Extramarital and Insurance Tends Murder:ବୀମାଟଙ୍କା ଓ ପ୍ରେମ ପାଇଁ ମର୍ଡର
ସତୀଶ ମଜଦୁରି କରୁଥିଲେ ଓ ନିର୍ମାଣ କାମରେ ସେଣ୍ଟ୍ରିଂ କାମ କରୁଥିଲେ। ପୁଲିସ ତଦନ୍ତରେ ସାମ୍ନାକୁ ଆସିଛି ଯେ, ସତୀଶଙ୍କ ପତ୍ନୀ ରେଖା ସୈନିଙ୍କ ସହ ରାଜୁ ମିସ୍ତ୍ରୀ ସହ ସମ୍ପର୍କ ଥିଲା। ରାଜେଶ ଓରଫ ରାଜୁ ବହରୋଡ଼ରେ ହାଇଓ୍ୱେ କଡ଼ରେ ଗ୍ୟାରେଜ ଖୋଲିଥିଲା। ସତୀଶ ଏ ଦୁହିଁଙ୍କ ସମ୍ପର୍କରେ କଣ୍ଟା ସାଜିଥିଲେ। ସେଥିଲାଗି ସତୀଶଙ୍କୁ ହଟାଇବାକୁ ଏ ଦୁହେଁ ଷଡ଼ଯନ୍ତ୍ର ରଚିଥିଲେ।

ବୀମା ଟଙ୍କା ହଡ଼ପ କରିବାକୁ ପ୍ରେମିକ ସହ ମିଶି ସ୍ୱାମୀକୁ ମର୍ଡର। ରାଜସ୍ଥାନର ବରଦୋଦରେ ଏହି ହତ୍ୟାକାଣ୍ଡରେ ପତ୍ନୀ ଓ ତା ପ୍ରେମିକକୁ ପୁଲିସ
ଗିରଫ କରିଛି। ହତ୍ଯା କରି ଏହାକୁ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର କରିଥିଲେ ଉଭୟ। କିନ୍ତୁ ଧରାପଡିଗଲେ। ଅଭିଯୁକ୍ତ ଆଗ ଏଲଆଇସି
ପଲିସି ନେଇ ହତ୍ଯା କରି ରାସ୍ତାକଡ଼କୁ ଫିଙ୍ଗିଦେଇଥିଲେ। ମୃତକ ହେଲେ ସତୀଶ ସୈନୀ ଓରଫ ଲୀଳାରାମ। ନଭେମ୍ୱର ୧୧ରେ ତାଙ୍କ ଶବ ଅଲଓ୍ୱର
ବହରୋଡ ରାଜପଥ ପାଖରେ ଥିବା ବୀରମତି ହୋଟେଲ ପାଖରେ ମିଳିଥିଲା। ସତୀଶ ମଜଦୁରି କରୁଥିଲେ ଓ ନିର୍ମାଣ କାମରେ ସେଣ୍ଟ୍ରିଂ କାମ କରୁଥିଲେ।
ପୁଲିସ ତଦନ୍ତରେ ସାମ୍ନାକୁ ଆସିଛି ଯେ, ସତୀଶଙ୍କ ପତ୍ନୀ ରେଖା ସୈନିଙ୍କ ସହ ରାଜୁ ମିସ୍ତ୍ରୀଙ୍କ ସହ ସମ୍ପର୍କ ଥିଲା। ରାଜେଶ ଓରଫ ରାଜୁ ବହରୋଡ଼ରେ ହାଇଓ୍ୱେ
କଡ଼ରେ ଗ୍ୟାରେଜ ଖୋଲିଥିଲା। ସତୀଶ ଏ ଦୁହିଁଙ୍କ ସମ୍ପର୍କରେ କଣ୍ଟା ସାଜିଥିଲେ। ସେଥିଲାଗି ସତୀଶଙ୍କୁ ହଟାଇବାକୁ ଏ ଦୁହେଁ ଷଡ଼ଯନ୍ତ୍ର ରଚିଥିଲେ।
ହତ୍ୟା ପୂର୍ବରୁ ସତୀଶ ନାଁରେ ଏସଆଇସି ପଲିସି କରିଥିଲେ ଏମାନେ। ସତୀଶଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ଦର୍ଶାଇ ପୁରା ଟଙ୍କାକୁ ହଡ଼ପ କରିବାକୁ ମସୁଧା
କରିଥିଲେ। ସତୀଶକୁ ହରିଆଣା ମହେନ୍ଦ୍ରଗଡ଼ ଜିଲ୍ଲାର ଖାନପୁରା କୃଷି ଫାର୍ମକୁ ଡକାଯାଇଥିଲା। ସେଠାରେ ରାଜେଶ ଓ ତା ସାଥୀ ଶିବା ଆଗରୁ ଉପସ୍ଥିତ
ଥିଲେ। ଶିବା ଏହି ଫାର୍ମରେ କାମ କରୁଥିଲା। ଆଉ ଦୁହେଁ ମିଶି ହାତୁଡ଼ିରେ ସତୀଶ ମୁଣ୍ଡ ଓ ଶରୀରକୁ ପିଟିପିଟି ମାରିଦେଲେ। ହତ୍ୟା ପରେ ଶବକୁ
ବାଇକରେ ମଝିରେ ରଖି ବରଦୋଦ ନେଇଥିଲେ। ଆଉ ରାସ୍ତା କଡ଼କୁ ଫିଙ୍ଗିଦେଇଥିଲେ। ହତ୍ୟାକାରୀଙ୍କ ପାଖରେ ପହଞ୍ଚିବାକୁ ପୁଲିସ ୬୦ ସିସିଟିଭି
କ୍ୟାମେରାକୁ ଖୋଳତାଡ଼ କରିଥିଲା। ଦୁଇ ସନ୍ଦିଗ୍ଧ ବାଇକରେ ଶବକୁ ନେଉଥିବା ଦେଖିଥିଲେ। ଏହି ପ୍ରମାଣ ଆଧାରରେ ରାଜୁ ମିସ୍ତ୍ରୀ ଓ ଶିବାକୁ ପୁଲିସ
ଜେରା ପରେ ସବୁ ସତ ପଦାକୁ ଆସିଥିଲା। ଏହା ପରେ ରେଖାକୁ ବି ଗିରଫ କଲା ପୁଲିସ।
