ସୋନମ ଓ୍ୱାଙ୍ଗଚୁକଙ୍କୁ ଫୋର୍ସ-ଫିଡିଂ ଦିଅ
ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ। ତାଙ୍କ ଜୀବନ ରକ୍ଷା କରିବାକୁ ଆବଶ୍ୟକ ଫୋର୍ସ ଫିଡିଂ ବା ବାଧ୍ୟତାମୂଳକ ଭୋଜନ ଦିଅନ୍ତୁ ସରକାର। ଏଭଳି ଶବ୍ଦରେ ସୋନମଙ୍କୁ ନେଇ ଜନସ୍ୱାର୍ଥ ପିଟିସନ ପଡ଼ିଛି ଦିଲ୍ଲୀ ହାଇକୋର୍ଟରେ। ଆଉ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣୀ କରି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ କରିଛନ୍ତି। କାଲି ସୁଦ୍ଧା ଜବାବ ଦେବାକୁ କୁହାଯାଇଛି।

ଦୁଇ ଦିନରେ ସୋନମ ଓ୍ୱାଙ୍ଗଚୁକଙ୍କ ମୃତ୍ୟୁ ହୋଇପାରେ! ଦିଲ୍ଲୀ ଜନ୍ତରମନ୍ତରରେ ଆମରଣ ଅନଶନରେ ବସିଥିବା ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକଙ୍କ ଓଜନ ସାଢ଼େ ୮କିଲୋ କମିଗଲାଣି। ଜୁନ୍ ୨୮ରୁ ଗଲା ୧୮ ଦିନ ହେଲା ଅନଶନରେ ବସିଥିବାରୁ କେବେ ବି କୌଣସି ଅଘଟଣ ଘଟିପାରେ। ସେଥିଲାଗି ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ। ତାଙ୍କ ଜୀବନ ରକ୍ଷା କରିବାକୁ ଆବଶ୍ୟକ ଫୋର୍ସ ଫିଡିଂ ବା ବାଧ୍ୟତାମୂଳକ ଭୋଜନ ଦିଅନ୍ତୁ ସରକାର। ଏଭଳି ଶବ୍ଦରେ ସୋନମଙ୍କୁ ନେଇ ଜନସ୍ୱାର୍ଥ ପିଟିସନ ପଡ଼ିଛି ଦିଲ୍ଲୀ ହାଇକୋର୍ଟରେ। ଆଉ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣୀ କରି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ କରିଛନ୍ତି। କାଲି ସୁଦ୍ଧା ଜବାବ ଦେବାକୁ କୁହାଯାଇଛି। ଏହାର କାଲି ଶୁଣାଣୀ ହେବ। ଆବେଦନକାରୀ ଦାବି କରିଛନ୍ତି, ଓ୍ୱାଙ୍ଗଚୁକଙ୍କୁ ତୁରନ୍ତ ହସ୍ପିଟାଲକୁ ସିଫ୍ଟ କରାଯାଉ। ଜରୁରୀ ଚିକିତ୍ସା ସୁବିଧା ଉପଲବ୍ଧ ସହ ଅନଶନ ସମାପ୍ତ କରିବାକୁ କୁହାଯାଉ। ପିଟିସନକୁ ନେଇ ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର ଉପାଧ୍ୟାୟ ଓ ଜଷ୍ଟିସ ତେଜସ କାରିୟାଙ୍କ ଖଣ୍ଡପୀଠ ଶୁଣାଣୀ କରୁଛନ୍ତି। ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ସାମାଜିକ କର୍ମୀ ତଥା ଓକିଲ ରାକେଶ କୁମାର ସୈନି। ସିଜେପି ବା କକ୍ରୋଚ ଜନତା ପାର୍ଟିର ସମର୍ଥନରେ ଅନଶନରେ ବସିଛନ୍ତି ସୋନମ। ମେ ମାସରେ ପରୀକ୍ଷା ପେପର ଲିକ୍ ଘଟଣାରେ ଲକ୍ଷ ଲକ୍ଷ ଛାତ୍ର ପ୍ରଭାବିତ ହୋଇଥିଲେ। ସୋନମଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାପ୍ରକାଶ ପାଇଛି। ତାଙ୍କ ଶରୀର କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ମାଂସପେଶୀ ଦରଜ ଅଛି। ଓଜନ ପ୍ରାୟ ସାଢ଼େ ୮କେଜି କମିଗଲାଣି। ରକ୍ତଚାପ 109/70 ଅଛି। ହଜାର ହଜାର ସମର୍ଥକ ତାଙ୍କୁ ଆନ୍ଦୋଳନରୁ ଓହରିବାକୁ ଅପିଲ୍ କରୁଛନ୍ତି। କିନ୍ତୁ ନିଜ ନିଷ୍ପତ୍ତିରେ ଅଡ଼ି ବସିଛନ୍ତି ଓ୍ୱାଙ୍ଗଚୁକ୍। ସେପଟେ ସିଜେପି ଘୋଷଣା କରିଛି, ସଂସଦର ମୌସୁମୀ ଅଧିବେଶନର ପୂର୍ବ ଦିନ ଅର୍ଥାତ ଜୁଲାଇ ୨୦ରେ ଜନ୍ତରମନ୍ତରରୁ ସଂସଦ ଭବନ ଯାଏ ଶାନ୍ତିପୂର୍ଣ୍ଣ ପଦଯାତ୍ରା ବାହାର କରିବ। ପରୀକ୍ଷା ପ୍ରଣାଳୀରେ ପାରଦର୍ଶିତା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ସୋନମ ଓ ସିଜେପି।
