ବିଶ୍ୱକପର Sexiest Fanଙ୍କ ଗର୍ବ ଭାଙ୍ଗିଦେଲେ ରୋନାଲଡୋ
ଘାନା ବିରୁଦ୍ଧରେ କ୍ରୋଏସିଆର ଜିତ୍ ପରେ ସେ ଇନଷ୍ଟାରେ ଲେଖିଥିଲେ କ୍ରିଷ୍ଟିଆନୋ got ready for us । ସେ ଭବିଷ୍ୟବାଣୀ କରିଥିଲେ ଯେ, ତାଙ୍କ ଲକି କ୍ରାଓ୍ୱାଟା ବି ଟରଣ୍ଟୋ ଆସୁଛି। କ୍ରିଷ୍ଟିଆନୋ ଆମ ପାଇଁ ପ୍ରସ୍ତୁତ ରୁହ ବୋଲି ଚ୍ୟାଲେଞ୍ଜ କରିଥିଲେ। ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।ଲାଗୁଥିଲା ଯେମିତି, ତାଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି। କିନ୍ତୁ କିଛି ସମୟ ପରେ କାହାଣୀ ବଦଳିଗଲା।

ଗର୍ବ ଭାଙ୍ଗିଦେଲେ କ୍ରିଷ୍ଟିଆନୋ ରୋନାଲଡୋ। ସବୁଠୁ ଗ୍ଲାମରସ ସୁପରଫ୍ୟାନ ତଥା Sexiest Fan ଇଭାନା ନାଲଙ୍କ ସ୍ୱପ୍ନକୁ ଚୁରମାର କରିଦେଲେ ରୋନାଲଡୋ। ଫିଫା ବିଶ୍ୱକପ ୨୦୨୬ ରାଉଣ୍ଡ ଅଫ-୩୨ରେ ପର୍ତ୍ତୁଗାଲଠୁ ୨-୧ରେ ହାରି କ୍ରୋଏସିଆର ଅଭିଯାନ ସରିଗଲା। ପର୍ତ୍ତୁଗାଲ ପ୍ରି-କ୍ୱାର୍ଟର ଫାଇନାଲରେ ନିଜ ଜାଗା ପକ୍କା କରିଛି। ଏହି ମ୍ୟାଚ୍ ପୂର୍ବରୁ ରୋନାଲଡୋଙ୍କୁ ଚ୍ୟାଲେଞ୍ଜ୍ ଦେଇଥିବା ବିଶ୍ୱକପର Sexiest Fan ଇଭାନାଙ୍କୁ ଲାଗିଛି ବଡ଼ ଝଟକା। ମ୍ୟାଚ୍ ସରିବାର କିଛି ସମୟ ପରେ ଇଭାନା ଇନଷ୍ଟାଗ୍ରାମ ଷ୍ଟୋରିରେ ଷ୍ଟାଡିୟମର ଏକ ଭିଡ଼ିଓ ସେୟାର କରିଥିଲେ ଇଭାନା। ଆଉ ସେଥିରେ ମାତ୍ର ୪ଟି ଶବ୍ଦ- this was so sad ଲେଖିଥିଲେ। ଏହି ୪ଟି ଶବ୍ଦରେ କ୍ରୋଏସିଆର ଫୁଟବଲ ପ୍ରେମୀଙ୍କ ଦୁଃଖ ଝଲସୁଥିଲା। ମ୍ୟାଚ ପୂର୍ବରୁ ଇଭାନା ପୁରା ଆତ୍ମବିଶ୍ୱାସର ସହ ଥିଲେ। ଘାନା ବିରୁଦ୍ଧରେ କ୍ରୋଏସିଆର ଜିତ୍ ପରେ ସେ ଇନଷ୍ଟାରେ ଲେଖିଥିଲେ କ୍ରିଷ୍ଟିଆନୋ got ready for us । ସେ ଭବିଷ୍ୟବାଣୀ କରିଥିଲେ ଯେ, ତାଙ୍କ ଲକି କ୍ରାଓ୍ୱାଟା ବି ଟରଣ୍ଟୋ ଆସୁଛି। କ୍ରିଷ୍ଟିଆନୋ ଆମ ପାଇଁ ପ୍ରସ୍ତୁତ ରୁହ ବୋଲି ଚ୍ୟାଲେଞ୍ଜ କରିଥିଲେ। ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। lucky kravata କୌଣସି ବ୍ୟକ୍ତିର ନାଁ ନୁହେଁ। ବରଂ କ୍ରୋଏସିଆ ଭାଷାରେ ଏହାକୁ ନେକଟାଇ କୁହାଯାଏ। ଯାହାକୁ କ୍ରୋଏସିଆର ସାଂସ୍କୃତିକ ପରିଚୟ କୁହାଯାଏ। ଇଭାନା ପ୍ରାୟ କ୍ରୋଏସିଆ ରଙ୍ଗର ଟାଇ ବା ତା ସହ ଜଡ଼ିତ ପ୍ରତୀକକୁ ନିଜର ଲକି ଚାର୍ମ କୁହନ୍ତି। ଏହାର ଅର୍ଥ, ତାଙ୍କର ଶୁଭପ୍ରତୀକ ଟରୋଣ୍ଟୋରେ ପହଞ୍ଚୁଛି। ଆଉ ତାକୁ ମୁକାବିଲା ଲାଗି ରୋନାଲଡୋ ପ୍ରସ୍ତୁତ ରୁହନ୍ତୁ ବୋଲି ଦେଇଥିଲେ ଚ୍ୟାଲେଞ୍ଜ। ମୁକାବିଲାରେ ଆଗ କ୍ରୋଏସିଆ ଗୋଲ କରିବା ପରେ ଇଭାନାଙ୍କ ଆତ୍ମବିଶ୍ୱାସ ଅଧିକ ବଢ଼ିଯାଇଥିଲା। ଲାଗୁଥିଲା ଯେମିତି, ତାଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି। କିନ୍ତୁ କିଛି ସମୟ ପରେ କାହାଣୀ ବଦଳିଗଲା। ରୋନାଲଡୋ ପୁରା ମ୍ୟାଚର ମୋଡ଼କୁ ବଦଳାଇଦେଲେ। ମ୍ୟାଚରେ ହାରିବା ପରେ ଭାବୁକ ହୋଇଯାଇଥିଲେ ଇଭାନା। ୨୦୨୨ କତାର ପିଫା ବିଶ୍ୱକପରେ ବେଶ୍ ପରିଚୟ ସାଉଁଟିଥିଲେ। କ୍ରୋଏସିଆର ପାରମ୍ପରିକ ନାଲି ଧଳା ଡ୍ରେସ ପିନ୍ଧି ତାଙ୍କ ଉପସ୍ଥିତି ସୋସିଆଲ ମିଡିଆରେ ସେନସେସନ କରିଦେଲା। ତାଙ୍କ ଫଟୋ ଓ ଭିଡ଼ିଓ ଦୁନିଆରେ ଭାଇରାଲ ହୋଇଗଲା। ଆଉ ଅନେକ ଅନ୍ତରାଷ୍ଟ୍ରୀୟ ମିଡିଆ ତାଙ୍କୁ worldcups sexiest fan କହିବାକୁ ଲାଗିଲେ। ଇଭାନାଙ୍କ ଇନଷ୍ଟାରେ ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ମଡେଲିଂ ସହ ଡିଜେ ଭାବେ କାମ କରନ୍ତି। ହେଲେ ସବୁଠୁ ବଡ଼ ପରିଚୟ ହେଲା- କ୍ରୋଏସିଆ ଫୁଟବଲ ଟିମର ବଡ଼ ଗ୍ଲାମରସ ସମର୍ଥକ ଅଟନ୍ତି।
