ଜୁଲାଇ ୨୪କୁ ଅପେକ୍ଷା- ଆସୁଛି ରାମାୟଣ
୪ହଜାର କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମକୁ ନେଇ ମେକର୍ସ ଜବରଦସ୍ତ ପ୍ଲାନ୍ କରିଛନ୍ତି। ଆସନ୍ତା ଦିପାବଳୀରେ ଏହାର ପାର୍ଟ-୧ ରିଲିଜ ହେବ। ଦୁଇଟି ଟ୍ରେଲର ସହ ଫିଲ୍ମ ବି ଦୁଇଟି ଭାଗରେ ଆସିବ। ଦ୍ୱିତୀୟ ଭାବ ୨୦୨୭ ଦିପାବଳୀରେ ଆସିବ।

ଜୁଲାଇ ୨୪ରେ ଆସିବ ରାମାୟଣ। ରଣବୀର କପୁର, ୟସ୍ ଓ ସାଇ ପଲ୍ଲବୀ ଅଭିନୀତ ଫିଲ୍ମ ରାମାୟଣର ଦୁଇଟି ଟ୍ରେଲରକୁ ବିନା କୌଣସି କଟ୍ ବା ଆପତ୍ତିରେ ସିବିଏଫସି ଦେଇଛି ୟୁ ବା ଅନରେଷ୍ଟ୍ରିକଟେଡ୍ ସାର୍ଟିଫିକେଟ। ବଡ଼ କଥା ହେଲା ଏହି ଫିଲ୍ମର ଦୁଇଟି ଟ୍ରେଲରକୁ ବିନା କୌଣସି ଝାମେଲାରେ ପାସ୍ କରିଛି ସିବିଏଫସି। କାରଣ ଆଜିକାଲି ଫିଲ୍ମକୁ ନେଇ ଏକ୍ସଟ୍ରା ସତର୍କ ମୋଡରେ ରହୁଛି ସିବିଏଫସି। ହେଲେ ବିନା ଆପତ୍ତି, ପରିବର୍ତ୍ତନରେ ଯଦି କଣ୍ଟେଣ୍ଟ ପାସ୍ ହେଉଛି, ତାହେଲେ ତ ନିଶ୍ଚୟ ବଡ଼ କଥା। ସେଥିଲାଗି ଇଣ୍ଡିଆରୁ ଇଣ୍ଟରନାସନାଲ ମଞ୍ଚରେ ଏହାକୁ ଲଞ୍ଚ୍ କରିବାକୁ ପ୍ରସ୍ତୁତି ବେଶ୍ ଦମଦାର ହେଲାଣି। କାରଣ ସବୁବର୍ଗର ଦର୍ଶକ ଏହାକୁ ଦେଖିପାରିବେ। ଦୁଇଟି ଯାକ ଟ୍ରେଲର ହିନ୍ଦୀରେ ଅଛି। ଗୋଟିଏ ନର୍ମାଲ ଥିଏଟ୍ରିକାଲ ଭର୍ଜନରେ ତ ଅନ୍ୟଟି ଥ୍ରୀଡି ଫର୍ମାଟରେ।ଥ୍ରୀ ଡି ଟ୍ରେଲରର ସମୟସୀମା ୪ମିନିଟ୧୫ ସେକେଣ୍ଡ ଓ ଥିଏଟ୍ରିକାଲ ଟ୍ରେଲରର ଅବଧି ରହିଛି ୪ ମିନିଟ। କଥା ପଡ଼ିଛି। ଦୁଇଟି ଟ୍ରେଲରର ସମୟସୀମା କାହିଁକି ଅଲଗା। ଯାହାକୁ ନେଇ ଦର୍ଶକଙ୍କ ଭିତରେ ଜିଜ୍ଞାସା ବଢିବାରେ ଲାଗିଛି। ପ୍ରଡ୍ୟୁସର ନମିତ ମଲହୋତ୍ରା ରାମାୟଣକୁ କେବଳ ଭାରତରେ ନୁହେଁ। ବରଂ ଗ୍ଲୋବାଲ ଅଡିଏନ୍ସଙ୍କ ଲାଗି ତିଆରି କରିଛନ୍ତି। ଜୁଲାଇ ୨୩ରେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ସେନ ଡିଏଗୋରେ ହେବାକୁ ଥିବା କମିକ୍-କନ୍ ଇଭେଣ୍ଟରେ ବି ରାମାୟଣର ଟ୍ରେଲରର ସ୍କ୍ରିନିଂ ହେବ। ଏହି ସ୍କ୍ରିନିଂ ସେଠାରେ ଅପରାହ୍ନ ୩ଟା୧୫ରୁ ୪ଟା୧୫ ଭିତରେ ହେବ। ଅର୍ଥାତ୍ ଭାରତୀୟ ସମୟ ଅନୁସାରେ ଜୁଲାଇ ୨୪ ଭୋର ୩ଟା୧୫ରୁ ୪ଟା୪୫। ୪ହଜାର କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମକ ନେଇ ମେକର୍ସ ଜବରଦସ୍ତ ପ୍ଲାନ୍ କରିଛନ୍ତି। ଆସନ୍ତା ଦିପାବଳୀରେ ଏହାର ପାର୍ଟ-୧ ରିଲିଜ ହେବ। ଦୁଇଟି ଟ୍ରେଲର ସହ ଫିଲ୍ମ ବି ଦୁଇଟି ଭାଗରେ ଆସିବ। ଦ୍ୱିତୀୟ ଭାବ ୨୦୨୭ ଦିପାବଳୀରେ ଆସିବ। ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଫିଲ୍ମ ରାମାୟଣ: ପାର୍ଟ–୧ କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଚରମସୀମାରେ ପହଞ୍ଚିଛି। ଏହି ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା, ୟଶ ରାବଣ, ସନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ପ୍ରଯୋଜକ ନମିତ ମଲହୋତ୍ରା ଏକ ବିଶ୍ୱସ୍ତରୀୟ ସିନେମାଟିକ୍ ପ୍ରକଳ୍ପ ଭାବେ ପ୍ରସ୍ତୁତ କରୁଛନ୍ତି। ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବିପୁଳ ବଜେଟ୍। ରିପୋର୍ଟ ଅନୁସାରେ, 'ରାମାୟଣ'ର ଦୁଇଟି ଭାଗର ମୋଟ ବଜେଟ୍ ପ୍ରାୟ ୪,୦୦୦ କୋଟି ଟଙ୍କା , ଯାହା ଏହାକୁ ଭାରତୀୟ ସିନେମା ଇତିହାସର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ପ୍ରକଳ୍ପରେ ପରିଣତ କରିଛି। ଭିଜୁଆଲ୍ ଇଫେକ୍ଟସ୍ (VFX) ପାଇଁ ଅସ୍କାର ବିଜେତା DNEG କାମ କରୁଛି। ସଙ୍ଗୀତରେ ବିଶ୍ୱଖ୍ୟାତ ହାନ୍ସ ଜିମର୍ ପୃଷ୍ଠଭୂମି ସଙ୍ଗୀତ ଏବଂ ଏ.ଆର୍. ରହମାନ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି। ନିର୍ମାତାଙ୍କ ଲକ୍ଷ୍ୟ କେବଳ ଭାରତ ନୁହେଁ, ବରଂ ବିଶ୍ୱ ଦର୍ଶକଙ୍କୁ ଏହି ମହାକାବ୍ୟ ସହ ଯୋଡ଼ିବା। ସେଥିପାଇଁ ଫିଲ୍ମର ପ୍ରଚାର ଆନ୍ତର୍ଜାତୀୟ ସ୍ତରରେ କରାଯାଉଛି ଏବଂ କମିକ୍-କନ୍ ସମେତ ବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଏହାର ପ୍ରଦର୍ଶନ ଯୋଜନା ରହିଛି।
