କ୍ରୋଏସିଆର ସ୍ୱପ୍ନକୁ ଭାଙ୍ଗିଦେଲା ପର୍ତ୍ତୁଗାଲ- ରୋନାଲଡୋ ଦେଖାଇଲେ ଦମ୍
ଏହି ଗୋଲ ସହ ପର୍ତ୍ତୁଗାଲ ୨-୧ରେ ଆଗେଇଥିଲା। ଏହା ପରେ ମୁକାବିଲାର ସବୁଠୁ ବଡ଼ ଡ୍ରାମା ଦେଖିବାକୁ ମିଳିଥିଲା। ଅନ୍ତିମ କ୍ଷଣରେ ମାରିୟୋ ପାସାଲିଚ କ୍ରୋଏସିଆ ପାଇଁ ଗୋଲ୍ କରି ସ୍ଥିତିକୁ ବରାବର କରିଦେଇଥିଲେ। କିନ୍ତୁ VAR (Video Assistant Reference) ସମୀକ୍ଷାରେ ତାଙ୍କୁ ଅଫସାଇଡ୍ ମିଳିଥିଲା। ସେଥିଲାଗି ରେଫରି ଗୋଲ ରଦ୍ଦ କରିଦେଇଥିଲେ।

ଟରଣ୍ଟୋରେ ଶୁକ୍ରବାର ଖେଳାଯାଇଥିବା ଫିଫା ବିଶ୍ୱକପର ରୋମାଞ୍ଚକର ମୁକାବିଲାରେ କ୍ରୋଏସିଆକୁ ୨-୧ରେ ହରାଇ ପର୍ତ୍ତୁଗାଲ ରାଉଣ୍ଡଅଫ- ୧୬ରେ ନିଜ ଜାଗା ପକ୍କା କରିଛି। ମ୍ୟାଚର ଫୈସଲା ଷ୍ଟପେଜ ଟାଇମରେ ହୋଇଥିଲା। ଯେବେକି ଅନ୍ତିମ ସେକେଣ୍ଡରେ VAR (Video Assistant Reference)ର ନିଷ୍ପତ୍ତି ମୁକାବିଲାକୁ ବିବାଦରେ ପକାଇଦେଲା। କ୍ରୋଏସିଆ ଦ୍ୱିତୀୟାର୍ଦ୍ଧରେ ଦମଦାର ଆରମ୍ଭ କରି ୫୩ ମିନିଟରେ ଆଗୁଆ ରହିଲା। ଜୋସିପ ଷ୍ଟାନିସିଚଙ୍କ ପାସ୍ ଓ ଅନୁଭବୀ ଓ୍ୱିଙ୍ଗର ଇଭାନ ପେରିସିଚଙ୍କ ଶାନଦାର ଫିନିସରେ ନିଜ ଟିମକୁ ୧-୦ରେ ଆଗୁଆ ରଖିଥିଲେ। ଗୋଲ ଖାଇବା ପରେ ପର୍ତ୍ତୁଗାଲ ବି ଲଗାତାର ଚାପ ସୃଷ୍ଟି କରିଥିଲା। ୬୮ ମିନିଟରେ ଟିମକୁ ପେନାଲଟି ମିଳିଥିଲା। ବିନା କୌଣସି ତ୍ରୁଟିରେ କ୍ରିଷ୍ଟିଆନୋ ରୋନାଲଡୋ ଗୋଲ୍ କରିଥିଲେ। ଏହି ଗୋଲ ସହ ଉଭୟ ଦଳର ସ୍କୋର ୧-୧ରେ ପହଞ୍ଚିଥିଲା। ବିଶ୍ୱକପ ନକଆଉଟ୍ ପର୍ଯ୍ୟାୟରେ ଏହା ରୋନାଲଡୋଙ୍କ ପ୍ରଥମ ଗୋଲ୍ ଥିଲା। ମ୍ୟାଚର ଅତିରିକ୍ତ ସମୟ ବଢ଼ିବା ଦେଖି ଷ୍ଟପେଜ ଟାଇମରେ ପର୍ତ୍ତୁଗାଲ ନିର୍ଣ୍ଣାୟକ ଆକ୍ରମଣ କଲା। ରାଫେଲ ଲିୟାଓ ପାସ୍ ଦେଇଥିଲେ। ଆଉ ଗୋଙ୍କାଲୋ ରାମୋସ ହେଡର ଜରିଆରେ ବଲକୁ ନେଟ୍ ଯାଏ ନେଇଥିଲ। ଏହି ଗୋଲ ସହ ପର୍ତ୍ତୁଗାଲ ୨-୧ରେ ଆଗେଇଥିଲା। ଏହା ପରେ ମୁକାବିଲାର ସବୁଠୁ ବଡ଼ ଡ୍ରାମା ଦେଖିବାକୁ ମିଳିଥିଲା। ଅନ୍ତିମ କ୍ଷଣରେ ମାରିୟୋ ପାସାଲିଚ କ୍ରୋଏସିଆ ପାଇଁ ଗୋଲ୍ କରି ସ୍ଥିତିକୁ ବରାବର କରିଦେଇଥିଲେ। କିନ୍ତୁ VAR (Video Assistant Reference) ସମୀକ୍ଷାରେ ତାଙ୍କୁ ଅଫସାଇଡ୍ ମିଳିଥିଲା। ସେଥିଲାଗି ରେଫରି ଗୋଲ ରଦ୍ଦ କରିଦେଇଥିଲେ। ଆଉ ପର୍ତ୍ତୁଗାଲ ବାଜି ମାରିନେଲା। VARର ଏଭଳି ନିଷ୍ପତ୍ତିରେ କ୍ରୋଏସିଆ ଖେଳାଳୀ ଓ ପ୍ରଶଂସକ ଅସନ୍ତୋଷ ଝାଡ଼ିଥିଲେ। ଷ୍ଟାଡିଅମରେ ଉପସ୍ଥିତ କ୍ରୋଏସିଆର କିଛି ପ୍ରଶଂସକ ମୈଦାନକୁ ବୋତଲ ଫିଙ୍ଗିଥିଲେ। ଆଉ ରେଫରିଙ୍କ ବିରୁଦ୍ଧରେ ଜୋରଦାର ନାରାବାଜି କରିଥିଲେ। ଏହି ଜିତ୍ ସହ ଲୁକା ମୋଡ୍ରିକଙ୍କ ବିଶ୍ୱକପ୍ ଅଭିଯାନ ସରିଛି। ଲୁକା ମୋଡ୍ରିକ ହେଉଛନ୍ତି କ୍ରୋଏସିଆର କ୍ୟାପଟେନ। ଲୁକାଙ୍କ ପଞ୍ଚମ ବିଶ୍ୱକପ ଅଭିଯାନ ଏଠାରେ ସରିଛି। ମୋଡ୍ରିକଙ୍କ ଅଧିନାୟକତ୍ୱରେ କ୍ରୋଏସିଆ ୨୦୧୮ରେ ଉପବିଜେତା ଓ ୨୦୨୨ରେ ତୃତୀୟ ସ୍ଥାନରେ ଥିଲା। ହେଲେ ଏଥର ଏହି ହାର୍ ପରେ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛି। ରାଉଣ୍ଡଅଫ-୧୬ରେ ଏଣ୍ଟ୍ରି ମାରିବା ପରେ ସୋମବାର ସ୍ପେନ ସହ ଲଢ଼ିବ ପର୍ତ୍ତୁଗାଲ।
