Helen’s Struggle: ୧୩ ବର୍ଷରେ ସଂଘର୍ଷ, ପରେ ହେଲେ ବଲିଉଡ୍ ଷ୍ଟାର୍
୧୩-୧୪ ବର୍ଷ ବୟସରେ ପାଠପଢ଼ା ଛାଡ଼ି ଓ ଯୁଦ୍ଧ ସମୟରେ ଭାରତ ଆସିଥିବା ସେହି ଅଭିନେତ୍ରୀଙ୍କ କାହାଣୀ ଆମେ ଆପଣଙ୍କୁ କହୁଛୁ, ଯିଏ ଖ୍ୟାତି ପାଇବା ପୂର୍ବରୁ ଏମିତି ଏକ କଠିନ ସମୟ ଦେଖିଥିଲେ, ଯାହାକୁ କଳ୍ପନା କରିବା ମଧ୍ୟ କଷ୍ଟକର।

କୁହନ୍ତି ବଲିଉଡରେ ଟ୍ୟାଲେଣ୍ଟ ସହିତ ଭାଗ୍ୟ ବହୁତ ଜରୁରୀ ଅଟେ | ୫୦ ଦଶକରେ ଭାଗ୍ୟ ସେହିଭଳି ଜଣେ ଶରଣାର୍ଥୀଙ୍କୁ ବଲିଉଡର ଚକଚକିଆ ଓ ଆକର୍ଷଣୀୟ ଦୁନିଆକୁ ଟାଣି ଆଣିଥିଲା | ଯାହାର ୱାର ସମୟରେ ଜଙ୍ଗଲ ରାସ୍ତାରେ ଭୋକ ଶୋଷ ବଞ୍ଚିବା ପାଇଁ ଭାରତକୁ ଆସିଥିଲେ ,କିନ୍ତୁ ଏହି ଦେଶ ତାଙ୍କୁ ନିଜର କରିନେଇଥିଲା |
ମାତ୍ର ୧୩-୧୪ କମ ବୟସରେ ବହି ଛାଡି ମା'ଙ୍କ ସାହାରା ହୋଇଥିଲେ ଓ ଗୋଟିଏ ଛୋଟ କୋଠାରେ ଓଦା ଚଟେଇ ଉପରେ ଶୋଇଥିବା କିଏ ସେହି ଅଭିନେତ୍ରୀ ,ଯିଏ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସିଂ ରୁ ହିନ୍ଦୀ ସିନେମାର ସବୁଠୁ ବଡ ତାରକା ପାଲଟିଗଲେ ,ଜାଣନ୍ତୁ ତାଙ୍କ କାହାଣୀ |
ହିନ୍ଦୀ ସିନେମାର ' ପିୟା ତୁ ଅବ ତୋ ଆଜା ' ,' ମହବୁବା-ମହବୁବା ' ଭଳି ଫଳ ଗୀତ ଦେଇଥିବା ଅଭିନେତ୍ରୀ ହେଲେନ ଅଟନ୍ତି ,ଯିଏ ୫୦ ଦଶକରେ ନିଜର ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପେ ଆରମ୍ଭ କରିଥିଲେ | ଯେବେ ହେଲେନ ଅଭିନେତ୍ରୀ ଆଶା ପାରଖେ ଓ ବହିଦା ରହମାନଙ୍କ ସହିତ 'କପିଲ ଶର୍ମା ସୋ' ରେ ଅତିଥି ଭାବରେ ଆସିଥିଲେ ଏବଂ ନିଜ ଯାତ୍ରା ବିଷୟରେ କହିଥିଲେ |
ଯେବେ କପିଲ ଶର୍ମା ସୋ ରେ ତାଙ୍କର ଆରମ୍ଭ ବିଷୟରେ ପଚାରିଲେ,ସେତେବେଳେ ଅଭିନେତ୍ରୀ ଉତ୍ତର ଦେଇ କହିଥିଲେ , ଆମେ ବର୍ମାରୁ ଆସିଥିବା ଶରଣାର୍ଥୀ ଥିଲୁ | ବର୍ମାରେ ୱାର ସମୟରେ ୯ ମାସ ଚାଲିଚାଲି ଆସାମ ପହଞ୍ଚିଥିଲୁ | ସେତେବେଳେଏ ମୋର ୩-୪ବୟସ ମାତ୍ର ଥିଲି |
