Gavaskar Support Siraj:ସିରାଜଙ୍କୁ ଡ୍ରପ୍- ରାଗିଲେ ଗାଭାସ୍କର
ଅନୁଭବୀ ଦ୍ରୁତ ବୋଲର ସିରାଜଙ୍କୁ ୱିଲିଙ୍ଗଟନ ଟେଷ୍ଟ ମ୍ଯାଚରେ ମିଳିଲାନି ସୁଯୋଗ। ଗାଭାସ୍କରଙ୍କ କହିବା କଥା, ସିରାଜଙ୍କୁ ବାହାରେ ରଖି ଅଂଶୁଲ କମ୍ୱୋଜ ଓ ପ୍ରସିଦ୍ଧ କୃଷ୍ଣାଙ୍କ ଭଳି କମ୍ ଅନୁଭବୀ ବୋଲରଙ୍କୁ ସୁଯୋଗ ଦେବା କେତେଦୂର ଯଥାର୍ଥ। ମହମ୍ମଦ ଆଝାରୁଦ୍ଦିନ, କମେଣ୍ଟେଟର ହର୍ଷ ଭୋଗଲେ ବି ଏଭଳି ନିଷ୍ପତ୍ତିରେ ଚକିତ।

ମହମ୍ମଦ ସିରାଜଙ୍କ ପାଇଁ ବାହାରିଲେ ଗାଭାସ୍କର। ଭାରତକୁ କେବେ ବି ନିଜ ପ୍ରଦର୍ଶନରେ ନିରାଶ କରିନଥିବା ଏଭଳି ଅନୁଭବୀ ଖେଳାଳୀଙ୍କ ସହ କାହିଁକି ଅନ୍ୟାୟ ହେଉଛି କହି ଝାଡ଼ିଲେ ରୋଷ। ପ୍ଲେଇଙ୍ଗ ଇଲେଭେନରୁ ସିରାଜଙ୍କୁ ଡ୍ରପ୍ ପରେ ଖପ୍ପା ସୁନୀଲ ଗାଭାସ୍କର। ଅନୁଭବୀ ଦ୍ରୁତ ବୋଲର ସିରାଜଙ୍କୁ ୱିଲିଙ୍ଗଟନ ଟେଷ୍ଟ ମ୍ଯାଚରେ ମିଳିଲାନି ସୁଯୋଗ। ଗାଭାସ୍କରଙ୍କ କହିବା କଥା, ସିରାଜଙ୍କୁ ବାହାରେ ରଖି ଅଂଶୁଲ କମ୍ୱୋଜ ଓ ପ୍ରସିଦ୍ଧ କୃଷ୍ଣାଙ୍କ ଭଳି କମ୍ ଅନୁଭବୀ ବୋଲରଙ୍କୁ ସୁଯୋଗ ଦେବା କେତେଦୂର ଯଥାର୍ଥ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଭିତରେ ଟେଷ୍ଟ ସିରିଜ ପ୍ରାରମ୍ଭିକ ମୁକାବିଲାରେ ସିରାଜଙ୍କୁ ମଉକା ମିଳିନି। ସିରାଜଙ୍କୁ ଡ୍ରପ୍ ନିଷ୍ପତ୍ତି ଭାରତୀୟ ଫ୍ୟାନ୍ସ ଓ ଅନେକ କ୍ରିକେଟ ବିଶେଷଜ୍ଞଙ୍କୁ ବି ଚକିତ କରିଛି। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍
ସିରାଜ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସିରାଜଙ୍କ ପ୍ରଦର୍ଶନରେ ଏମିତି ଖରାପ ନଥିଲା ଯେ, ତାଙ୍କୁ ଟିମରୁ ବାହାରେ ରଖାଗଲା। ଓ୍ୱିଲିଙ୍ଗଟନରେ ବୋସିନ ରିଜର୍ଭରେ ଟସ୍ ପରେ କହିଛନ୍ତି, ଶେଷ ଦିନିକିଆ ଖେଳିବା ପରେ ସିରାଜଙ୍କୁ ଟେଷ୍ଟରେ ମଉକା ମିଳିବ ବୋଲି ସେ ଭାବିଥିଲେ। କିନ୍ତୁ ଆସିଥିବା ନିଷ୍ପତ୍ତି ଚକିତ କରିଛି। ଯେଉଁ ଦୁଇ ଜଣଙ୍କୁ ସୁଯୋଗ ମିଳିଛି, ସେମାନଙ୍କ ବାବଦରେ ବି ତୁଳନାତ୍ମକ ଟିପ୍ପଣୀ ଦେଇଛନ୍ତି ଗାଭାସ୍କର। କମ୍ୱୋଜ ୨୦୨୫ରେ ଟେଷ୍ଟ ଡେବ୍ୟୁ କରିଥିଲେ। ଆଉ କୃଷ୍ଣା ୨୦୨୩ରେ ନିଜର ପ୍ରଥମ ଟେଷ୍ଟ ଖେଳିଥିଲେ। ସେଥିଲାଗି ସିରାଜଙ୍କୁ ଟପ୍ ଫୋର୍ ବୋଲରଙ୍କ ଭିତରେ କାହିଁକି ସାମିଲ କରାଗଲାନି, ତାହା ହିଁ ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ବୋଲରଙ୍କ ପ୍ରଦର୍ଶନ କେବଳ ଇକୋନୋମି ରେଟ୍ ଓ ବଲର ମୁଭମେଣ୍ଟ ଆଧାରରେ ଦେଖିବା
କଥା ନୁହେଁ। ବରଂ ପ୍ରାରମ୍ଭରୁ ଭାରତକୁ ଓ୍ୱିକେଟ ମିଳିଚାଲିଲେ, ମୁକାବିଲାର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ ଭାରତ। ମୁକାବିଲାରେ ଭାରତ ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା। ୟଶପ୍ରୀତ ବୁମରା କ୍ୟାପଟେନ ଟମ୍ ଲୈଥମଙ୍କୁ ପ୍ରଥମ ଓଭରରେ ହିଁ ବିନା ଖାତା ଖୋଲାରେ ବୋଲ୍ଡ କରିଦେଲେ। ଯେବେକି ଆକାଶ ଦୀପ ଓ ଅଂଶୁଲ କମ୍ୱୋଜଙ୍କୁ ଗୋଟିଏ ଲେଖାଏଁ ଓ୍ୱିକେଟ ମିଳିଛି। ଅବଶ୍ୟ ଦ୍ୱିତୀୟ ଓ ତୃତୀୟ ସିରିଜରେ ନ୍ୟୁଜିଲ୍ୟାଣ୍ଡ କମ୍ ବ୍ୟାକ୍ କରିଥିଲା। ହେନରି ନିକୋଲସ ସେଞ୍ଚୁରୀ ମାରିଥିଲା ବେଳେ ଗ୍ଲେନ ଫିଲିପ୍ସ ଶତକ ପାଖାପାଖି ପହଞ୍ଚିଥିଲେ। ବୁମରାହ ୩ଟି ଓ୍ୱିକେଟ ନେଇ
ଭାରତର ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ଯେବେକି ପ୍ରସିଦ୍ଧ କୃଷ୍ଣାଙ୍କୁ କୌଣସ ସଫଳତା ମିଳିନି।
