Nana Patekar Passes Away:; ଚାଲିଗଲେ ଚଳଚ୍ଚିତ୍ର ଜଗତର 'କ୍ରାନ୍ତିବୀର'
“କଣ୍ଟ୍ରୋଲ୍, ଉଦୟ, କଣ୍ଟ୍ରୋଲ୍!” ଏହି ଡାଇଲଗଟି ପ୍ରାୟ ସବୁ ସିନେପ୍ରେମୀଙ୍କ ମୁହଁରେ ଅଛି କିନ୍ତୁ ୟାକୁ କହିଥିବା କଳାକାର ଜଣଙ୍କ ନିରବି ଯାଇଛନ୍ତି | ହାତରେ ମାତ୍ର କିଛି ଟଙ୍କା,ଆଉ ଆଖିରେ ବଡ଼ ସ୍ୱପ୍ନ ନେଇ ମଞ୍ଚରୁ ଆରମ୍ଭ କରିଥିଲେ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ନାନା ପାଟେକର | ସେ ଏମିତି ଜଣେ କଳାକାର ଥିଲେ, ଯାହାଙ୍କ ବିଦାୟରେ ଆଜି ପରଦା ସହ ପ୍ରଶଂସକଙ୍କ ମନ ବି ନିରବ | ତୀବ୍ର ଛାତି ଯନ୍ତ୍ରଣା ଯୋଗୁଁ ନାନା ପାଟେକରଙ୍କୁ ଗୋଆ ଡାକ୍ତରଖାନାରେ ଭର୍ତିକରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଭାରତୀୟ ସିନେମାର ଏକ ଅଧ୍ୟାୟର ଅବସାନ ହୋଇଛି। ଦିଗ୍ଗଜ ଅଭିନେତା ନାନା ପାଟେକର ଗୁରୁବାର, ଅକ୍ଟୋବର ୮ ତାରିଖ ଦିନ ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ଭୋରରେ ଗୋଆସ୍ଥିତ ବାସଭବନରେ ହୃଦ୍ଘାତ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କ ପୁଅ ମଲହାର ପାଟେକରଙ୍କ କହିବା ଅନୁଯାୟୀ, ନାନା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିବା ଜଣାଇବା ପରେ ତାଙ୍କ ଆପାର୍ଟମେଣ୍ଟକୁ ଏକ ଚିକିତ୍ସା ଦଳ ପଠାଯାଇଥିଲା। ସେଠାରେ ପହଞ୍ଚିବା ପରେ ଚିକିତ୍ସା ଦଳ ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ ଏବଂ ତାଙ୍କୁ ମଣିପାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାୟ ୪୫ ମିନିଟ୍ ଧରି CPR ଦିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ। ନାନାଙ୍କର ଅନ୍ତିମ ସଂସ୍କାର ପୁଣେସ୍ଥିତ ତାଙ୍କ ଫାର୍ମହାଉସ୍ରେ ଅନୁଷ୍ଠିତ ହେବାର ସୂଚନା ମିଳିଥିବା ବେଳେ ମହାରାଷ୍ଟ୍ର ସରକାର ତାଙ୍କୁ ରାଜକୀୟ ସମ୍ମାନ ସହ ଶେଷ ବିଦାୟ ଦେବାକୁ ଘୋଷଣା କରିଛନ୍ତି।
ନାନା ପାଟେକରଙ୍କ ପ୍ରକୃତ ନାମ ଥିଲା ବିଶ୍ୱନାଥ ପାଟେକର। ସେ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ର ଜଗତର ଜଣେ ସମ୍ମାନିତ ଅଭିନେତା ଥିଲେ। ଥିଏଟରରୁ ନାନାଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ସେ ୧୯୭୮ ମସିହାରେ 'ଗମନ୍' ଚଳଚ୍ଚିତ୍ର ମାଧ୍ୟମରେ ନିଜର ଚଳଚ୍ଚିତ୍ର କ୍ୟାରିୟର୍ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ 'ପରିନ୍ଦା', 'କ୍ରାନ୍ତିବୀର', 'ଅଗ୍ନି ସାକ୍ଷୀ', 'ଖାମୋଶୀ: ଦ ମ୍ୟୁଜିକାଲ୍', 'ଅବ୍ ତକ୍ ଛପନ୍' ଏବଂ 'ନଟସମ୍ରାଟ୍' ଭଳି ଚଳଚ୍ଚିତ୍ରରେ ସ୍ମରଣୀୟ ଅଭିନୟ ପ୍ରଦର୍ଶନ କରିଥିଲେ। ସେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ଏବଂ ୨୦୧୩ ମସିହାରେ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ ହୋଇଥିଲେ।
