ନରେନ୍ଦ୍ର ନାଁରେ ଘୃଣା- କାହିଁଁକି ଶୁଣି ହସିଲେ ମୋଦି
ଯେବେ ପାକିସ୍ତାନୀ ବକ୍ସରଙ୍କୁ ସେ ହରାଇଥିଲେ, ତ ସଂପୃକ୍ତ ବକ୍ସର କହିଥିଲେ ଯେ, ଆପଣଙ୍କ ନାଁ ନରେନ୍ଦ୍ର। ଆପଣଙ୍କ କୋଚ୍ ନାଁ ବି ନରେନ୍ଦ୍ର। ଆଉ ପ୍ରଧାନମନ୍ତ୍ରୀଙ୍କ ନାଁ ବି ନରେନ୍ଦ୍ର। ମୋତେ ଏ ନରେନ୍ଦ୍ର ନାଁରେ ଘୃଣା ହୋଇଗଲାଣି।

ନରେନ୍ଦ୍ର ନାଁରେ ଘୃଣା ହୋଇଗଲାଣି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ କାହିଁକି ଏମିତି କହିଲେ ଜଣେ ବକ୍ସର। ପିଏମଙ୍କ ସାମ୍ନାରେ ବକ୍ସର ନରେନ୍ଦ୍ର ବେରଓ୍ୱାଲ ଏଭଳି କହିବା ପରେ ଏହା ଜୋରଦାର ଭାଇରାଲ ହୋଇଛି। ପାକିସ୍ତାନୀ ଆଥଲେଟଙ୍କ ସହ ଜଡ଼ିତ ଏକ କଥା ଶୁଣାଇବା ବେଳେ ପ୍ରଧାନମନ୍ତ୍ରୀ ବି ନିଜ ହସ ଅଟକାଇପାରିଲେନି। ପ୍ରଧାନମନ୍ତ୍ରୀ ରବିବାର ନିଜ ଘରେ କମନଓ୍ୱେଲଥ ଗେମ୍ସ ୨୦୨୬ରେ ପଦକ ବିଜେତା ଭାରତୀୟ ଆଥଲେଟଙ୍କୁ ଭେଟିଥିଲେ। ସମସ୍ତ ଆଥଲେଟ ପ୍ରଧାନମନ୍ତ୍ରୀଙ୍କ ସହ ନିଜ ନିଜ ଅନୁଭବ ସେୟାର କରିଥିଲେ। ଏତିକିବେଳେ ହେଭିଓ୍ୱେଟ ବକ୍ସର ନରେନ୍ଦ୍ର ବେରଓ୍ୱାଲ ପିଏମଙ୍କ ସହ ଭାବବିନିମୟ ବେଳେ ଏଭଳି କହିଥିଲେ। ୧୧ ବର୍ଷ ପୂର୍ବେ ଜଣେ ପାକିସ୍ତାନୀ ଆଥଲେଟ୍ ତାଙ୍କୁ କହିଥିଲେ ଯେ, ନରେନ୍ଦ୍ର ନାଁରେ ତାଙ୍କୁ ଘୃଣା ହୋଇଗଲାଣି। ୨୦୧୫ରେ ଓ୍ୱାର୍ଲଡ ମିଲିଟ୍ରି ଗେମ୍ସ ବେଳେ ଏଭଳି ଘଟଥିଲା। ନରେନ୍ଦ୍ର ପ୍ରଥମ ରାଉଣ୍ଡ ୪-୧ରେ ଜିତିଥିଲେ। ଦ୍ୱିତୀୟ ରାଉଣ୍ଡ ବି ୩-୨ରେ ଜିତିଥିଲେ। କିନ୍ତୁ ଫାଇଟ୍ ବେଳେ ଦୁଇ ଖେଳାଳୀଙ୍କୁ ଆଘାତ ଲାଗିଥିଲା। ଦୁହିଁଙ୍କି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ଫାଇଟ୍ ବେରଓ୍ୱାଲ ଜିତି ସାରିଥିଲେ। ଏମାନଙ୍କ ସହ ଯେଉଁ ଆର୍ମି କୋଚ୍ ଯାଇଥିଲେ, ତାଙ୍କ ନାଁ ବି ନରେନ୍ଦ୍ର ରାଣା ଥିଲା। ବେରଓ୍ୱାଲଙ୍କ କହିବା କଥା, ଯେବେ ପାକିସ୍ତାନୀ ବକ୍ସରଙ୍କୁ ସେ ହରାଇଥିଲେ, ତ ସଂପୃକ୍ତ ବକ୍ସର କହିଥିଲେ ଯେ, ଆପଣଙ୍କ ନାଁ ନରେନ୍ଦ୍ର। ଆପଣଙ୍କ କୋଚ୍ ନାଁ ବି ନରେନ୍ଦ୍ର। ଆଉ ପ୍ରଧାନମନ୍ତ୍ରୀଙ୍କ ନାଁ ବି ନରେନ୍ଦ୍ର। ମୋତେ ଏ ନରେନ୍ଦ୍ର ନାଁରେ ଘୃଣା ହୋଇଗଲାଣି। ବେରଓ୍ୱାଲ କମନଓ୍ୱେଲଥ ଗେମ୍ସରେ ସିଲଭର ମେଡାଲ ଜିତିଛନ୍ତି। ବେରଓ୍ୱାଲଙ୍କ କଥା ଶୁଣି ମୋଦି ହସକୁ ରୋକିପାରିନଥିଲେ।
