ମୁଁ ଗାନ୍ଧୀ କି ହିରୋ ନୁହେଁ- କାହିଁକି ଅସହଜ ସୋନମ ଓ୍ୱାଙ୍ଗଚୁକ୍
ଅନେକ ଲୋକଙ୍କ ସମାଲୋଚନା ତାଙ୍କୁ ନିରାଶ କରିଛି। ଅନେକ ଲୋକ ତାଙ୍କୁ ଏକବିଂଶ ଶତାବ୍ଦୀର ଗାନ୍ଧୀ ବା ଆଧୁନିକ ଗାନ୍ଧୀ କହୁଛନ୍ତି। ଆଉ କିଛି ଲୋକ ହିରୋ ଭାବେ ଦର୍ଶାଉଛନ୍ତି। ହେଲେ ଏ ଦୁଇଟି ଶବ୍ଦ ଶୁଣି ସେ ଅସହଜ ଅନୁଭବ କରୁଛନ୍ତି। ସେଥିଲାଗି ଲୋକେ କୌଣସି ହିରୋ ଖୋଜିବା ବଦଳରେ ନିଜ ଦାୟିତ୍ୱ ନିର୍ବାହ କରନ୍ତୁ। କୃପାକରି ଆଉ କାହା ପାଖରେ ହିରୋକୁ ଖୋଜନ୍ତୁନି। ନିଜ ଜୀବନରେ ନିଜେ ହିରୋ ସାଜ।

ନା ମୁଁ ଗାନ୍ଧୀ ନା ମୁଁ ହିରୋ। ଲୋକଙ୍କ ଉଦ୍ଦେଶ୍ୟରେ ମାତ୍ର ଏହି ୨ ମେସେଜ୍ ଦେଇ ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକ ଅସହଜ କରିଦେଇଛନ୍ତି। କକ୍ରୋଚ ଜନତା ପାର୍ଟିର ସମର୍ଥନରେ ଅନିର୍ଦ୍ଦିଷ୍ଟ କାଳ ଅନଶନରେ ବସିଥିବା ସୋନମଙ୍କ ଆଜି ଅନଶନ ୧୪ଦିନରେ ପହଞ୍ଚିଲା। ସୋନମ କହିଛନ୍ତି, ସେ କେବଳ ଜଣେ ସାଧାରଣ ନାଗରିକ। ନା ଆଧୁନିକ ଯୁଗର ଗାନ୍ଧୀ ନା କୌଣସି ହିରୋ। ଲୋକଙ୍କୁ ସୋନମ ଅପିଲ୍ କରିଛନ୍ତି ଯେ, କାହାକୁ ନିଜର ନେତା ମାନିବା ବଦଳରେ ନିଜ ଜୀବନରେ ହିରୋ ହେବାକୁ ଚେଷ୍ଟା କରନ୍ତୁ। ପରୀକ୍ଷାରେ ଅନିୟମିତତାକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ସିଜେପି ସମର୍ଥନରେ ଜୁନ୍ ୨୮ରୁ ୧୪ ଦିନ ହେଲାଣି ଆମରଣ ଅନଶନରେ ବସିଲେଣି। ସିଜେପିର ବିରୋଧ ପ୍ରଦର୍ଶନ ୨୨ଦିନ ହେଲାଣି। ସିଜେପି ପକ୍ଷରୁ ଜାରି ହେଲଥ ଅପଡେଟ୍ ଅନୁସାରେ, ତାଙ୍କର ଓଜନ ସାଢ଼େ ୭କିଲୋ ହ୍ରାସ ପାଇଛି। ରକ୍ତଚାପ ବି ୧୦୬ / ୭୪ ରହିଛି। ଶୁକ୍ରବାର ରାତିରେ ଏକ୍ସରେ ଏକ ଭିଡ଼ିଓ ପୋଷ୍ଟ କରି ଓ୍ୱାଙ୍ଗଚୁକ୍ କହିଛନ୍ତି, ସେ ଗଲା ଦିନ ତୁଳନାରେ କମ୍ ଓଜନ ଥିବା ଅନୁଭବ କରୁଛନ୍ତି। ତା ସତ୍ତ୍ୱେ ସେ ଆନ୍ଦୋଳନ ପାଇଁ ପ୍ରତିବଦ୍ଧ ଅଛନ୍ତି। ସେ ସାମାନ୍ୟ ଥକ୍କା ଅନୁଭବ କରୁଛନ୍ତି। ଆନ୍ଦୋଳନକୁ ସୋସିଆଲ ମିଡିଆରେ ସମର୍ଥନ କରୁଥିବା ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ତେବେ ଅନେକ ଲୋକଙ୍କ ସମାଲୋଚନା