ଲିଫ୍ଟ ଭିତରେ ସହକର୍ମୀଙ୍କୁ ଦୁଷ୍କର୍ମ- ତରୁଣ ତେଜପାଲ ଦୋଷୀ!
୨୦୧୩ ନଭେମ୍ୱର ୭ ଓ ୮ ତାରିଖରେ ଗୋଆର ଗ୍ରାଣ୍ଡ ହାୟାଟ୍ ହୋଟେଲର ଲିଫ୍ଟ ଭିତରେ ତରୁଣ ତେଜପାଲ ଦୁଇଥର ତାଙ୍କୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଅଭିଯୋଗ କରିଥିଲେ ଯେ, ସେ ବିରୋଧ କରିଥିଲେ ମଧ୍ୟ ତେଜପାଲ ବଳପୂର୍ବକ ଏହି କାର୍ଯ୍ୟ କରିଥିଲେ।ଅପରାହ୍ନ ଅଢ଼େଇଟାରେ ଦଣ୍ଡ ଶୁଣାଇବେ ଅଦାଲତ। ତେଜପାଲ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

ତରୁଣ ତେଜପାଲ ଦୋଷୀ । ୨୦୧୩ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କଲେ ବମ୍ୱେ ହାଇକୋର୍ଟ। ତେହେଲକାର ପୂର୍ବତନ ଏଡିଟର-ଇନ-ଚିଫ୍। ଗୋଆରେ ୨୦୧୩ର ମାଗାଜିନ୍ ଇଭେଣ୍ଟରେ ଜୁନିୟର ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗ। ୨୦୨୧ରେ ଟ୍ରାଏଲ କୋର୍ଟ ଦ୍ୱାରା ଖଲାସ ହୋଇଥିଲେ ତରୁଣ। ଏହି ରାୟକୁ ଗୋଆ ସରକାର ହାଇକୋର୍ଟରେ କରିଥିଲେ ଚ୍ୟାଲେଞ୍ଜ୍। ଆଜି ଦିନ ଅଢ଼େଇଟାରେ ଅଦାଲତ କରିବେ ଦଣ୍ଡ ଘୋଷଣା। ହୋଟେଲ ଲିଫ୍ଟରେ ଯୌନଶୋଷଣ କରିଥିଲେ ତେଜପାଲ। ତେହେଲକା ପତ୍ରିକାର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ତାଙ୍କର ଜଣେ କନିଷ୍ଠ ମହିଳା ସହକର୍ମୀ ୨୦୧୩ ମସିହାରେ ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହି ଘଟଣା ଗୋଆରେ ଆୟୋଜିତ THiNK ଉତ୍ସବ ସମୟରେ ଘଟିଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ଅନୁସାରେ, ୨୦୧୩ ନଭେମ୍ୱର ୭ ଓ ୮ ତାରିଖରେ ଗୋଆର ଗ୍ରାଣ୍ଡ ହାୟାଟ୍ ହୋଟେଲର ଲିଫ୍ଟ ଭିତରେ ତରୁଣ ତେଜପାଲ ଦୁଇଥର ତାଙ୍କୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଅଭିଯୋଗ କରିଥିଲେ ଯେ, ସେ ବିରୋଧ କରିଥିଲେ ମଧ୍ୟ ତେଜପାଲ ବଳପୂର୍ବକ ଏହି କାର୍ଯ୍ୟ କରିଥିଲେ।ଘଟଣା ପରେ ଗୋଆ ପୋଲିସ ଦୁଷ୍କର୍ମ, ଯୌନ ନିର୍ଯାତନା ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲା। ତଦନ୍ତ ସମୟରେ ପୀଡ଼ିତାଙ୍କ ବୟାନ, ସିସିଟିଭି ଫୁଟେଜ୍, ଇ-ମେଲ୍, ହ୍ୱାଟସ୍ଆପ୍ ବାର୍ତ୍ତା ଏବଂ ସାକ୍ଷୀଙ୍କ ବୟାନକୁ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥିଲା। ୨୦୨୧ ମସିହାରେ ଗୋଆ ସେସନ୍ସ କୋର୍ଟ ତରୁଣ ତେଜପାଲଙ୍କୁ ପ୍ରମାଣର ଅଭାବ ଦର୍ଶାଇ ଖଲାସ କରିଥିଲେ। ଏହା ପରେ ଗୋଆ ସରକାର ସେହି ରାୟକୁ ବମ୍ୱେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବମ୍ୱେ ହାଇକୋର୍ଟ ୨୦୨୧ର ଖଲାସ ରାୟକୁ ବାତିଲ କରି ତରୁଣ ତେଜପାଲଙ୍କୁ ଦୁଷ୍କର୍ମ ଓ ସମ୍ପର୍କିତ ଅପରାଧରେ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ଦଣ୍ଡ ନିର୍ଦ୍ଧାରଣ ପାଇଁ ଅଲଗା ଶୁଣାଣି କରିବେ। ଅପରାହ୍ନ ଅଢ଼େଇଟାରେ ଦଣ୍ଡ ଶୁଣାଇବେ ଅଦାଲତ। ତେଜପାଲ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।
