ନେହା ବୋରା- ଜନ୍ତରମନ୍ତରରେ ଚର୍ଚ୍ଚିତ ଚେହେରା
କେବଳ ଲମ୍ୱା ଅନଶନ ଲାଗି ନୁହେଁ, ବରଂ ନିଜର ଉଜ୍ଜ୍ୱଷି ଭାଷଣ ଲାଗି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛନ୍ତି। ୨୨ ଦିନ ଅନଶନ ପରେ ଜୁଲାଇ ୨୦ରେ ଅଭିନେତ୍ରୀ ସାବାନା ଆଜମି ତାଙ୍କୁ ଜୁସ୍ ପିଆଇ ଅନଶନ ଭାଙ୍ଗିଥିଲେ। ଏହା ପରେ ସେ କମ୍ ନଜରକୁ ଆସିଥିଲେ। ହେଲେ ଆଜି ରାହୁଲଙ୍କ ସହ ପ୍ରେମମିଟରେ ନଜରକୁ ଆସିଥିଲେ। ନେହାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା

ଆନ୍ଦୋଳନକୁ ନେଇ ସୋନମ ଓ୍ୱାଙ୍ଗଚୁକ ଯେମିତି ଏକ ପରିଚିତ ନାଁ। ସେଭଳି ଆଉ ଏକ ନାଁ ହେଉଛି ନେହା ବୋରା। ଦିଲ୍ଲୀର ଜନ୍ତରମନ୍ତରରେ ଆମରଣ ଅନଶନରେ ସୋନମ ଓ୍ୱାଙ୍ଗଚୁକଙ୍କ ନାଁ ପରେ ସବୁଠୁ ଅଧିକ ଚର୍ଚ୍ଚାର ପରିସରରେ ରହି ଆସିଛନ୍ତି ନେହା। ଜନ୍ତରମନ୍ତରରେ ୨୨ ଦିନ ଧରି ଅନଶନରେ ବସିଥିଲେ ନେହା। ଆଜି ଯେତେବେଳେ ରାହୁଲ ଗାନ୍ଧୀ ପ୍ରେସ୍ ବ୍ରିଫିଂ କରୁଥିଲେ। ଆଉ ଧର୍ମେନ୍ଦ୍ରଙ୍କ ଇସ୍ତଫା ବିନା ମୋଦି ସରକାରଙ୍କ କୌଣସି କଥା ଶୁଣିବୁନି ବୋଲି ଚେତାଇ ଦେଇଥିଲେ ରାହୁଲ। ରାହୁଲଙ୍କ ପରେ ସାମ୍ୱାଦିକଙ୍କ ସହ ଯେଉଁ ଝିଅଟି କଥା ହୋଇଥିଲେ ସେ ହେଉଛନ୍ତି ନେହା। ଜେଏନୟୁରେ ପିଏଚଡି ଛାତ୍ରୀ ତଥା ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ (AISA) ର ଅଧ୍ୟକ୍ଷ ହେଉଛନ୍ତି ନେହା। କେବଳ ଲମ୍ୱା ଅନଶନ ଲାଗି ନୁହେଁ, ବରଂ ନିଜର ଉଜ୍ଜ୍ୱଷି ଭାଷଣ ଲାଗି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛନ୍ତି। ୨୨ ଦିନ ଅନଶନ ପରେ ଜୁଲାଇ ୨୦ରେ ଅଭିନେତ୍ରୀ ସାବାନା ଆଜମି ତାଙ୍କୁ ଜୁସ୍ ପିଆଇ ଅନଶନ ଭାଙ୍ଗିଥିଲେ। ଏହା ପରେ ସେ କମ୍ ନଜରକୁ ଆସିଥିଲେ। ହେଲେ ଆଜି ରାହୁଲଙ୍କ ସହ ପ୍ରେମମିଟରେ ନଜରକୁ ଆସିଥିଲେ। ନେହାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଚାଲିଛି। ସରକାରଙ୍କ ସମର୍ଥକ ତାଙ୍କୁ କଂଗ୍ରେସର ଏଜେଣ୍ଟ ବୋଲି କହୁଛନ୍ତି। ଅନେକ ତାଙ୍କ ରାଜନୈତିକ ସମ୍ଭାବନାକୁ ନେଇ ଚର୍ଚ୍ଚା କରୁଛନ୍ତି। ନେହା ବୋରାଙ୍କ ଘର ଉତ୍ତରାଖଣ୍ଡ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରି ଆମ୍ୱେଦକର ବିଶ୍ୱବିଦ୍ୟାଳୟରେ ପିଜି କରିଛନ୍ତି। ସେ ଥିଏଟର ସହ ବି ସାମିଲ୍। ସେ ସୋନମ ଓ୍ୱାଙ୍ଗଚୁକଙ୍କ ସହ ଆମରଣ ଅନଶନରେ ବସିଥିଲେ। ତାଙ୍କ ସହ ଆମିନ ଅମିତୋଜ ଓ ମନୀଷ କୁମାର ବି ଆମରଣ ଅନଶନ କରୁଥିଲେ। ନେହା ବୋରା ଜଣେ ଥିଏଟର ଶିଳ୍ପୀ । ତାଙ୍କ ପିତା ଭାରତୀୟ ସେନାରେ କାର୍ଯ୍ୟରତ ଥିବାରୁ ସେ ଶୈଶବର ଅଧିକାଂଶ ସମୟ ସେନା ଛାଉଣୀରେ କାଟିଥିଲେ। ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ଜୀବନ ତାଙ୍କୁ ସାମାଜିକ ଓ ଶିକ୍ଷାଗତ ପ୍ରସଙ୍ଗକୁ ନୂଆ ଦୃଷ୍ଟିକୋଣରେ ବୁଝିବାର ସୁଯୋଗ ଦେଇଛି। ନୂଆଦିଲ୍ଲୀର ଜନ୍ତର ମନ୍ତରରେ NEET ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷାରେ କଥିତ ଅନିୟମିତତା ବିରୋଧରେ ହୋଇଥିବା ଆନ୍ଦୋଳନରେ ସେ ଅନ୍ୟତମ ପ୍ରମୁଖ ମୁହଁ ଭାବେ ଉଭା ହୋଇଥିଲେ। ସେ Sonam Wangchuk ଓ ଅନ୍ୟ ଛାତ୍ରନେତାମାନଙ୍କ ସହ ୨୩ ଦିନ ଅନଶନ କରିଥିଲେ। ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ମଧ୍ୟ ନେହା ବୋରା ଆନ୍ଦୋଳନ ଜାରି ରଖିଥିଲେ। ନେହା ବୋରା AISA (ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍)ର ଜାତୀୟ ସଭାପତି। CPI(ML) ଲିବରେସନ୍ ସହ ସମ୍ପୃକ୍ତ ଏକ ଛାତ୍ର ସଂଗଠନ ଅଟେ AISA।
