Sanjay Kapoor Property:ସଞ୍ଜୟଙ୍କ ୩୦ହଜାର କୋଟି ସମ୍ପତ୍ତି ବିବାଦରେ ମଧ୍ୟସ୍ଥତା ବନ୍ଦ
ସେଟଲମେଣ୍ଟ ପାଇଁ ମାଆ ରୀନା କପୁରଙ୍କ ୬ହଜାର କୋଟି ଟଙ୍କା ଡିମାଣ୍ଡ ଦେଖି ମାମଲାରେ ମଧ୍ୟସ୍ଥତାକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବତନ ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୧୫ଥର ବୈଠକ ବସିଥିଲେ ସୁଦ୍ଧା ଦୁଇ ପକ୍ଷ ଭିତରେ ବୁଝାମଣା ହୋଇପାରିଲାନି। ନା ମାନିଲେ ରାନୀ ନା ମାନିଲେ ପ୍ରିୟା।

୧୫ ଥର ବୈଠକ ବସିଲା। ତଥାପି ତୁଟିଲାନି ବିବାଦ। ସ୍ୱର୍ଗତ ସଞ୍ଜୟ କପୁରଙ୍କ ୩୦ହଜାର କୋଟି ଟଙ୍କାର ସମ୍ପତ୍ତି ବିବାଦରେ ମାଆ ଓ ପତ୍ନୀଙ୍କ ଭିତରେ ସହମତି ହୋଇପାରିଲାନି। ଏବେ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଅଭିନେତ୍ରୀ କରିସ୍ମା କପୁରଙ୍କ ଦିବଂଗତ ସ୍ୱାମୀ ସଞ୍ଜୟ କପୁରଙ୍କ ପାରିବାରିକ ଟ୍ରଷ୍ଟ ସମ୍ପତ୍ତି ବିବାଦରେ ଆସିଛି ନୂଆ ମୋଡ଼। ତାଙ୍କ ମାଆ ରାନୀ କପୁର ୬ହଜାର କୋଟି ଟଙ୍କା ଦାବି କଲେଣି। ଜୁନ୍ ୧୨,୨୦୨୫ରେ ସଞ୍ଜୟଙ୍କ ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସଞ୍ଜୟଙ୍କ ସମ୍ପତ୍ତି ବିବାଦରେ କରିସ୍ମା କପୁରଙ୍କ ପିଲା ଓ ପ୍ରିୟା ସଚ୍ଚଦେବାଙ୍କ ଭିତରେ ଲମ୍ୱା ସମୟ ଧରି ବିବାଦ ଚାଲିଛି। ଆଉ ଏ ବିବାଦରେ ସେଟଲମେଣ୍ଟ ଲାଗି ତାଙ୍କ ମାଆ ରାନୀ କପୁର ୬ହଜାର କୋଟି ଟଙ୍କା ଡିମାଣ୍ଡ କଲେଣି। ଚଳିତବର୍ଷ ଏପ୍ରିଲରେ ପ୍ରିୟାଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଥିଲେ ଯେ, ଯେପର୍ଯ୍ୟନ୍ତ ଏ ମାମଲା ସମ୍ପୂର୍ଣ୍ଣ ତୁଟିନି। ସେପର୍ଯ୍ୟନ୍ତ ସମ୍ପତ୍ତିକୁ ସୁରକ୍ଷିତ ରଖିବା ଦାୟିତ୍ୱ ତାଙ୍କର। ପରେ ଏ ମାମଲାକୁ ମଧ୍ୟସ୍ଥତା ଲାଗି ପଠାଇଦେଇଥିଲେ କୋର୍ଟ। ଆଉ ସେଟଲମେଣ୍ଟ ପାଇଁ ମାଆ ରୀନା କପୁରଙ୍କ ୬ହଜାର କୋଟି ଟଙ୍କା ଡିମାଣ୍ଡ ଦେଖି ମାମଲାରେ ମଧ୍ୟସ୍ଥତାକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବତନ ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୧୫ଥର ବୈଠକ ବସିଥିଲେ ସୁଦ୍ଧା ଦୁଇ ପକ୍ଷ ଭିତରେ ବୁଝାମଣା ହୋଇପାରିଲାନି। ନା ମାନିଲେ ରାନୀ ନା ମାନିଲେ ପ୍ରିୟା। ଆଉ ଏହାକୁ ଦେଖି କୋର୍ଟ ସଙ୍କେତ ଦେଇଛନ୍ତି ଯେ, ମାମଲାରେ ନିଜ ଆଦେଶ ଶୁଣାଇବେ। ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା କହିଛନ୍ତି, ଏଯାଏଁ ସ୍ପଷ୍ଟ ହୋଇପାରିଲାନି। କିଏ କାହା ବିରୁଦ୍ଧରେ ଲଢ଼ୁଛି। ରାନୀ କପୁରଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ, ସେ କେବଳ ପାରିବାରିକ ଟ୍ରଷ୍ଟରୁ ନିଜ ଭାଗ ମାଗୁଛନ୍ତି। ରାନୀ କପୁର ଏହି ଡିମାଣ୍ଡ ଏଥିଲାଗି କରିଛନ୍ତି ଯେ, ତାଙ୍କ ଅଜାଣତରେ ପୁଅ ସଞ୍ଜୟ କପୁର ଓ ତାଙ୍କ ବୋହୂ ସମ୍ପତ୍ତିକୁ ଆରକେ ଫ୍ୟାମିଲି ଟ୍ରଷ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ସେଥିଲାଗି ସେ ଟଙ୍କାକୁ ଏବେ ମାଆ ଫେରାଇନେବାକୁ ଚାହୁଁଛନ୍ତି। ସେ ବୋହୂ ପ୍ରିୟା କପୁରଙ୍କ ସହ ବୁଝାମଣା ଲାଗି ରାଜି। ଏ ନେଇ ପ୍ରସ୍ତାବ ଦେଇଥିଲେ ବି ପ୍ରିୟାଙ୍କ ପକ୍ଷରୁ ୬ ମାସ ଯାଏ କୌଣସି ଜବାବ ଆସିଲାନି। ପ୍ରିୟା କପୁରଙ୍କ ଓକିଲଙ୍କ କହିବା କଥା, ରାନୀ କପୁର ନିଜ ବୋହୂଙ୍କ ସହ ମିଳିତ ବୈଠକରେ ସାମିଲ ହେବାକୁ ରାଜି ନଥିଲେ। ସେଥିଲାଗି ଦୁଇ ପକ୍ଷଙ୍କ ଭିତରେ ମତଭେଦ ଦୂର ହୋଇପାରୁନି। କରିସ୍ମା କପୁରଙ୍କ ପିଲାଏ ଟ୍ରଷ୍ଟରୁ ୨୪ରୁ ୨୬ ପ୍ରତିଶତ ଭାଗ ମାଗୁଥିଲା ବେଳେ ପ୍ରିୟା କପୁରଙ୍କ ପକ୍ଷରୁ ୬୦ ପ୍ରତିଶତ ଭାଗ ଦାବି କରାଯାଉଛି। ଦିଲ୍ଲୀ ହାଇକୋର୍ଟରେ ଆରକେ ଫ୍ୟାମିଲି ଟ୍ରଷ୍ଟର ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି ପ୍ରିୟା କପୁର। ତାଙ୍କର ଅଭିଯୋଗ ଯେ, ତାଙ୍କ ଅଜାଣତରେ ଓ ତାଙ୍କ ସହମତି ବିନା ତାଙ୍କ ସମ୍ପତ୍ତିକୁ ଟ୍ରଷ୍ଟରେ ସାମିଲ କରିଦିଆଯାଇଛି। ୨୦୦୩ରେ କରିସ୍ମାଙ୍କୁ ବିବାହ କରିଥିଲେ ସଞ୍ଜୟ। ୨୦୧୬ରେ ଛାଡ଼ପତ୍ର ପରେ ପ୍ରିୟାଙ୍କୁ ୨୦୧୭ରେ ବିବାହ କରିଥିଲେ ସଞ୍ଜୟ।
