Rajnagar’s Unique Tradition: ରାଜନଗରର ନିଆରା ପରମ୍ପରା
ରାଜନଗରରେ ୨୦୦ ବର୍ଷରୁ ଅଧିକ ପୁରୁଣା ପରମ୍ପରା! ହଂସୁଆ ନଦୀରେ ୭ ଘେରା ଚାପ ଖେଳି ନିଆରା ଢଙ୍ଗରେ ମେଲାଣି ନେବେ ମା’ ଦୁର୍ଗା। ଏହି ବିରଳ ଜଳପଥ ଭସାଣି ଦେଖିବାକୁ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ଉଦ୍ଦିପନାର ସହ ଶେଷ ହୋଇଛି । ଆଜି ହଂସୁଆ ନଦୀରେ ମେଲାଣି ନେବେ ମା। ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମା ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇ। ଘଂଟଘଂଟା ଓ ପାରମ୍ପାରିକ ବାଦ୍ୟ ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମା’ଙ୍କୁ ମେଲାଣି ଦିଆଯିବ। ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିବା ପରେ । ମା ଙ୍କୁ ଦିଆଯିବ ମେଲାଣି। ମା’ ଦୁର୍ଗାଙ୍କ ସହିତ ବନଦୁର୍ଗା, ମା’ଶାରଳା, ମା’ଗଙ୍ଗାମାତାଙ୍କ ମୃଣ୍ମୟ ମୂର୍ତିକୁ ସୁସଜ୍ଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯିବ। ସାରା ଓଡିଶାରେ ବିରଳ ଏହି ଜଳପଥରେ ଭଷାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମେ। ନଈ ମଧ୍ୟରେ ଭଜନ କୀର୍ତ୍ତନ ପାରମ୍ପାରିକ ବାଦ୍ୟ ସହିତ ମା’ ଓ ଦେବାଦେବୀଙ୍କୁ ମେଲାଣି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଦୀର୍ଘ ୧ କିମି ବ୍ୟାପି ନଈ ମଧ୍ୟରେ ୭ଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଯିବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ ଦୀର୍ଘ 200 ବର୍ଷରୁ ଅଧିକ ହେବ ରାଜ ରାଜୁଡା ଅମଳ ରୁ ଏହି ପରମ୍ପରା ଅନୁଷ୍ଠିତ ହୋଇ ଆସୁଛି ।
