Slow Poisoning For Property:୬ କୋଟି ଟଙ୍କା ପାଇଁ ସ୍ୱାମୀ ଓ ପୁଅକୁ ସ୍ଲୋ-ପଏଜନ୍!
ଲିଡ୍ ପଏଜନ ବାହାରିବାରୁ ଏହା ପରେ କିଛିଟା ସନ୍ଦେହ ହୋଇଥିଲା ସୁଶୀଲ ମନରେ। ସେ ଅଲଗା ରହିବାକୁ ଲାଗିଲେ। ଆଉ ଅଲଗା ରହିବାରୁ ଲିଡ୍ ଲେବୁଲ କମି ସ୍ୱାଭାବିକ ହେବାକୁ ଲାଗିଲା। ପିଲାମାନେ ବି କହିଲେ, ଖାଦ୍ୟରେ କିଛି ମିଶେଇକି ଦେଉଛନ୍ତି ମାଆ। ପୁଅକୁ ଏଥିଲାଗି ଟାର୍ଗେଟ କରିଥିଲେ ରେଣୁ, କାରଣ ପୁଅ ସବୁବେଳେ ବାପା ସପକ୍ଷରେ ବାହାରୁଥିଲା।

ସ୍ଲୋ ପଏଜନ ଦେଇ ପରିବାରକୁ ଖତମ କରିବାକୁ ବସିଥିଲେ ମହିଳା। ସମ୍ପତ୍ତି ଓ ପ୍ରେମିକ ପାଇଁ ସ୍ୱାମୀ, ପୁଅ ଓ ଭଣଜାକୁ ସ୍ଲୋ ପଏଜନ ଦେଇ ମାରିବାକୁ ବସିଥିଲେ ରେଣୁ ଭଟ୍ଟନାଗର। ବବଲୁ ନାମକ ଯୁବକ ସହ ରେଣୁଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେଥିଲାଗି ସ୍ୱାମୀ, ପୁଅକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ବର୍ଷେ ଧରି କରିଚାଲିଥିଲେ ଏମିତି ଜଘନ୍ୟ ଷଡ଼ଯନ୍ତ୍ର। ତାଙ୍କ ସ୍ୱାମୀଙ୍କ ଟ୍ରାଭେଲ ଏଜେନ୍ସି ଥିଲା। ଯାହାର ଭାଲ୍ୟୁ ପ୍ରାୟ ୫ରୁ ୬କୋଟି ଟଙ୍କା। ସ୍ୱାମୀଙ୍କ ନାଁରେ ୨ କୋଟି ଟଙ୍କାର ଲାଇଫ ଇନସୁରାନ୍ସ ବି ଅଛି। ଯେଉଁଥିରେ ନୋମିନି ଅଛନ୍ତି ରେଣୁ। ଆଉ ଏ ସବୁକୁ ହଡ଼ପ କରିବାକୁ ନିଜ ଭାଇ, ମାଆ, ପ୍ରେମିକ ସହ ମିଶି ପ୍ଲାନ୍ କରିଥିଲେ ରେଣୁ। ସେଥିଲାଗି ଦୈନିକ ଖାଇବାରେ ସିସାର ପାଉଡର ଅର୍ଥାତ ସ୍ଲୋ ପଏଜନ ଦେଉଥିଲେ ରେଣୁ। ଗଲା ବର୍ଷ ଅଗଷ୍ଟ ୨୧ରେ ସ୍ୱାମୀ ସୁଶୀଲଙ୍କ ରକ୍ତପରୀକ୍ଷାରେ ବିଷର ମାତ୍ରା ସ୍ୱାଭାବିକରୁ ଅଧିକ ଥିବା ଜଣାପଡ଼ିଥିଲା। ଏହାକୁ ନେଇ ମାକ୍ସ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ସୁଶୀଲ। ପ୍ରାୟ ୨ ମାସ ଚିକିତ୍ସାଧୀନ ଥିଲେ। ହସ୍ପିଟାଲରୁ ଡିସଚାର୍ଜ ପରେ ପୁଣି ଥରେ ଅବସ୍ଥା ବିଗିଡିଥିଲା। ଆଉ ହସ୍ପିଟାଲରେ ଆଡମିଶନ ହେବାକୁ ପଡ଼ିଥିଲା। ଏହାର କିଛି ମାସ ପରେ ୧୬ ବର୍ଷର ପୁଅ ଓ ୨୧ ବର୍ଷର ଭଣଜା ବି ସମାନ ରୋଗରେ ପଡ଼ିଲେ। ତିନି ଜଣଙ୍କୁ ସୁସ୍ଥ ହେବାକୁ ବେଶ୍ ସମୟ ଲାଗିଥିଲା। ଲିଡ୍ ପଏଜନ ବାହାରିବାରୁ ଏହା ପରେ କିଛିଟା ସନ୍ଦେହ ହୋଇଥିଲା ସୁଶୀଲ ମନରେ। ସେ ଅଲଗା ରହିବାକୁ ଲାଗିଲେ। ଆଉ ଅଲଗା ରହିବାରୁ ଲିଡ୍ ଲେବୁଲ କମି ସ୍ୱାଭାବିକ ହେବାକୁ ଲାଗିଲା। ପିଲାମାନେ ବି କହିଲେ, ଖାଦ୍ୟରେ କିଛି ମିଶେଇକି ଦେଉଛନ୍ତି ମାଆ। ପୁଅକୁ ଏଥିଲାଗି ଟାର୍ଗେଟ କରିଥିଲେ ରେଣୁ, କାରଣ ପୁଅ ସବୁବେଳେ ବାପା ସପକ୍ଷରେ ବାହାରୁଥିଲା। ସେପ୍ଟେମ୍ୱର ୨୪, ୨୦୨୬ରେ ଏ ନେଇ ଇନ୍ଦିରାପୁରମ ଥାନାରେ ଏତଲା ରୁଜୁ ହୋଇଥିଲା। ପତ୍ନୀ ରେଣୁ, ଶାଶୁ ଲତା ସକ୍ସେନା, ଶାଳକ ରବି ସକ୍ସେନା, ସଢ଼ୁ ସୁଶୀଲ ଗିରିଧର ଓ ବବଲୁ ବିରୁଦ୍ଧରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ନେଇ ଏତଲା ଦେଇଥିଲେ ସୁଶୀଲ। ଏତଲାରେ ସୁଶୀଲ ଭଟ୍ଟନାଗର ଦର୍ଶାଇଥିଲେ, ତାଙ୍କ ପତ୍ନୀ ରେଣୁ ସହ ବବଲୁ ନାମକ ଯୁବକର ଅନୈତିକ ସମ୍ପର୍କ ରହିଛି। ପତ୍ନୀଙ୍କ ମୋବାଇଲ ମେସେଜରୁ ଉଭୟଙ୍କ ଭିତରେ ଅବୈଧ ସମ୍ପର୍କ ଥିବାର ପ୍ରମାଣ ପାଇବାରୁ ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା। ରେଣୁ ବବଲୁ ସହ ରହିବାକୁ ଚାହୁଁଥିବାରୁ ତାଙ୍କୁ ମାରିଦେବାକୁ ଚକ୍ରାନ୍ତ କରୁଥିଲେ। ନଭେମ୍ୱର ୨୩ ତାରିଖରେ ରେଣୁଙ୍କୁ ପୁଲିସ ଗିରଫ କରିଛି। ଜେରାରେ ରେଣୁ ସବୁ ସତ ଓଗାଳିଛନ୍ତି। ସମ୍ପତ୍ତି ଓ ବୀମା ଟଙ୍କା ହଡପ କରିବାକୁ ଏଭଳି କାଣ୍ଡ କରୁଥିଲେ ବୋଲି ରେଣୁ ସ୍ୱୀକାର କରିଛନ୍ତି। ପରିବାର ଭିତରେ ଥିବା ବିଶ୍ୱାସର ବନ୍ଧନକୁ ଏ ଘଟଣା ଦୋହଲାଇଦେଇଛି। ଘାଜିଆବାଦର ଏ ଘଟଣା ଯିଏ ଶୁଣୁଛି,ତାଜୁବ ହୋଇଯାଉଛି। ରେଣୁଙ୍କ ବାପାଙ୍କ ଗହଣା ଦୋକାନରୁ ଲେଡ୍ ଆସୁଥିଲା। ଧାତୁ ତରଳାଇବା କାମରେ ଲିଡ୍ ବ୍ୟବହାର ହୁଏ। ଅଭିଯୁକ୍ତ ରେଣୁ ଏହି ଦୋକାନରୁ ସିସା ନେଉଥିଲେ। ସେପ୍ଟେମ୍ୱରରେ ସ୍ୱାମୀ ଘର ଛାଡ଼ିବା ପୂର୍ବରୁ ରେଣୁ ବିଷର ଅନେକ ଶିଶି ଫୁଲକୁଣ୍ଡରେ ଫୋପାଡ଼ି ଦେଇଥିଲେ। ୨୪ ତାରିଖରେ ଦିଲ୍ଲୀର ବିବେକବିହାର ସ୍ଥିତ ଝିଲମିଲ କଲୋନୀରୁ ରେଣୁଙ୍କୁ ଗିରଫ କରିଛି ପୁଲିସ। ରେଣୁ ନିଜ ଭଉଣୀ ଘରେ ଥିଲେ।
