ଘାନା ବିରୁଦ୍ଧରେ କ୍ରୋଏସିଆର ଜିତ୍ ପରେ ସେ ଇନଷ୍ଟାରେ ଲେଖିଥିଲେ କ୍ରିଷ୍ଟିଆନୋ got ready for us । ସେ ଭବିଷ୍ୟବାଣୀ କରିଥିଲେ ଯେ, ତାଙ୍କ ଲକି କ୍ରାଓ୍ୱାଟା ବି ଟରଣ୍ଟୋ ଆସୁଛି। କ୍ରିଷ୍ଟିଆନୋ ଆମ ପାଇଁ ପ୍ରସ୍ତୁତ ରୁହ ବୋଲି ଚ୍ୟାଲେଞ୍ଜ କରିଥିଲେ। ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।ଲାଗୁଥିଲା ଯେମିତି, ତାଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି। କିନ୍ତୁ କିଛି ସମୟ ପରେ କାହାଣୀ ବଦଳିଗଲା।
ଏହି ଗୋଲ ସହ ପର୍ତ୍ତୁଗାଲ ୨-୧ରେ ଆଗେଇଥିଲା। ଏହା ପରେ ମୁକାବିଲାର ସବୁଠୁ ବଡ଼ ଡ୍ରାମା ଦେଖିବାକୁ ମିଳିଥିଲା। ଅନ୍ତିମ କ୍ଷଣରେ ମାରିୟୋ ପାସାଲିଚ କ୍ରୋଏସିଆ ପାଇଁ ଗୋଲ୍ କରି ସ୍ଥିତିକୁ ବରାବର କରିଦେଇଥିଲେ। କିନ୍ତୁ VAR (Video Assistant Reference) ସମୀକ୍ଷାରେ ତାଙ୍କୁ ଅଫସାଇଡ୍ ମିଳିଥିଲା। ସେଥିଲାଗି ରେଫରି ଗୋଲ ରଦ୍ଦ କରିଦେଇଥିଲେ।