ଅଜଣା ନମ୍ବରରୁ ଫୋନ୍ ଆସିବା ପରେ RTO ସମ୍ପର୍କିତ ଲିଙ୍କ ଖୋଲିଥିଲେ ବ୍ୟବସାୟୀ। ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୫୮,୫୦୦ ଟଙ୍କା କଟିଯାଇଥିଲା। ଘଟଣା ପରେ ବ୍ୟବସାୟୀ ସାଇବର ଥାନାରେ ଅଭିଯୋଗ କରିଥିଲେ। ଠକମାନଙ୍କୁ ଚିହ୍ନଟ କରିବା ସହ ଟଙ୍କା ଫେରାଇ ଆଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।