଣ୍ଡ ଦେଇଥିଲେ। ୨୦୧୩ ନଭେମ୍ୱରରେ ଗୋଆର ଏକ ହୋଟେଲ୍ର ଲିଫ୍ଟ ଭିତରେ ତେଜପାଲ୍ ତାଙ୍କ ଜଣେ ଜୁନିଅର୍ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଥିଲା। ଘଟଣାଟି Tehelka ThinkFest ସମୟରେ ଘଟିଥିବା ଅଭିଯୋଗ ଥିଲା। ତେଜପାଲ୍ ଅଭିଯୋଗକୁ ଅସ୍ୱୀକାର କରି ନିଜକୁ “ରାଜନୈତିକ ଶିକାର” ବୋଲି କହିଆସିଥିଲେ। ଗୋଆର ଟ୍ରାଏଲ୍ କୋର୍ଟ ମେ ୨୦୨୧ରେ ତେଜପାଲଙ୍କୁ ସମସ୍ତ ଅଭିଯୋଗରୁ ଖଲାସ କରିଥିଲେ। ଏହା ପରେ ଗୋଆ ସରକାର ଏହି ରାୟ ବିରୋଧରେ ବମ୍ୱେ ହାଇକୋର୍ଟରେ ଆବେଦନ କରିଥିଲା। ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ ଯୌନ ନିର୍ଯାତନାର ଶିକାର ଜଣେ ମହିଳା କିପରି ବ୍ୟବହାର କରିବେ, ତାହାର କୌଣସି “ନିର୍ଦ୍ଦିଷ୍ଟ” ମାନଦଣ୍ଡ ନାହିଁ। ଟ୍ରାଏଲ୍ କୋର୍ଟ survivorଙ୍କ ବ୍ୟବହାରକୁ ନେଇ ଭୁଲ୍ ଧାରଣା କରିଥିବା ହାଇକୋର୍ଟ ମତ ଦେଇଥିଲେ।
