Neena Gupta: ୭୦ ବର୍ଷ ଗଣିତର ସମାଧାନ କରି ଚର୍ଚ୍ଚାରେ ମହିଳା ପ୍ରଫେସର
ବୀଜଗଣିତ ଜ୍ୟାମିତିରେ ଥିବା ଏକ ସଂସ୍କରଣର ପ୍ରତିଉଦାହରଣ ଖୋଜି ଏବେ ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେଥିଲାଗି ଟାଇମ୍ସ ମାଗାଜିନ୍ ଶହେ ପ୍ରତିଭାଶାଳୀ ଭାରତୀୟ ବ୍ୟକ୍ତିତ୍ୱଙ୍କ ଭିତରେ ଗଣିତଜ୍ଞ ନୀନାଙ୍କୁ ସାମିଲ କରିଛି।

୭୦ ବର୍ଷ ପୁରୁଣା ଗଣିତର ସମାଧାନ କରି ଏବେ ଚର୍ଚ୍ଚାରେ ନୀନା ଗୁପ୍ତା। ଟାଇମ୍ସ୧୦୦ ନେକ୍ସଟ ଇଣ୍ଡିଆ ୨୦୨୬ ତାଲିକାରେ ବି ସାମିଲ ହେଲେ। କୋଲକାତାରେ ଜନ୍ମିତ ନୀନା କୋଲକାତାର ଇଣ୍ଡିଆନ ଷ୍ଟାଟିସଟିକାଲ ଇନଷ୍ଟିଚ୍ୟୁଟ (ISI)ରେ ପ୍ରଫେସର ଅଛନ୍ତି। ଆଲଜେବ୍ରା ଜେମୋଟ୍ରିର ଏକ ସମସ୍ୟା ଯାହା ୭୦ ବର୍ଷ ହେଲା ସମାଧାନ ହୋଇପାରୁନଥିଲା। ତାକୁ ସମାଧାନ କରିପାରିଲେ ନୀନା। ବୀଜଗଣିତ ଜ୍ୟାମିତିରେ ଥିବା ଏକ ସଂସ୍କରଣର ପ୍ରତିଉଦାହରଣ ଖୋଜି ଏବେ ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେଥିଲାଗି ଟାଇମ୍ସ ମାଗାଜିନ୍ ଶହେ
ପ୍ରତିଭାଶାଳୀ ଭାରତୀୟ ବ୍ୟକ୍ତିତ୍ୱଙ୍କ ଭିତରେ ଗଣିତଜ୍ଞ ନୀନାଙ୍କୁ ସାମିଲ କରିଛି। ଟାଇମ ମାଗାଜିନ୍ ପ୍ରଥମ ଥର TIME100 NEXTINDIA ସୂଚୀ ଜାରି କରିଛି। ଗଣିତଜ୍ଞ ନୀନା ଗୁପ୍ତାଙ୍କୁ ବିଜ୍ଞାନ ଓ ସ୍ୱାସ୍ଥ୍ୟ ଶ୍ରେଣୀ ସୂଚୀରେ ସାମିଲ କରାଯାଇଛି। ୭୦ବର୍ଷ ପୁରୁଣା ଗଣିତ ସମସ୍ୟାର ସମାଧାନ କରିଦେବି କହି ଏହାକୁ ଚ୍ୟାଲେଞ୍ଜ୍ କରିଥିଲେ ନୀନା। ତାଙ୍କୁ ୨୦୧୪ ମୈଞ୍ଜାରିସ୍କି କ୍ୟାନସେଲସନ ପ୍ରୋବ୍ଲେମର ଏକ ଭର୍ଜନର କାଉଣ୍ଟର ଉଦାହରଣ ମିଳିଥିଲା। ଏହା ଏମିତି ଏକ ବିଶିଷ୍ଟ ଉଦାହରଣ, ଯାହା କୌଣସି ସାମାନ୍ୟ ଦାବି, ନିୟମ ବା କଥନକୁ ଭୁଲ ସାବ୍ୟସ୍ତ କରିପାରେ। ଯାହାକୁ ପ୍ରଥମ ଥର ୧୯୪୯ରେ ଗଣିତଜ୍ଞ ଓସ୍କର ଜାରିସ୍କି ପ୍ରପୋଜ କରିଥିଲେ। ଏହି ସମସ୍ୟା ବୀଜଗଣିତ ଜ୍ୟାମିତିର ସମସ୍ୟାକୁ ସମାଧାନ କରେ। ଏହି ଖୋଜରେ ନୀନା
ଏହାକୁ ସମାଧାନ କରିପାରିବେ ବୋଲି ଚ୍ୟାଲେଞ୍ଜ୍ ଗ୍ରହଣ କରିଥିଲେ।
