Special Raid Success: ଅବକାରୀ ବିଭାଗର ବଡ କାର୍ଯ୍ୟାନୁଷ୍ଠାନ: ୧୫ ଲକ୍ଷର ବ୍ରାଉନସୁଗାର ସହ ସ୍କୁଟି ଜବତ, ଯୁବକ ଗିରଫ
ଧାମନଗର ଅବକାରୀ ବିଭାଗ ପକ୍ଷରୁ ଆଜି ଅସୁରାଳି ନିକଟସ୍ଥ ଉଚ୍ଚପଦା ଛକରେ ଚଢ଼ଉ କରାଯାଇ ୧୪୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ବଜାରରେ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।

ଭଦ୍ରକ ଜିଲାର ଧାମନଗର ଅବକାରୀ ବିଭାଗ କୁ ନିଶା କାରବାର ମାମଲାରେ ନୂଆ ସୁରାକ ମିଳିଛି | ଧାମନଗର ଅବକାରୀ ବିଭାଗ ପକ୍ଷରୁ ଆଜି ଅସୁରାଳି ନିକଟସ୍ଥ ଉଚ୍ଚପଦା ଛକରେ ଚଢ଼ଉ କରାଯାଇ ୧୪୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ବଜାରରେ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ଚଢ଼ଉ ସମୟରେ ଅବକାରୀ ବିଭାଗ ଏକ ସ୍କୁଟି ମଧ୍ୟ ଜବତ କରିଛି । ସମ୍ପୃକ୍ତ ଘଟଣାରେ ଗୋବିନ୍ଦପୁର ଗ୍ରାମର ରଙ୍ଗାଧର ବାଇଙ୍କ ପୁଅ ତନ୍ମୟ ବାଇଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳୁ ଅବକାରୀ ବିଭାଗକୁ ବିଶେଷ ସୂତ୍ରରୁ ଡ୍ରଗ୍ସ ଚାଲାଣ ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ, ସକାଳ ସମୟରେ ଉଚ୍ଚପଦା ଛକରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ତନ୍ମୟ ସ୍କୁଟି ଧରି ଠିଆ ହୋଇଥିବାବେଳେ ଅବକାରୀ କର୍ମଚାରୀମାନେ ତାଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରୁ ୧୪୫ ଗ୍ରାମ ବ୍ରାଉନସୁଗାର ମିଳିଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତ ବିପକ୍ଷରେ NDPS Act ଆଧାରରେ ମାମଲା ରୁଜୁ କରାଯାଇ ତନ୍ମୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜବତ ବ୍ରାଉନସୁଗାର କେଉଁଠାରୁ ଆସିଥିଲା ଏବଂ ଏହି କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
