ଅର୍ଜୁନ ପୁରସ୍କାର ପାଇଁ ୧୭ କ୍ରୀଡ଼ାବିତଙ୍କ ନାମ ଘୋଷଣା
ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ରେ ୧୭ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଲିକାରେ ତେଜସ୍ୱିନ ଶଙ୍କର, ଟ୍ରିସା ଜଲି, ଗାୟତ୍ରୀ ଗୋପୀଚାନ୍ଦ ଓ ନରେନ୍ଦ୍ର ବେରୱାଲଙ୍କ ଭଳି ଖେଳାଳି ଅଛନ୍ତି। ଏଥିସହ ୫ ଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି।
N
By Namita PattanaikPublished: Aug 18, 2026, 09:15 PM •1 min read •6 Views

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଅର୍ଜୁନ ପୁରସ୍କାର ପାଇଁ ୧୭ ଜଣ କ୍ରୀଡ଼ାବିତଙ୍କୁ ମନୋନୀତ କରାଯାଇଛି। ତାଲିକାରେ ଡେକାଥଲିଟ୍ ତେଜସ୍ୱିନ ଶଙ୍କର, ବ୍ୟାଡମିଣ୍ଟନ ଖେଳାଳି ଟ୍ରିସା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ସମେତ ବିଭିନ୍ନ କ୍ରୀଡ଼ାର ପ୍ରତିଭାବାନ ଖେଳାଳି ରହିଛନ୍ତି। ବକ୍ସର ନରେନ୍ଦ୍ର ବେରୱାଲଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ତାଲିକାରେ ସ୍ଥାନ ପାଇଛି। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ପୁରୁଷ ୯୦ କିଲୋଗ୍ରାମରୁ ଅଧିକ ବର୍ଗରେ ସେ ରୌପ୍ୟ ପଦକ ଜିତିଥିଲେ। ସେହିପରି ତେଜସ୍ୱିନ ଶଙ୍କର ୭,୯୭୬ ପଏଣ୍ଟ ସହ ଡେକାଥଲନରେ କାଂସ୍ୟ ପଦକ ଜିତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି। ଏହାସହ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ୫ ଜଣ ପ୍ରଶିକ୍ଷକଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
