ପ୍ରଫେସନାଲ ରେସଲରରୁ ଲେସନରଙ୍କ ସନ୍ୟାସ
ହାରିଗଲା ପରେ ରିଙ୍ଗରେ ନିଜର ଜୋତା ଓ ଗ୍ଲୋବ୍ସ କାଢ଼ି ଦେଇଥିଲେ। ଅବଶ୍ୟ WWE ର ଅପିଲ ଓ ନିଜ ଭିତରେ ବଞ୍ଚିଥିବା ଶେଷ ଶକ୍ତି କାରଣରୁ ସେ ଅନ୍ତିମ ହେଲ୍ ଇନ ଏ ସେଲ ମୁକାବିଲା ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରାକ୍ ଲେସନରଙ୍କ କ୍ୟାରିଅର ଖେଳ ଇତିହାସରେ ସବୁଠୁ ନିଆରା ଯାତ୍ରା ଭାବେ ବିବେଚନା କରାଯାଏ।ବିଶ୍ୱ କୁସ୍ତି ଓ ମିକ୍ସଡ୍ ମାର୍ଶାଲ୍ ଆର୍ଟ୍ସ (MMA) ଜଗତର ଅନ୍ୟତମ ସଫଳ ଖେଳାଳି ହେଲେ ବ୍ରକ୍ ଲେସନର।

୧୦ଥରର WWE ବିଶ୍ୱ ଚାମ୍ପିଅନ ବ୍ରକ ଲେସନର ପ୍ରଫେସନାଲ ରେସଲରରୁ ନେଲେ ସନ୍ୟାସ। ୪୯ ବର୍ଷୀୟ ଲେସନର କହିଛନ୍ତି, ସମରସ୍ଲେମ ତାଙ୍କର ଶେଷ ମୁକାବିଲା ଥିଲା। WWE, UFC, NCAA ଓ NFL ଯାଏ ବ୍ୟାପିଥିବା ତାଙ୍କର ଦମଦାର କ୍ୟାରିଅର ଏବେ ଅଧିକାରୀକସ୍ତରରେ ଅନ୍ତ ହୋଇଗଲା। ଯୁବ ଖେଳାଳୀଙ୍କୁ କଠିନ ପରିଶ୍ରମ ଓ ଅନୁଶାସନର ସନ୍ଦେଶ ବି ଦେଇଛନ୍ତି ଲେସନର। ବିଶ୍ୱ ଚାମ୍ପିଅନ ଓ କମ୍ୱାଟ୍ ସ୍ପୋର୍ଟସର ସବୁଠୁ ବଡ଼ ଷ୍ଟାର। The Pat McAfee Show ରେ ନିଜର ଅବସର ଘୋଷଣା କରିଛନ୍ତି। କହିଛନ୍ତି, ତାଙ୍କର ଯାତ୍ରା କେବଳ ଓ୍ୱାର୍ଲଡ ରେସଲିଂ ଏଣ୍ଟରଟେନମେଣ୍ଟ ନୁହେଁ। ବରଂ ଏଭଳି ପ୍ରତିସ୍ପର୍ଦ୍ଧା ଫାଇଟିଂରୁ ବି ସେ ବିଦାୟ ନେଉଛନ୍ତି। ଗଲା ଶନିବାର ସମରସ୍ଲେମରେ ଖେଳାଯାଇଥିବା ମୁକାବିଲା ତାଙ୍କ କ୍ୟାରିଅରରେ ଶେଷ ମ୍ୟାଚ୍ ଥିଲା। ସେ ସେହି ମ୍ୟାଚରେ ହିଁ ଅନୁଭବ କରିଥିଲେ ଯେ, ତାଙ୍କ ସମୟ ଏବେ ପୁରା ହୋଇସାରିଛି। ସେ ମ୍ୟାଚରେ ସେ ଓବା ଫେମିଙ୍କଠୁ ହାରିଯାଇଥିଲେ। ଆଉ ହାରିଗଲା ପରେ ରିଙ୍ଗରେ ନିଜର ଜୋତା ଓ ଗ୍ଲୋବ୍ସ କାଢ଼ି ଦେଇଥିଲେ। ଅବଶ୍ୟ WWE ର ଅପିଲ ଓ ନିଜ ଭିତରେ ବଞ୍ଚିଥିବା ଶେଷ ଶକ୍ତି କାରଣରୁ ସେ ଅନ୍ତିମ ହେଲ୍ ଇନ ଏ ସେଲ ମୁକାବିଲା ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରାକ୍ ଲେସନରଙ୍କ କ୍ୟାରିଅର ଖେଳ ଇତିହାସରେ ସବୁଠୁ ନିଆରା ଯାତ୍ରା ଭାବେ ବିବେଚନା କରାଯାଏ।