Engagement Ceremony For Reels:ରିଲ୍ସ ନିଶାରେ ନିର୍ବନ୍ଧ- ଲୋକଙ୍କୁ ଭୂଆଁ ବୁଲାଇଲେ ରୀନା ରାଜପୁତ
ରାଧା ଦିଦି ଯଦିଓ ତାଙ୍କ ବାପାଙ୍କ ସହ ବିବାହ କରିବାକୁ କହୁଛନ୍ତି। ହେଲେ ଏବେ ସେ ମନ ପରିବର୍ତ୍ତନ କରିଦେଇଛନ୍ତି। କାରଣ ତାଙ୍କ ସ୍ୱାମୀ ତାଙ୍କ ପାଖକୁ ଫେରିଆସିଛନ୍ତି। ଏମିତିରେ ଦୁହିଁଙ୍କ ଭିତରେ ବି ଛାଡ଼ପତ୍ର ହୋଇନି। ସେଥିଲାଗି ତାଙ୍କ ସ୍ୱାମୀଙ୍କ ସହ ସେ ଦ୍ୱିତୀୟ ଥର ବିବାହ କରିବେ କହି ସ୍ୱାମୀ ବେକରେ ବରଣମାଳା ପକାଇଛନ୍ତି। ରାଧା ନିଜର ବ୍ଲଗ କରନ୍ତୁ। ତାଙ୍କ ବାବଦରେ କୌଣସି ରିଲ୍ସ ନିଜ ବ୍ଲଗରେ ପକାନ୍ତୁନି ବୋଲି ରୋକଠୋକ ଶୁଣାଇଦେଇଛନ୍ତି।

୭୫ ବର୍ଷର ରାମସୁଗାର ସହ ନିର୍ବନ୍ଧ କରିଥିବା ରିଲ୍ସ କରୁଥିବା ତଥା ୟୁଟ୍ୟୁବର ରୀନା ରାଜପୁତ ଏବେ ଓଲଟିଗଲେ। ଏବେ କହିଲେଣି, ତାଙ୍କ ସ୍ୱାମୀ ତାଙ୍କ ପାଖକୁ ଫେରିଆସିଲେ। ଆଉ ଘର ପରିବାର ଲୋକେ ବୁଢ଼ାକୁ ବାହାହେବାକୁ ତାଙ୍କୁ ମନା କରୁଛନ୍ତି। ଔରିୟାରେ କିଛି ଦିନ ତଳେ ୭୫ ବର୍ଷର ବୟସ୍କ ସହ ନିର୍ବନ୍ଧ କରି ଦଶହରା ପରେ କୌଣସି ଶୁଭ ମୂହୂର୍ତ୍ତ ଦେଖି ବିବାହ ବନ୍ଧନରେ ବାନ୍ଧିହେବୁ ବୋଲି କଥା ଦେଇଥିଲେ ୩୦ ବର୍ଷୀୟା ରୀନା। ଆଉ ଏବେ ରୀନାଙ୍କର ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି। ଏଥିରେ ସେ ସ୍ପଷ୍ଟ କଲେଣି, ତାଙ୍କ ସ୍ୱାମୀ ତାଙ୍କ ପାଖକୁ ଫେରିଆସିଛନ୍ତି। ନିର୍ବନ୍ଧର ଭିଡ଼ିଓ ଦେଖି ସେ ବିଚଳିତ ହୋଇପଡ଼ିଛନ୍ତି। ରାଧା ଦିଦି ଯଦିଓ ତାଙ୍କ ବାପାଙ୍କ ସହ ବିବାହ କରିବାକୁ କହୁଛନ୍ତି। ହେଲେ ଏବେ ସେ ମନ ପରିବର୍ତ୍ତନ କରିଦେଇଛନ୍ତି। କାରଣ ତାଙ୍କ ସ୍ୱାମୀ ତାଙ୍କ ପାଖକୁ ଫେରିଆସିଛନ୍ତି। ଏମିତିରେ ଦୁହିଁଙ୍କ ଭିତରେ ବି ଛାଡ଼ପତ୍ର ହୋଇନି। ସେଥିଲାଗି ତାଙ୍କ ସ୍ୱାମୀଙ୍କ ସହ ସେ ଦ୍ୱିତୀୟ ଥର ବିବାହ କରିବେ କହି ସ୍ୱାମୀ ବେକରେ ବରଣମାଳା ପକାଇଛନ୍ତି। ରାଧା ନିଜର ବ୍ଲଗ କରନ୍ତୁ। ତାଙ୍କ ବାବଦରେ କୌଣସି ରିଲ୍ସ ନିଜ ବ୍ଲଗରେ ପକାନ୍ତୁନି ବୋଲି ରୋକଠୋକ ଶୁଣାଇଦେଇଛନ୍ତି। ସେ ଏବେ ନିଜ ପରିବାର ସହ ଖୁସିରେ ଅଛନ୍ତି। କାହା ସହ କୌଣସି ଲେନଦେନ ନାହିଁ। ନା ରାଧା ନା ତା ବାପାଙ୍କଠୁ। ୩ ଦିନ ତଳେ ରାମସୁଗାର ବି କହିଥିଲେ ଯେ, ରୀନା ଏକୁଟିଆ ଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ବିବାହ କରି ଛାଡ଼ିଦେଇଥିଲେ। ସେବେଠୁ ସେ ଏକାକୀ ରହୁଥିଲେ। ସେ ବି ଚାହୁଁଥିଲେ, ତାଙ୍କୁ କିଛି ସାହାଯ୍ୟ ଓ ସହଯୋଗ କରିବାକୁ। ଏହା ସତସତିକା ନିର୍ବନ୍ଧ ନଥିଲା। ବରଂ ରିଲ୍ସ ଥିଲା। ରୀନା ହିଁ ନିର୍ବନ୍ଧର ସ୍କ୍ରିପ୍ଟ ଲେଖିଥିଲା। ଏହା ପରେ ଔରିୟାରେ ଗୋଟିଏ ବ୍ୟୁଟିପାର୍ଲରରେ ରାମସୁଗାର ଓ ରାନୀ ରାଜପୁତଙ୍କ ନିର୍ବନ୍ଧର ଭିଡ଼ିଓ ତିଆରି ହୋଇଥିଲା। ଇନଷ୍ଟାଗ୍ରାମରେ ସେ ନିଜର ଫଲୋଅର୍ସ ସଂଖ୍ୟା ବଢ଼ାଇବାକୁ ଚାହୁଁଥିଲେ। ଖ୍ୟାତି ସାଉଁଟିବାକୁ ହେଲେ ସବୁ କରିବାକୁ ପଡ଼େ। ତାଙ୍କ ଝିଅ ରାଧା ତାଙ୍କୁ ନାଟକ କରିବାକୁ କହିଥିଲେ। ଆଉ ରୀନା ତାଙ୍କ ଝିଅକୁ ଏ ସବୁ କରିବାକୁ କହିଥିଲା। ଅକ୍ଟୋବର ୧୪ରେ ରୀନା ଓ ରାମସୁଧରଙ୍କ ନିର୍ବନ୍ଧର ଭିଡ଼ିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ଭିଡ଼ିଓରେ ଦୁହେଁ ହଳଦିର ପରମ୍ପରା ସମ୍ପନ୍ନ କରୁଥିବା ଦେଖାଯାଇଥିଲା। ରାମସୁଗାରଙ୍କ ଝିଅ ରାଧା ବି କହିଥିଲେ, ଦୁହେଁ ଖୁବ ଶୀଘ୍ର ବିବାହ କରିବେ। ଦୁହିଁଙ୍କ ଭିତରେ ପ୍ରାୟ ୪୫ ବର୍ଷର ଅନ୍ତର ଥିଲେ ସୁଦ୍ଧା ଉଭୟଙ୍କ ଭିତରେ ପ୍ରେମ, ସ୍ନେହ ନିବିଡ଼ ବୋଲି କହିଥିଲେ। ୧୦ ବର୍ଷ ତଳେ ରୀନାଙ୍କ ବିବାହ ହୋଇଥିଲା। ବିବାହର ୩ ବର୍ଷ ପରେ ସ୍ୱାମୀ ଛାଡ଼ିକି ଚାଲିଗଲେ। ଧୀରେ ଧୀରେ ରୀନା ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଭିଡ଼ିଓ କରିବାକୁ ଲାଗିଲେ। ରୀନା ପରିବାରରେ ତା ମାଆ ଓ ତା ଭାଇ ସାଗର ଅଛନ୍ତି। ରାମସୁଗାର ସହ ଭାଇ ସାଗର ରୀନାର ନିର୍ବନ୍ଧ କରାଇଥିଲେ। ବଡ଼ କଥା ହେଲା, ନିର୍ବନ୍ଧର ଭିଡ଼ିଓ ପୋଷ୍ଟ ସତ୍ତ୍ୱେ ରୀନାଙ୍କ ଇନଷ୍ଟାଗ୍ରାମ ଆଇଡିରେ ମାତ୍ର ୪ହଜାର ଫଲୋଅର୍ସ ବଢ଼ିଥିଲେ। ଏବେ ତାଙ୍କର ଫଲୋଅର୍ସ ୧୨ହଜାର ହୋଇଗଲାଣି।