ନାନାଙ୍କ କାହାଣୀ କେବଳ ଜଣେ ସଫଳ ଅଭିନେତା ବୋଲି ନୁହେଁ, ସଂଘର୍ଷ ଓ ସରଳତାର ପାଇଁ ମଧ୍ୟ ବେଶ ଜଣାଶୁଣା । ୧୯୭୮ରେ ନୀଲକାନ୍ତିଙ୍କୁ ବିବାହ କରିଥିବା ନାନାଙ୍କ ବିବାହରେ ମାତ୍ର ₹୭୫୦ ଖର୍ଚ୍ଚ ହୋଇଥିଲା। ବାହାଘର ଅତିଥି ମାନଙ୍କୁ ମାତ୍ର ୨୪ ଟଙ୍କାରେ ଭୋଜି ଦେଇଥିଲେ | ଥିଏଟର ରେ ଦେଖାହେଇଥିଲେ ନୀଲକାନ୍ତିଙ୍କ ସହ ଆଉ ସେତେବେଳେ ସେ ପ୍ରତି ଶୋ’ ପାଇଁ ମାତ୍ର ₹୫୦ ରୋଜଗାର କରୁଥିଲେ ନାନା | ଶେଷ ସମୟରେ କିନ୍ତୁ ସେ ପତ୍ନୀଙ୍କ ଠାରୁ ଅଲଗା ରହୁଥିବା ଜଣା ପଡିଛି |
ପରଦା ଆଉ ବ୍ୟକ୍ତିଗତ ଜୀବନ ଉଭୟରେ ନିର୍ଭୀକ ଥିଲେ ନାନା ପାଟେକର | ‘କ୍ରାନ୍ତିବୀର’ର “ଏକ ମଛର…” ଭଳି ଜୋରଦାର ସଂଳାପ ହେଉ କି ‘ୱେଲକମ୍’ର “କଣ୍ଟ୍ରୋଲ୍, ଉଦୟ, କଣ୍ଟ୍ରୋଲ୍!” ଭଳି କମେଡି,ତାଙ୍କ ସବୁ ଅଭିନୟ ମନରେ ଛାପ ଛାଡିଦିଏ | କେବଳ ଫିଲ୍ମରେ ନୁହେଁ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ମଧ୍ୟ ସେ ସେନା ସହ ରହିଥିଲେ।
ନାନା ପାଟେକରଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ସକାଳେ ଖବର ମିଳିଲା ଯେ ବିଶିଷ୍ଟ ଅଭିନେତା ନାନା ପାଟେକର ଆଉ ଆମ ଗହଣରେ ନାହାନ୍ତି। ନାନା ଜଣେ ଅସାଧାରଣ କଳାକାର ଥିଲେ, ଯିଏ ବିଭିନ୍ନ ପ୍ରକାରର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଏବଂ ତାଙ୍କ ବିୟୋଗ ହିନ୍ଦୀ ଓ ମରାଠୀ ସିନେମା ପାଇଁ ଏକ ଗଭୀର ଶୂନ୍ୟତା ବୋଲି ମୋଦୀ କହିଛନ୍ତି। ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ପ୍ରକାଶ ରାଜଙ୍କ ସମେତ ବହୁ ସେଲିବ୍ରିଟି ନାନା ପାଟେକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।ସେମାନେ ନାନାଙ୍କୁ ଜଣେ ଅସାଧାରଣ ଅଭିନେତା, ନିର୍ଭୀକ ବ୍ୟକ୍ତିତ୍ୱ ଓ ମାର୍ଗଦର୍ଶକ ଭାବେ ସ୍ମରଣ କରିଛନ୍ତି।ସହକଳାକାରମାନେ ତାଙ୍କ ସହ ବିତାଇଥିବା ସମୟ, ତାଙ୍କ ମାର୍ଗଦର୍ଶନ ଓ ଅଭିନୟରୁ ଶିଖିଥିବା କଥାକୁ ଭାବପ୍ରବଣ ଭାବେ ମନେ ପକାଇଛନ୍ତି ।
ଅଭିନେତା ଭାବେ ଯେତେ ବଡ଼ ଥିଲେ, ଜୀବନରେ ସେତେ ସରଳ ରହିବାକୁ ପସନ୍ଦ କରୁଥିଲେ। ଆଜି ସେ ନାହାନ୍ତି, କିନ୍ତୁ ତାଙ୍କ ସଂଳାପ, ଚରିତ୍ର ଓ ଅଭିନୟ ଭାରତୀୟ ସିନେମାରେ ଦୀର୍ଘଦିନ ଧରି ତାଙ୍କ ଉପସ୍ଥିତିର ଅନୁଭବ କରାଇବ।