ତାଙ୍କୁ ନିରାଶ କରିଛି। ଅନେକ ଲୋକ ତାଙ୍କୁ ଏକବିଂଶ ଶତାବ୍ଦୀର ଗାନ୍ଧୀ ବା ଆଧୁନିକ ଗାନ୍ଧୀ କହୁଛନ୍ତି। ଆଉ କିଛି ଲୋକ ହିରୋ ଭାବେ ଦର୍ଶାଉଛନ୍ତି। ହେଲେ ଏ ଦୁଇଟି ଶବ୍ଦ ଶୁଣି ସେ ଅସହଜ ଅନୁଭବ କରୁଛନ୍ତି। ସେଥିଲାଗି ଲୋକେ କୌଣସି ହିରୋ ଖୋଜିବା ବଦଳରେ ନିଜ ଦାୟିତ୍ୱ ନିର୍ବାହ କରନ୍ତୁ। କୃପାକରି ଆଉ କାହା ପାଖରେ ହିରୋକୁ ଖୋଜନ୍ତୁନି। ନିଜ ଜୀବନରେ ନିଜେ ହିରୋ ସାଜ। ଘରେ ଚୁପଚାପ ବସିବା ବଦଳରେ ବରଂ ଆନ୍ଦୋଳନରେ ସାମିଲ ହୁଅ। ଦୈନିକ ଆସିବା ଦରକାର ନାହିଁ। ଅତିକମରେ ଦିନେ ତ ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ସହ ବସିପାରିବେ। ଯଦି ଦିଲ୍ଲୀ ବି ଆସିପାରିବେନି। ତାହେଲେ ଯେଉଁଠି ବି ଥାଇ ଉପବାସ ରଖନ୍ତୁ ଓ ନିଜ ବାର୍ତ୍ତା ସେୟାର କରନ୍ତୁ। ଜୁଲାଇ ୨୦ରେ ସଂସଦ ଯାଏ ପ୍ରସ୍ତାବିତ ଶାନ୍ତି ମାର୍ଚ୍ଚରେ ସାମିଲ ହେବାକୁ ଅପିଲ କରିଛନ୍ତି ସୋନମ। ଆନ୍ଦୋଳନକାରୀଙ୍କ ଭଳି ଭୋକରେ ରହିବା ଦରକାର ନାହିଁ। ଖାଇକି ଆସନ୍ତୁ। ହେଲେ ନାଗରିକ ଭାବେ ନିଜ ଦାୟିତ୍ୱ ତୁଲାନ୍ତୁ। ଯେଉଁ ସିଜେପି ସମର୍ଥନରେ ଓ୍ୱାଙ୍ଗଚୁକ ଆମରଣ ଅନଶନରେ ବସିଛନ୍ତି। ସେହି ସିଜେପି ସଂସ୍ଥାପକ ଅଭିଜିତ ଦୀପକେ କିନ୍ତୁ ଅନଶନରେ ବସିନାହାନ୍ତି। ଆଉ ଏ ପ୍ରଶ୍ନର ଉତ୍ତରରେ ଅଭିଜିତଙ୍କ କହିବା କଥା, ଆମେ ନିଜ ଜୀବନକୁ କାହିଁକି ରିସ୍କରେ ପକାଇବୁ। ସୋନମଙ୍କ ଅନଶନର ଅନୁଭବ ରହିଛି। ସେ ନିଜକୁ ନିଜେ ସମ୍ଭାଳିନେବେ। ଆମ ସମସ୍ତଙ୍କୁ ଫିଟ୍ ରହିବା ଦରକାର। ତାହେଲେ ଯାଇ ଲଢ଼େଇ ସମୟରେ ଚାଲିପାରିବୁ। ଆଉ ଅନଶନରେ ବସିଥିବା ପିଲାଙ୍କ ଲାଗି ସେ ବେଶ୍ ଚିନ୍ତିତ ବୋଲି କହିଛନ୍ତି ଦୀପକେ। ଯଦି ସବୁ ଲୋକ ଅନଶନରେ ବସିଯିବେ, ତାହେଲେ ପ୍ରତିବାଦକୁ ମ୍ୟାନେଜ କରିବ କିଏ। ତେବେ ସିଜେପିର କିଛି ସମର୍ଥକଙ୍କୁ ବି ବେଶ୍ ଝାଡ଼ିଥିଲେ ସୋନମ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓରେ ତାଙ୍କ ବାର୍ତ୍ତା ଆସିଥିଲା ଯେ, ଆପଣମାନେ ପେଟ ଭର୍ତ୍ତି ଖାଉଛନ୍ତି। ଆନ୍ଦୋଳନର ମୂଳ ଅଭିଯାନକୁ ବିଭ୍ରାନ୍ତ କରାଯାଉଛି।
