ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ରେ ୧୭ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଲିକାରେ ତେଜସ୍ୱିନ ଶଙ୍କର, ଟ୍ରିସା ଜଲି, ଗାୟତ୍ରୀ ଗୋପୀଚାନ୍ଦ ଓ ନରେନ୍ଦ୍ର ବେରୱାଲଙ୍କ ଭଳି ଖେଳାଳି ଅଛନ୍ତି। ଏଥିସହ ୫ ଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି।