ସୋନମଙ୍କୁ ଘେରିଗଲେ ସାଦା ପୋଷାକଧାରୀ ପୁଲିସ..
ଆଜି ସକାଳେ ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ସହ ବସିଥିଲେ ସୋନମ। ଅଚାନକ ଦିଲ୍ଲୀ ପୁଲିସ ସାଦା ପୋଷାକରେ ପହଞ୍ଚିଥିଲା। କିଛି ନୀଳ ସାର୍ଟ ବି ପିନ୍ଧିଥିଲେ। ବିପୁଳ ମାତ୍ରାରେ ମୁତୟନ ହୋଇଥିଲେ ପୁଲିସ। ସେମାନେ ଧଳା ପରଦା ଲଗାଇ ଚାରିପଟେ ଘୋଡ଼ାଇ କିଏ କିଛି ବୁଝିବା ଆଗରୁ ସୋନମଙ୍କୁ ସେଠାରୁ ନେଇ ପଳାଇଲେ। ପୁଲିସ ଅଧିକାରୀଙ୍କ କହିବା କଥା, ୫୯ ବର୍ଷୀୟ ସୋନମଙ୍କୁ ଶାନ୍ତିପୂର୍ବକ ହସ୍ପିଟାଲ ନିଆଯାଇଛି।

୨୦ ଦିନ ହେଲା ଦିଲ୍ଲୀର ଜନ୍ତରମନ୍ତରରେ ସିଜେପି ସମର୍ଥନରେ ଆମରଣ ଅନଶନରେ ବସିଥିବା ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକଙ୍କୁ ଆଜି ପୁଲିସ ସଫଦରଗଞ୍ଜ ହସ୍ପିଟାଲ ସ୍ଥାନାନ୍ତର କରିଛି। ସାଦା ପୋଷାକରେ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲା ପୁଲିସ। ଆଉ ସୋନମଙ୍କୁ ହସ୍ପିଟାଲ ନେଇଯାଇଛି। ଦିଲ୍ଲୀ ହାଇକୋର୍ଟ ସୋନମଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ ପରେ ଏଭଳି ପଦକ୍ଷେପ ନେଇଛି ବୋଲି କହିଛି ପୁଲିସ। ହସ୍ପିଟାଲ ଯିବା ପୂର୍ବରୁ ସୋନମ କହିଥିଲେ, ଆମେ ସବୁ ମିଶିକି ଗଣତନ୍ତ୍ରର ମନ୍ଦିର ସଂସଦରେ ନିଜ କଥା ରଖିବା। ସେ କୌଣସିମତେ ବି ଜୁଲାଇ ୨୦ ଯାଏ ଜୀବିତ ରହିବେ। ଯଦି ଲୋକେ ସମର୍ଥନ କରିବେନି ଆଉ ଜୁଲାଇ ୨୦ରେ ସଂସଦକୁ ଶାନ୍ତିପୂର୍ଣ୍ଣ ପଦଯାତ୍ରାକୁ ସଫଳ କରିବେନି, ତାହେଲେ ସେ ଭୂତ ହୋଇ ପୁଣି ଫେରିବେ। ହସ୍ପିଟାଲ ପକ୍ଷରୁ କୁହାଯାଇଛି, ନିରନ୍ତର ଉପବାସ ରହିବାରୁ ଜଳୀୟଅଂଶ ବହୁ ହ୍ରାସ ପାଇଛି। ସେଥିଲାଗି ସୋନମ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛନ୍ତି। ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆଜି ସକାଳେ ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ସହ ବସିଥିଲେ ସୋନମ। ଅଚାନକ ଦିଲ୍ଲୀ ପୁଲିସ ସାଦା ପୋଷାକରେ ପହଞ୍ଚିଥିଲା। କିଛି ନୀଳ ସାର୍ଟ ବି ପିନ୍ଧିଥିଲେ। ବିପୁଳ ମାତ୍ରାରେ ମୁତୟନ ହୋଇଥିଲେ ପୁଲିସ। ସେମାନେ ଧଳା ପରଦା ଲଗାଇ ଚାରିପଟେ ଘୋଡ଼ାଇ କିଏ କିଛି ବୁଝିବା ଆଗରୁ ସୋନମଙ୍କୁ ସେଠାରୁ ନେଇ ପଳାଇଲେ। ପୁଲିସ ଅଧିକାରୀଙ୍କ କହିବା କଥା, ୫୯ ବର୍ଷୀୟ ସୋନମଙ୍କୁ ଶାନ୍ତିପୂର୍ବକ ହସ୍ପିଟାଲ ନିଆଯାଇଛି। ସିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧ ଓ ନାରାବାଜିରୁ ଅବଶ୍ୟ କିଛି ସମୟ ବାଧା ଉପୁଜିଥିଲା। ସଫଦରଗଞ୍ଜ ହସ୍ପିଟାଲର ଏମର୍ଜେନ୍ସି ଓ୍ୱାର୍ଡରେ ସୋନମଙ୍କୁ ଭର୍ତ୍ତି କରାଯାଇଛି। ସୋନମଙ୍କୁ ହସ୍ପିଟାଲ ସ୍ଥାନାନ୍ତର ପରେ ଜନ୍ତରମନ୍ତରରୁ ଆନ୍ଦୋଳନକାରୀଙ୍କୁ ବି ହଟାଇବାରେ ଲାଗିଛି ପୁଲିସ। ତୁରନ୍ତ ଜନ୍ତରମନ୍ତର ଖାଲି କରିବାକୁ ଅପିଲ କରିଛି ପୁଲିସ। ଜନ୍ତରମନ୍ତରକୁ ଯିବାଆସିବା ସମସ୍ତ ରାସ୍ତା ସିଲ୍ କରିଦେଇଛି ପୁଲିସ। ଓ୍ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ ଆଙ୍ଗମୋ କହିଛନ୍ତି, ତାଙ୍କର ଓ ତାଙ୍କ ଡାକ୍ତରଙ୍କ ବିନା ସହମତିରେ ସୋନମଙ୍କୁ କୌଣସି ଔଷଧ ଦିଆଯିବା ଉଚିତ ନୁହେଁ। ସେ ନିଜେ ହସ୍ପିଟାଲରେ ଅଛନ୍ତି। ତାଙ୍କ ଅନୁମତି ବିନା କୌଣସି ଚିକିତ୍ସା ଆରମ୍ଭ ହେବା କଥା ନୁହେଁ। ଯଦି ସୋନମଙ୍କ କିଛି ହୋଇଯାଏ, ତାହେଲେ ସମସ୍ତେ ଦାୟୀ ରହିବେ। ସିଜେପି ସଂସ୍ଥାପକ ଅଭିଜିତ ଦୀପକେ ଆଜିଠୁ ଆମରଣ ଅନଶନ କରିବାକୁ ଘୋଷଣା କରିଛନ୍ତି। ଅଭିଜିତ କହିଛନ୍ତି, ସୋନମଙ୍କୁ ନେଇଗଲେ ଆନ୍ଦୋଳନ ସମାପ୍ତ ହେଇଯିବ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଭ୍ରମରେ ଅଛନ୍ତି। ସେ ଏହିଠାରେ ହିଁ ରହିବେ ଓ ଜୁଲାଇ ୨୦ ସଂସଦ ଯାଏ ପଦଯାତ୍ରା କରିବେ। ପୁଲିସ କର୍ମୀଙ୍କୁ ଆରଏସଏସର ଗୁଣ୍ଡା ବୋଲି କହିଛନ୍ତି ଅଭିଜିତ। ଏ ଯାଏଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଆସୁଥିଲା ସିଜେପି। ହେଲେ ଏବେଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ତଫା ଦାବି କରିବ ସିଜେପି। ଆମ୍ ଆଦମୀ ଦଳର ସାଂସଦ ସଞ୍ଜୟ ସିଂ କହିଛନ୍ତି, କେନ୍ଦ୍ର ସରକାରଙ୍କ ଗୁଣ୍ଡାଗର୍ଦ୍ଦି ଚାଲିଛି। ମୋଦିଙ୍କ ସତ୍ତାର ଏ ଅହଙ୍କାର ଲମ୍ୱା ସମୟ ଧରି ଚାଲିବନି। ସୋନମଙ୍କ ଦାବି ଶୁଣିବା ପରିବର୍ତ୍ତେ ତାଙ୍କୁ ଜବରଦସ୍ତି ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଦେଲ।