ବିଶ୍ୱ କୁସ୍ତି ଓ ମିକ୍ସଡ୍ ମାର୍ଶାଲ୍ ଆର୍ଟ୍ସ (MMA) ଜଗତର ଅନ୍ୟତମ ସଫଳ ଖେଳାଳି ହେଲେ ବ୍ରକ୍ ଲେସନର। ସେ ଆମେଚର କୁସ୍ତି, ପେଶାଦାର କୁସ୍ତି (WWE), UFC ଏବଂ ଆମେରିକୀୟ ଫୁଟବଲ୍ରେ ମଧ୍ୟ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ୨୦୦୦ ମସିହାରେ ମିନେସୋଟା ବିଶ୍ୱବିଦ୍ୟାଳୟ ପକ୍ଷରୁ ଖେଳି NCAA ଡିଭିଜନ୍–୧ ହେଭିୱେଟ୍ ଚାମ୍ପିଅନ୍ ହୋଇଥିଲେ। କଲେଜ ସ୍ତରରେ ଆମେରିକାର ଶ୍ରେଷ୍ଠ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ୨୦୦୦ ମସିହାରେ WWE ସହ ଚୁକ୍ତି କରିଥିଲେ ଏବଂ ୨୦୦୨ରେ ମୁଖ୍ୟ ରୋଷ୍ଟରରେ ଡେବ୍ୟୁ କରିଥିଲେ। ୨୦୦୨ର SummerSlamରେ ଦ ରକ୍ଙ୍କୁ ପରାସ୍ତ କରି ସେତେବେଳର ସବୁଠାରୁ କମ୍ ବୟସର WWE ଚାମ୍ପିଅନ୍ ହୋଇଥିଲେ। ଏକାଧିକ ଥର WWE ଚାମ୍ପିଅନ୍ ଓ Universal ଚାମ୍ପିଅନ୍ ହୋଇଛନ୍ତି। ଅନେକ WrestleManiaରେ ମୁଖ୍ୟ ଆକର୍ଷଣ ଭାବେ ଭାଗ ନେଇଥିଲେ। ୨୦୦୪ରେ WWE ଛାଡ଼ି ଆମେରିକୀୟ ଫୁଟବଲ୍ରେ କ୍ୟାରିୟର ଗଢ଼ିବାକୁ ଚେଷ୍ଟା କରିଥିଲେ। ମିନେସୋଟା ଭାଇକିଙ୍ଗ୍ସର ଟ୍ରେନିଂ କ୍ୟାମ୍ପ ପର୍ଯ୍ୟନ୍ତ ପହଞ୍ଚିଥିଲେ, କିନ୍ତୁ ଅନ୍ତିମ ଦଳରେ ସ୍ଥାନ ପାଇପାରିନଥିଲେ। ୨୦୦୮ରେ UFCରେ ପ୍ରବେଶ କରିଥିଲେ। କେବଳ ଚତୁର୍ଥ ପେଶାଦାର MMA ଲଢ଼େଇରେ ରାଣ୍ଡି କୋଚର୍ଙ୍କୁ ହରାଇ UFC ହେଭିୱେଟ୍ ଚାମ୍ପିଅନ୍ ହୋଇଥିଲେ। ଫ୍ରାଙ୍କ ମିର୍ ଓ ଶେନ୍ କାରୱିନ୍ଙ୍କ ବିରୋଧରେ ସଫଳତାର ସହ ନିଜ ଟାଇଟଲ୍ ରକ୍ଷା କରିଥିଲେ। ତାଙ୍କ MMA କ୍ୟାରିୟର ରେକର୍ଡ ଥିଲା ୫ ବିଜୟ, ୩ ପରାଜୟ ଓ ଗୋଟିଏ ନୋ କଣ୍ଟେଷ୍ଟ। ୨୦୧୨ରେ UFC ଛାଡ଼ି ପୁଣି WWEକୁ ଫେରିଥିଲେ ଏବଂ "Suplex City" ନାମରେ ବେଶ୍ ପରିଚିତ ହୋଇଥିଲେ। WWE ଏବଂ UFC—ଉଭୟରେ ଚାମ୍ପିଅନ୍ ହୋଇଥିବା ବିରଳ ଖେଳାଳିମାନଙ୍କ ମଧ୍ୟରୁ ଜଣେ।