ହେଲେନ ନିଜ ଭାବପ୍ରବଣ ଯାତ୍ରା ବିଷୟରେ କହି ଆଗକୁ କହିଥିଲେ, “ଭଗବାନଙ୍କ କୃପାରୁ ଆମେ ଭାରତ ଆସିଥିଲୁ | ଏଠାକୁ ଆସିବା ପରେ ମୁଁ ସ୍କୁଲ୍ରେ ପଢ଼ିଲି | ସେହି ସମୟରେ ମୁଁ ମଣିପୁରୀ ସହିତ ଭରତନାଟ୍ୟମ୍ ଏବଂ କଥକ ନୃତ୍ୟ ମଧ୍ୟ ଶିଖିଥିଲି | ମୁଁ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ଏସବୁ ଶିଖିନଥିଲି, କେବଳ ଏମିତି ହିଁ ଶିଖିଥିଲି | ମୋର ଭାବନା ଥିଲା, କିଏ ଜାଣେ, ହୁଏତ କେବେ କୌଣସି ସୁଯୋଗ ମିଳିଯାଇପାରେ | ସେହି ସମୟରେ କୁକୁ ଜୀ ଜଣେ ବହୁତ ବଡ଼ ଡ୍ୟାନ୍ସର ଏବଂ ଅଭିନେତ୍ରୀ ଥିଲେ | ମୋ ମାଆ ତାଙ୍କୁ ଅନୁରୋଧ କରିଥିଲେ ଯେ, ସେ ମୋତେ ଅତି କମ୍ରେ କୋରସ୍ରେ ରଖିଦିଅନ୍ତୁ, କାରଣ ସେତେବେଳେ ଆମକୁ ଟଙ୍କାର ବହୁତ ଅଧିକ ଆବଶ୍ୟକତା ଥିଲା |” ସେ ଆଗକୁ କହିଲେ "ଆମ୍ଭେମାନେ ଗୋଟିଏ ରୁମ୍ ରେ ରହୁଥିଲୁ , ଯେଉଁଠି ସବୁ ଜିନିଷ ରଖାଯାଉଥିଲା | ଗରମ ଦିନରେ ଆମେ ମ୍ୟାଟ୍କୁ ଥଣ୍ଡା ହେବାକୁ ଦେବା ପରେ, ଏହାକୁ ଭୂମି ଉପରେ ରଖୀ , ଗାଧେଇ ସାରି ଓ ନାଇଟ ପିନ୍ଧିକି ଆସି ଶୋଉଥିଲୁ | ଆମେ ମାନେ ଭଲ ଦିନ ବି ଦେଖିଛୁ | ଭଗବାନଙ୍କ ଥିବା ଯୋଗୁ ଆଜି ମୁ ଏପର୍ଯ୍ୟନ୍ତ ପହଞ୍ଚି ପାରିଛି |"
ହିନ୍ଦୀ ସିନେମାର ବରିଷ୍ଠ ଅଭିନେତ୍ରୀ ବା 'ଡ୍ୟାନ୍ସିଂ କୁଇନ୍' ହେଲେନ ନିଜ କରିୟରରେ, ସେ ୧୯୫୧ ମସିହାରେ ମୁକ୍ତିଲାଭ କରିଥିବା ଶାବିସ୍ତାନ ଏବଂ ଆୱାରା ଚଳଚ୍ଚିତ୍ରରେ ଜଣେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ | ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଅଲିଫ୍ ଲୈଲା ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ଥର ପାଇଁ ସୋଲୋ ଡ୍ୟାନ୍ସର ଭାବେ ସୁଯୋଗ ମିଳିଥିଲା | ତେବେ, ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ହାୱଡ଼ା ବ୍ରିଜ୍ ଚଳଚ୍ଚିତ୍ରର ଏକ ଗୀତ ତାଙ୍କ ଅଭିନୟ ଜୀବନରେ ଏକ ବଡ଼ ସଫଳତା ଆଣିଲା ଏବଂ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା |
