Cyber Fraud : RTO ଲିଙ୍କ ଜରିଆରେ ଲୁଟିନେଲେ ୫୮,୫୦୦
ଅଜଣା ନମ୍ବରରୁ ଫୋନ୍ ଆସିବା ପରେ RTO ସମ୍ପର୍କିତ ଲିଙ୍କ ଖୋଲିଥିଲେ ବ୍ୟବସାୟୀ। ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୫୮,୫୦୦ ଟଙ୍କା କଟିଯାଇଥିଲା। ଘଟଣା ପରେ ବ୍ୟବସାୟୀ ସାଇବର ଥାନାରେ ଅଭିଯୋଗ କରିଥିଲେ। ଠକମାନଙ୍କୁ ଚିହ୍ନଟ କରିବା ସହ ଟଙ୍କା ଫେରାଇ ଆଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
S
By Swarna Prava GiriPublished: Sep 29, 2026, 04:43 PM •1 min read •9 Views
ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ | ଅଜଣା କଲ୍ କୁ ରିସିଭ କରି ଠକାମୀର ଶିକାର ହେଲେ ବ୍ୟବସାୟୀଜଣକ | RTO ଲିଙ୍କ ମାଧ୍ୟମରେ ଠକମାନେ ତାଙ୍କଠାରୁ 58,500ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି | ଘଟଣାଟି ହେଉଛି ନୀଳଗିରି ଥାନା ଯେମlଦେଇପୁର ଗାଁ ପୋଷ୍ଟ ଶ୍ୟାମସୁନ୍ଦର ପୁର ଅଞ୍ଚଳର | ଏଠାକାର ବ୍ୟବସାୟୀ ବୈକୁଣ୍ଠ ବେହେରାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିବା ପରେ ମୋବାଇଲ୍କୁ ଏକ RTO ସମ୍ପର୍କିତ ଲିଙ୍କ ପଠାଯାଇଥିଲା | ଏହି ଲିଙ୍କକୁ ଖୋଲିବା ପରେ ,ଠକମାନେ ତାଙ୍କୁ ବିଭିନ୍ନ ତଥ୍ୟ ଦେବାକୁ କହିଥିଲେ | ପରେ ଅନଲାଇନ୍ କାରବାର ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୫୮,୫୦୦ ଟଙ୍କା କଟିଯାଇଥିବା ଜଣାପଡ଼ିଥିଲା | ଘଟଣା ଜଣାପଡ଼ିବା ପରେ ବ୍ୟବସାୟୀ ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି | ଠକେଇରେ ସମ୍ପୃକ୍ତ ଠକମାନଙ୍କୁ ଚିହ୍ନଟ କରି ଧରିବା ସହ ଠକେଇ ହୋଇଥିବା ଟଙ୍କା ଫେରାଇ ଆଣିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି |
Comments0
Leave a Reply
Loading comments...
