ଡିସେମ୍ୱର ୧ ସୁଦ୍ଧା ସରେଣ୍ଡର କରିବାକୁ ଦେଲେ ନିର୍ଦ୍ଦେଶ। ଏହା ସହ ୪ ସପ୍ତାହ ଭିତରେ ତଦନ୍ତ ସାରିବାକୁ ବିହାର ପୁଲିସକୁ ବି ଦେଲେ ଆଦେଶ। ଦଳବିରୋଧୀ କାର୍ଯ୍ୟକଳାପରେ ଜେଡିୟୁରୁ ବହିଷ୍କୃତ ହୋଇସାରିଛନ୍ତି ଅନନ୍ତ ସିଂ।ଅପରାଧର ଗମ୍ଭୀରତା ଓ ଅନନ୍ତ ସିଂଙ୍କ ପୁରୁଣା ଅପରାଧିକ ଇତିହାସକୁ ଧ୍ୟାନ ଦେଇନାହାନ୍ତି ପାଟନା ହାଇକୋର୍ଟ।
ତେଜପାଲଙ୍କ ପକ୍ଷରୁ କୁହାଯାଇଥିଲା କି, ତାଙ୍କୁ ସରେଣ୍ଡର କରିବାକୁ ବମ୍ୱେ ହାଇକୋର୍ଟ ୪ ସପ୍ତାହ ସମୟ ଦେଇଥିଲେ। କୋର୍ଟ ଆଗରେ ଦଲିଲ ରଖି ଯୁକ୍ତି କରାଯାଇଥିଲା ଯେ, ମାମଲା ପ୍ରାୟ ୧୩ ବର୍ଷର ପୁରୁଣା। ତେଜପାଲ ଏବେ ବରିଷ୍ଠ ନାଗରିକ। ତାଙ୍କର ସମାଜରେ ମଝଭୁତ ପାରିବାରିକ ଓ ସାମାଜିକ ଆଧାର ରହିଛି। କପିଲ ସିବଲ କହିଥିଲେ, ଯଦି ଅପିଲ ଜଲଦି ଶୁଣାଣୀ ହେବାର ଅଛି। ତାହେଲେ କିଛି ଦିନ ପାଇଁ ଜେଲ ପଠାଇବାର ବ୍ୟବହାରିକ ଉଦ୍ଦେଶ୍ୟ କଅଣ ହେବ।କୋର୍ଟ କହିଲେ, ଅପିଲ ଉପରେ ଶୁଣାଣୀ ପୂର୍ବରୁ ଅପରାଧର ପ୍ରବୃତ୍ତି ଓ ସଜ୍ଜାକୁ ଦେଖିବା ଜରୁରୀ ଅଟେ।