AirHostess Murder:ଏୟାରହୋଷ୍ଟେସ ବର୍ଷା ହତ୍ୟାକାଣ୍ଡ- ପ୍ରେମିକଙ୍କ ପତ୍ନୀ ଦେଇଥିଲେ ୧୩ଲକ୍ଷ ସୁପାରୀ
ନିତେଶଙ୍କ ସହ ବର୍ଷା ବାହାରକୁ ଯାଇଥିଲା ବେଳେ ବର୍ଷାଙ୍କୁ ମର୍ଡର ପାଇଁ କିଲର୍ସଙ୍କୁ ସୁପାରୀ ଦେଇଥିଲେ ମୋନା। ଏ ଘଟଣାରେ ମୋନାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ।ମୋନା ନିତେଶଙ୍କ କାର୍ ଜିପିଏସ ଲୋକେସନ ସୁପାରି କିଲରଙ୍କୁ ପଠାଇଦେଇଥିଲେ।

ସ୍ୱାମୀର ପରକୀୟାପ୍ରୀତିରେ ଖପ୍ପା ଥିଲେ ପତ୍ନୀ। ହତ୍ୟା ପାଇଁ ଦେଲେ ୧୩ଲକ୍ଷ ଟଙ୍କାର ସୁପାରି। ସ୍ୱାମୀର ପରକୀୟପ୍ରୀତି ସନ୍ଦେହ ଦେଖି ତାଙ୍କ ମୃତ୍ୟୁର ଲେଖିଲେ ସ୍କ୍ରିପ୍ଟ। ପଡ଼ୋଶୀ କୁଣାଳ କୁମ୍ଭଲକରଙ୍କ ସହ ମିଶି ସ୍ୱାମୀଙ୍କ ପ୍ରେମିକା ବର୍ଷାଙ୍କୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲେ ମୋନା।ମହାରାଷ୍ଟ୍ର ଗୌଁଦିଆରେ ଏୟାରହୋଷ୍ଟେସ ବର୍ଷା ତୁର୍କର ହତ୍ୟାକାଣ୍ଡର ପୁଲିସ ଯାହା ଖୁଲାସା କରିଛି, ସମସ୍ତଙ୍କୁ ଚକିତ କରିଛି। ବର୍ଷାଙ୍କ ପୁରୁଷବନ୍ଧୁ ନିତେଶ ଅଗ୍ରଓ୍ୱାଲଙ୍କ ପତ୍ନୀ ମୋନା ଅଗ୍ରଓ୍ୱାଲ ହିଁ ଦେଇଥିଲେ ମର୍ଡର ସୁପାରୀ। ନଭେମ୍ୱର ୧୪ରେ ୩୫ ବର୍ଷୀୟା ବର୍ଷାଙ୍କୁ ମର୍ଡର କରାଯାଇଥିଲା। ଆଉ ଏହାର ୫ ଦିନ ପରେ ପୁଲିସ ଏହି ହତ୍ୟାକାଣ୍ଡର ଖୁଲାସା କରିଛି। ନିତେଶଙ୍କ ସହ ବର୍ଷା ବାହାରକୁ ଯାଇଥିଲା ବେଳେ ବର୍ଷାଙ୍କୁ ମର୍ଡର ପାଇଁ କିଲର୍ସଙ୍କୁ ସୁପାରୀ ଦେଇଥିଲେ ମୋନା। ଏ ଘଟଣାରେ ମୋନାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ। ୩ ଅଭିଯୁକ୍ତ ହେଲେ ଇମରାନ କରିମ ଶେଖ୍, ଶାହାରୁଖ ଫିରୋଜ ଖାନ ପଠାନ ଓ କୁଣାଲ ଶ୍ୟାମଲାଲ କୁମ୍ଭଲଓ୍ୱାର। ଦିପାବଳୀ ଛୁଟିରେ ନିଜ ଗାଁକୁ ବୁଲିବାକୁ ଆସିଥିଲେ ବର୍ଷା। ମଧ୍ୟପ୍ରଦେଶ ବାଲାଘାଟର ବାସିନ୍ଦା ଥିଲେ ବର୍ଷା। ନଭେମ୍ୱର ୧୪ରେ ନୀତେଶଙ୍କ ସହ ଗୌଁଦିଆର ତିରୋଡ଼ା ଯାଇଥିଲେ ବର୍ଷା। ଫେରିବା ବେଳେ ଦୁହେଁ ବୋନ୍ଦ୍ରାନୀ ଗାଁର ଏକ ଜଙ୍ଗଲ ଏରିଆରେ ଥିବା ଶିବମନ୍ଦିର ପାଖରେ ଅଟକିଥିଲେ। ସଂଧ୍ୟା ସାଢ଼େ ୫ଟାରୁ ୬ଟା ଭିତରେ ୩ଜଣ ଅଜ୍ଞାତ ଲୋକ ବର୍ଷା ତୁର୍କରଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପେଟ ଓ ପିଠିରେ ବାରମ୍ୱାର ଆଘାତରୁ ବର୍ଷାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏ ମାମଲା ଉପରୁ ପରଦା ହଟାଇବାକୁ ୬ଟି ଟିମ୍ ଗଠନ କରିଥିଲା। ଘଟଣାସ୍ଥଳକୁ ଯୋଡ଼ୁଥିବା ରାସ୍ତାରେ ଲାଗିଥିବା ୨ଶହରୁ
ଅଧିକ ସିସିଟିଭି କ୍ଯାମେରାକୁ ଖୋଳତାଡ଼ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ବର୍ଷା ପ୍ରାୟ ସମୟ ନିତେଶ ଅଗ୍ରଓ୍ୱାଲ ସହ ରହୁଥିଲେ। ମୋନା ନିତେଶଙ୍କ କାର୍ ଜିପିଏସ ଲୋକେସନ ସୁପାରି କିଲରଙ୍କୁ ପଠାଇଦେଇଥିଲେ। ଗାଁରେ ପହଞ୍ଚିବା କ୍ଷଣି ଅଭିଯୁକ୍ତମାନେ କାରକୁ ଅଟକାଇଥିଲେ। ଆଉ ଗାଡ଼ିରୁ ବର୍ଷାଙ୍କୁ ଟାଣିନେଇ ଛୁରୀ ଭୁଷିଦେଲେ।
