କେବଳ ଲମ୍ୱା ଅନଶନ ଲାଗି ନୁହେଁ, ବରଂ ନିଜର ଉଜ୍ଜ୍ୱଷି ଭାଷଣ ଲାଗି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛନ୍ତି। ୨୨ ଦିନ ଅନଶନ ପରେ ଜୁଲାଇ ୨୦ରେ ଅଭିନେତ୍ରୀ ସାବାନା ଆଜମି ତାଙ୍କୁ ଜୁସ୍ ପିଆଇ ଅନଶନ ଭାଙ୍ଗିଥିଲେ। ଏହା ପରେ ସେ କମ୍ ନଜରକୁ ଆସିଥିଲେ। ହେଲେ ଆଜି ରାହୁଲଙ୍କ ସହ ପ୍ରେମମିଟରେ ନଜରକୁ ଆସିଥିଲେ। ନେହାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା
ଆଜି ସକାଳେ ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ସହ ବସିଥିଲେ ସୋନମ। ଅଚାନକ ଦିଲ୍ଲୀ ପୁଲିସ ସାଦା ପୋଷାକରେ ପହଞ୍ଚିଥିଲା। କିଛି ନୀଳ ସାର୍ଟ ବି ପିନ୍ଧିଥିଲେ। ବିପୁଳ ମାତ୍ରାରେ ମୁତୟନ ହୋଇଥିଲେ ପୁଲିସ। ସେମାନେ ଧଳା ପରଦା ଲଗାଇ ଚାରିପଟେ ଘୋଡ଼ାଇ କିଏ କିଛି ବୁଝିବା ଆଗରୁ ସୋନମଙ୍କୁ ସେଠାରୁ ନେଇ ପଳାଇଲେ। ପୁଲିସ ଅଧିକାରୀଙ୍କ କହିବା କଥା, ୫୯ ବର୍ଷୀୟ ସୋନମଙ୍କୁ ଶାନ୍ତିପୂର୍ବକ ହସ୍ପିଟାଲ ନିଆଯାଇଛି।
ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ। ତାଙ୍କ ଜୀବନ ରକ୍ଷା କରିବାକୁ ଆବଶ୍ୟକ ଫୋର୍ସ ଫିଡିଂ ବା ବାଧ୍ୟତାମୂଳକ ଭୋଜନ ଦିଅନ୍ତୁ ସରକାର। ଏଭଳି ଶବ୍ଦରେ ସୋନମଙ୍କୁ ନେଇ ଜନସ୍ୱାର୍ଥ ପିଟିସନ ପଡ଼ିଛି ଦିଲ୍ଲୀ ହାଇକୋର୍ଟରେ। ଆଉ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣୀ କରି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ କରିଛନ୍ତି। କାଲି ସୁଦ୍ଧା ଜବାବ ଦେବାକୁ କୁହାଯାଇଛି।
ଅନେକ ଲୋକଙ୍କ ସମାଲୋଚନା ତାଙ୍କୁ ନିରାଶ କରିଛି। ଅନେକ ଲୋକ ତାଙ୍କୁ ଏକବିଂଶ ଶତାବ୍ଦୀର ଗାନ୍ଧୀ ବା ଆଧୁନିକ ଗାନ୍ଧୀ କହୁଛନ୍ତି। ଆଉ କିଛି ଲୋକ ହିରୋ ଭାବେ ଦର୍ଶାଉଛନ୍ତି। ହେଲେ ଏ ଦୁଇଟି ଶବ୍ଦ ଶୁଣି ସେ ଅସହଜ ଅନୁଭବ କରୁଛନ୍ତି। ସେଥିଲାଗି ଲୋକେ କୌଣସି ହିରୋ ଖୋଜିବା ବଦଳରେ ନିଜ ଦାୟିତ୍ୱ ନିର୍ବାହ କରନ୍ତୁ। କୃପାକରି ଆଉ କାହା ପାଖରେ ହିରୋକୁ ଖୋଜନ୍ତୁନି। ନିଜ ଜୀବନରେ ନିଜେ ହିରୋ ସାଜ।