ଭାରତ ପାଇଁ ସୁନା ଜିତିଲେ ବକ୍ସର ପ୍ରୀତି ଓ ଯଶମିନ୍
ଆଜି ପ୍ରୀତି ପାଓ୍ୱାର ଓ ଯଶମିନ୍ ଲମ୍ୱୋରିଆ କମାଲ ପ୍ରଦର୍ଶନ ସାଙ୍ଗକୁ ଏକତରଫା ବିଜୟୀ ହୋଇ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ପ୍ରୀତି ୫୪ କିଲୋଗ୍ରାମ ବର୍ଗରେ କାନାଡ଼ାର ସ୍କାରଲେଟ ଡେଲଗାଡ଼ୋଙ୍କୁ ୫-୦ରେ ହରାଇଥିଲା ବେଳେ ୫୭ କିଲୋଗ୍ରାମ ବର୍ଗରେ ଯଶମିନ୍ ଲମ୍ୱୋରିଆ ନର୍ଥ ଆୟରଲ୍ୟାଣ୍ଡର ମାଇକେଲା ଓ୍ୱାଲ୍ସଙ୍କୁ ୫-୦ରେ ଚିଟପଟ୍ଟାଙ୍ଗ କରିଦେଲେ।

ବକ୍ସିଂରେ ଭାରତର ପରଫେକ୍ଚ ପଞ୍ଚ୍। କମନଓ୍ୱେଲଥ ଗେମ୍ସ ୨୦୨୬ରେ ବକ୍ସିଂ ଇଭେଣ୍ଟରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ। ଭାରତର ସମସ୍ତ ୧୦ କୁସ୍ତିଯୋଦ୍ଧା ଫାଇନାଲରେ ଏଣ୍ଟ୍ରି କରିସାରିଛନ୍ତି। ସେଥିଲାଗି ଅତିକମରେ ସମସ୍ତଙ୍କ ଲାଗି ସିଲଭର ମେଡାଲ ପକ୍କା ହୋଇଯାଇଥିଲା। ଏଥିରେ ଅଲମ୍ପିକ ମେଡାଲିଷ୍ଟ ଲବଲିନ ବୋରଗୋହେନଙ୍କ ସମେତ ୬ ମହିଳା ବକ୍ସର ଅଛନ୍ତି। ପୁରୁଷ କ୍ୟାଟେଗୋରୀରରେ ଜାଦୁମଣି ସିଂ, ସଚିନ ସିଓ୍ୱାଚ, ଅଂକୁଶ ପଙ୍ଘାଲ ଓ ନରେନ୍ଦ୍ର ବେରଓ୍ୱାଲ ଫାଇନାଲରେ ପହଞ୍ଚିଛନ୍ତି। ତେବେ ଆଜି ପ୍ରୀତି ପାଓ୍ୱାର ଓ ଯଶମିନ୍ ଲମ୍ୱୋରିଆ କମାଲ ପ୍ରଦର୍ଶନ ସାଙ୍ଗକୁ ଏକତରଫା ବିଜୟୀ ହୋଇ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ପ୍ରୀତି ୫୪ କିଲୋଗ୍ରାମ ବର୍ଗରେ କାନାଡ଼ାର ସ୍କାରଲେଟ ଡେଲଗାଡ଼ୋଙ୍କୁ ୫-୦ରେ ହରାଇଥିଲା ବେଳେ ୫୭ କିଲୋଗ୍ରାମ ବର୍ଗରେ ଯଶମିନ୍ ଲମ୍ୱୋରିଆ ନର୍ଥ ଆୟରଲ୍ୟାଣ୍ଡର ମାଇକେଲା ଓ୍ୱାଲ୍ସଙ୍କୁ ୫-୦ରେ ଚିଟପଟ୍ଟାଙ୍ଗ କରିଦେଲେ। ଏଭଳି ହିସାବରେ ଭାରତକୁ ବ୍ୟାକ-ଟୁ- ବ୍ୟାକ୍ ଦୁଇଟି ଗୋଲ୍ଡ ମେଡାଲ ମିଳିଛି। ଗ୍ଲାସଗୋରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ପ୍ରୀତି କାନାଡାର ସ୍କାରଲେଟ୍ ଡେଲଗାଡୋଙ୍କୁ ୫-୦ ବ୍ୟବଧାନରେ ସର୍ବସମ୍ମତ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ପାଞ୍ଚଜଣ ବିଚାରପତି ମଧ୍ୟ ପ୍ରୀତିଙ୍କ ସପକ୍ଷରେ ରାୟ ଦେଇଥିଲେ। ମୁକାବିଲା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରୀତି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ତାଙ୍କର ସଠିକ୍ ପଞ୍ଚ, ଦ୍ରୁତ ଫୁଟୱର୍କ ଏବଂ ରିଙ୍ଗ୍ ଉପରେ ନିୟନ୍ତ୍ରଣ ପ୍ରତିପକ୍ଷଙ୍କୁ କୌଣସି ସୁଯୋଗ ଦେଇନଥିଲା। ଏହି ବିଜୟ ସହିତ କମନୱେଲଥ୍ ଗେମ୍ସ ୨୦୨୬ରେ ବକ୍ସିଂରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଆସିଛି। ଏହା ପୂର୍ବରୁ ସେମିଫାଇନାଲରେ ପ୍ରୀତି ଜାମ୍ୱିଆର କ୍ୟାଥରିନ୍ ମ୍ୱାପେଙ୍କୁ ମଧ୍ୟ ୫-୦ ବ୍ୟବଧାନରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲେ। ୨୦୨୬ ମସିହାରେ ପ୍ରୀତି ପାୱାରଙ୍କ ପାଇଁ ଏହା ଆଉ ଏକ ବଡ଼ ସଫଳତା। ଏହା ପୂର୍ବରୁ ସେ ୱାର୍ଲ୍ଡ ବକ୍ସିଂ କପ୍ ଏବଂ ଏସିଆନ୍ ବକ୍ସିଂ ଚାମ୍ପିଅନସିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତି ନିଜର ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି। ଗ୍ଲାସଗୋରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଜଶମିନ୍ ଉତ୍ତର ଆୟରଲ୍ୟାଣ୍ଡର ବର୍ତ୍ତମାନର ଚାମ୍ପିଅନ୍ ମାଇକେଲା ୱାଲ୍ସଙ୍କୁ ୫-୦ ବ୍ୟବଧାନରେ ସର୍ବସମ୍ମତ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ କଡ଼ା ଟକ୍କର ହୋଇଥିଲେ ମଧ୍ୟ ଜଶମିନ୍ ଧୈର୍ଯ୍ୟର ସହ ଖେଳିଥିଲେ। ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ସଠିକ୍ ପଞ୍ଚ, ଉତ୍କୃଷ୍ଟ ଫୁଟୱର୍କ ଏବଂ ରଣନୀତିପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ ପଛରେ ପକାଇ ଦେଇଥିଲେ। ସେମିଫାଇନାଲରେ ଜଶମିନ୍ ଲେସୋଥୋର ରାପେଲାଙ୍ଗ ମାସେଲେଲାଙ୍କୁ ରେଫରି ଷ୍ଟପ୍ଡ କଣ୍ଟେଷ୍ଟ (RSC) ମାଧ୍ୟମରେ ପରାସ୍ତ କରି ଫାଇନାଲକୁ ପହଞ୍ଚିଥିଲେ। ପୂର୍ବରୁ ସେ ବିଶ୍ୱ ଚାମ୍ପିଅନ୍ ହୋଇଥିବାବେଳେ, ବର୍ତ୍ତମାନ କମନୱେଲଥ୍ ଗେମ୍ସର ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ବକ୍ସିଂରେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛନ୍ତି।
